ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼ିଭାଇଡ଼ରକୁ ଧକ୍କା ଦେଲା କାର: ଜଣେ ଗୁରୁତର

ଡ଼ିଭାଇଡ଼ରକୁ ଧକ୍କା ଦେଲା କାର: ଜଣେ ଗୁରୁତର

ବସ୍ତା, 06/02: ବସ୍ତା ଥାନା ୧୬ ନମ୍ବର ଜାତୀୟ ରାଜପଥର ଚୋରପଦା ବାଘ ବଜାର ଛକ ନିକଟରେ ଏକ ଚଳନ୍ତା କାର ରାସ୍ତାର ପାର୍ଶ୍ଵରେ ଥିବା ଡ଼ିଭାଇଡ଼ରକୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ଗୁରୁବାର ସନ୍ଧ୍ୟା ୬.୩୦ ସମୟରେ ଓଡ଼ି ୦୧ ଓ୍ୱ।ଇ ୯୩୭୧ ନମ୍ବର ବିଶିଷ୍ଟ କାରରେ ବାଲେଶ୍ଵର ପଟୁ କିଛି ବ୍ୟକ୍ତି ଜଳେଶ୍ଵର ଅଭିମୁଖେ ଯାଉଥିବା ସମୟରେ ଏକ ମୋଟର ସାଇକେଲ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ କାରଟି ଭାରସାମ୍ୟ ହରାଇ ରାସ୍ତାର ବାମ ପାର୍ଶ୍ୱରେ ଥିବା ଡ଼ିଭାଇଡ଼ରରେ ପିଟି ହୋଇଥିଲା। ଫଳରେ ଏଥିରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିଲେ।ଖବର ପାଇ ଜାତୀୟ ରାଜଥ ପହରା ପୁଲିସ ପହଞ୍ଚି ଗୁରୁତର ଵ୍ୟକ୍ତିକୁ ବସ୍ତା ହସ୍ପିଟାଲକୁ ପଠାଇ ମାମଲାଟିକୁ ଅମର୍ଦ୍ଦାରୋଡ଼ ଫାଣ୍ଡି ପୁଲିସକୁ ହସ୍ତାନ୍ତର କରିଛି।।

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ହାଟ ରୋଡ୍‍ ପୂଜା କମିଟିର ନୂଆ କର୍ମକର୍ତ୍ତା ଚୟନ

Sunil Chandra Nayak

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ଆସନ୍ତା ୨ରୁ ୧୨ …

masiha

ମିଥ୍ୟା ଓ କପୋଳକଳ୍ପିତ ଅଭିଯୋଗକୁ ସାମ୍ବାଦିକ ସମ୍ମିଳନୀରେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଖଣ୍ଡନ

Leave a Comment

error: Content is protected !!