ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚଇତି -୨୦୨୪ ପ୍ରଚାର ପ୍ରଶାର ନିମନ୍ତେ ପ୍ରସ୍ତୁତି ବୈଠକ

ଚଇତି -୨୦୨୪ ପ୍ରଚାର ପ୍ରଶାର ନିମନ୍ତେ ପ୍ରସ୍ତୁତି ବୈଠକ 

ରାୟଗଡ:-ତା. ୨୭/୧୧- ରାୟଗଡ ଜିଲ୍ଲାର ଲୋକଉତ୍ସବ ଚଇତି -୨୦୨୪ ନିମନ୍ତେ ବିଭିନ୍ନ ଉପାସମିତ ର ବୈଠକ ଗୁଡିକର ପ୍ରସ୍ତୁତି ଓ ସଦସ୍ୟ ଗ୍ରହଣ ଚାଲୁରହିଛି l ଚଇତି ଆୟୋଜନ ପ୍ରଚାର ପ୍ରଶାର ନିମନ୍ତେ ଆଜି ଅଧ୍ୟକ୍ଷ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ରାୟଗଡ ନିହାର ରଞ୍ଜନ କହଁର, ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀଙ୍କ ଉପସ୍ଥିତିରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l 

 ଜିଲ୍ଲାସଂସ୍କୃତି ଅଧିକlରୀ, ସୁଶ୍ରୀ ସୁସ୍ମିତା ବାଉରୀ, ଜିଲ୍ଲା ସୂଚନା ଓ ଲକସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ,ସାମ୍ବାଦିକ ସୁବ୍ରତ ଚୌଧୁରୀ, ଗୋପରଞ୍ଜନ ବକ୍ସିପାତ୍ର, ଆଶିଷ ରଞ୍ଜନ ପଣ୍ଡା, ସଂଗ୍ରାମ ପଟ୍ଟନାୟକ, ରାମଦାସ ଲିମା,ମାନବାଧିକାର ସଦସ୍ୟ କେ ସୁମନ ରାଜୁ, ବାଲାଜୀ ପାଣିଗ୍ରାହୀ,ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ଯୋଗଦାନ କରିଥିଲେ l ଏହି ବୈଠକରେ ନିଷ୍ପତ୍ତି ଅନୁଯାୟୀ ଚଇତିର ପ୍ରଚାର ପ୍ରଶାର ନିମନ୍ତେ ସାମାଜିକ ଗଣମାଧ୍ୟମ ବ୍ୟାପକ ବ୍ୟବହାର କରିବା, ଆସନ୍ତା ୮ଡିସେମ୍ବରରେ ଚଇତି ଶୁଭାରମ୍ଭ ଅବସରରେ ଦିନ ପଦ୍ମପୁର ମରିଚଗୁଡlରେ ଦୁଇଟି ରଥ ଶୁଭରମ୍ଭ କରାଯିବ, ବ୍ୟାପକ ହୁଡିଙ୍ଗ, ପୋଷ୍ଟର, ପ୍ରଚାର ପତ୍ର ମାଧ୍ୟମରେ ପ୍ରଚାର କରାଯିବl ନିମନ୍ତେ ପ୍ରସ୍ତାବ ରଖାଯାଇଛି l ପୋଡଶି ଜିଲ୍ଲାର ସୀମାନ୍ତ ଅଂଚଳରେ ହୁଡିଙ୍ଗ କରାଯିବ l ପତ୍ର ପତ୍ରିକା, ଗଣମାଧ୍ୟମରେ ବ୍ୟାପକ ପ୍ରଶାର ପ୍ରଚାର ନିମନ୍ତେ ପଦ୍ଧକ୍ଷେପ ନେବାକୁ ପ୍ରସ୍ତାବ ଦେଇଥିଲେ l ବିଦେଶୀ ପର୍ୟ୍ୟଟକ ମlନଙ୍କୁ ଆକୃଷ୍ଟ କରିବା ନିମନ୍ତେ ଭୁବନେଶ୍ୱର ହଟେଲ ଆସୋସିଏସନଙ୍କୁ ପଠାଇବାକୁ କିଛି ସଦସ୍ୟ ଅନୁରୋଧ କରିଥିଲେ l

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସାରୁ ପଞ୍ଚାୟତରେ ମିଳିତ ଜନ ଶୁଣାଣିରେ ସର୍ବାଧିକ ରାସନକାର୍ଡ ରହିଛି 

Sunil Chandra Nayak

ଜୁନାଗଡ଼ ର ଦେବସ୍ମିତା ଓ ନମିତା,ଓପିଏସି ରେ କୃତିତ୍ୱ

Sunil Chandra Nayak

ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ତାଲିମ

Sunil Chandra Nayak

Leave a Comment

error: Content is protected !!