ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳସେଚନ ଦାବି ରେ ପୁଣି ଧର୍ମଗଡ ଠାରେ ପ୍ରସ୍ତୁତି ବୈଠକ। ଆସନ୍ତାକାଲି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟରେ ଧାରଣା ନିଷ୍ପତ୍ତି….

ଜଳସେଚନ ଦାବି ରେ ପୁଣି ଧର୍ମଗଡ ଠାରେ ପ୍ରସ୍ତୁତି ବୈଠକ।

ଆସନ୍ତାକାଲି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟରେ ଧାରଣା ନିଷ୍ପତ୍ତି….

 ଇନ୍ଦ୍ରାବତୀ ପ୍ରକଳ୍ପ ରୁ ଜଳସେଚନ ଦାବି ରେ ଗୁରୁବାର ସକାଳ ୧୧ ଟା ରେ ଚାଷୀ ଙ୍କ ଏକ ପ୍ରସ୍ତୁତି ବୈଠକ ଧର୍ମଗଡ ରେ ଅନୁଷ୍ଠିତ ହୋଇଥିଲା। ଧର୍ମଗଡ ଆଞ୍ଚଳିକ କୃଷକ ସଙ୍ଗଠନ ପକ୍ଷରୁ ରବି ଚାଷ ପାଇଁ ଇନ୍ଦ୍ରାବତୀ ଜଳଭଣ୍ଡାର ରୁ ଚିଲିଚିଲା ଡିଷ୍ଟ୍ରିବ୍ୟୁଟାରି ପର୍ଯ୍ୟନ୍ତ କେନାଲ ପାଣି ଯୋଗେଇଦେବା ଦାବୀ ନେଇ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଉପଖଣ୍ଡ ପ୍ରଶାସନ ନିକଟରେ ଦାବି କରିବା ଓ ଆଲୋଚନା ସତ୍ତ୍ୱେ ଜଳସେଚନ ନେଇ କୌଣସି ପଦକ୍ଷେପ ନନେବାରୁ ପୁଣି ଆନ୍ଦୋଳନ କରିବା ପାଇଁ ଆଜି ଧର୍ମଗଡ ଠାରେ ଚାଷୀ ଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା।ଇନ୍ଦ୍ରାବତୀ ଜଳଭଣ୍ଡାରରେ ଚଳିତ ବର୍ଷ ଜଳସ୍ତର କମ ରହିଥିବା ଦର୍ଶାଇ ରବି ଚାଷ ପାଇଁ ଜଳସେଚନ ବନ୍ଦ ରହିବା ନେଇ ଇନ୍ଦ୍ରାବତୀ ବିଭାଗୀୟ ଅଧିକାରୀ ବିଜ୍ଞପ୍ତି ଜାରି କରିଥିବା ବେଳେ ଏହାକୁ ପ୍ରତିବାଦ କରି ଚାଷୀ ସଙ୍ଗଠନ ପକ୍ଷରୁ ଗତ କିଛି ଦିନ ତଳେ ଧର୍ମଗଡ ଚାରିଛକ ନିକଟରେ ବିଭିନ୍ନ ଦଳୀୟ କର୍ମକର୍ତ୍ତା ଓ ଶତାଧିକ ଚାଷୀ ଙ୍କ ସହ ଆନ୍ଦୋଳନ କରିଥିବା ବେଳେ ଘଟଣାସ୍ଥଳକୁ ଧର୍ମଗଡ ଉପ ଜିଲ୍ଲାପାଳ ଆସି ଚାଷୀ ନେତା ଓ ଆନ୍ଦୋଳନକାରୀ ଙ୍କ ସହ ଆଲୋଚନା କରିବା ସହ ଜଳସେଚନ ନେଇ ବିଚାର ବିମର୍ଷ ଚାଲିଛି ଓ ଏନେଇ କିଛିଦିନ ସମୟ ମାଗିବା ପରେ ରାସ୍ତା ଅବରୋଧ ହଟିଥିଲା କିନ୍ତୁ ୭ ଦିନ ରୁ ଅଧିକ ଦିନ ବିତି ଯାଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ କିମ୍ବା ଉପଜିଲ୍ଲାପାଳ ଙ୍କ ଠାରୁ ଜଳସେଚନ କୁ ନେଇ କୌଣସି ପ୍ରତିଶୃତି ମିଳି ନଥିବାରୁ ଧର୍ମଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟରେ ଆସନ୍ତାକାଲି ଶୁକ୍ରବାର ଧାରଣା ରେ ବସିବା ନେଇ ବୈଠକ ରେ ନିଷ୍ପତ୍ତି କରାଯାଇଛି। ବୈଠକ ରେ ଆଞ୍ଚଳିକ କୃଷକ ସଂଗଠନ ସଭାପତି ଡମ୍ବରୁଧର ଲହଜାଲ, ତୁଷାର ରଂଜନ ପଟ୍ଟଯୋଷି, ଡାକେ ଲହଜଲ୍, ପ୍ରମୋଦ ପଣ୍ଡା, ରଜନୀ କାନ୍ତ ମୁଣ୍ଡ, ପପୁ ସାଗର, ଏମ ପ୍ରବୀଣ, ସୁନିଲ ସାହୁ, ଅରୂପା ମାଝୀ, ଦୁଷ୍ମନ୍ତ ମାଝୀ, ଜହରଲାଲ ବାଗ, ପ୍ରେମ ଲାଲ ସାଗର, ରାଧେଶ୍ୟାମ ପ୍ରଧାନି, କବିରାଜ ଦୁର୍ଗା ସମେତ ଅନେକ ଚାଷୀ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଟାଟା-ବାଦାମପାହାଡ ରେଳପଥ ର ସମସ୍ତ ଷ୍ଟେଷନ ଗୁଡିକର ସୂଚନା ଫଳକରେ ଅଲଚିକି’ ରେ ଉଲ୍ଲେଖିତ କରାଯିବା ସହ ସାନ୍ତାଳୀ ଭାଷାରେ ଏନାଉନ୍ସ କରାଯିବାକୁ ଦାବିପତ୍ର ପ୍ରଦାନ

Sunil Chandra Nayak

୩୯୧ ବ୍ଲକ କ୍ୟାଟେରିଆ ଅଧ୍ୟାପକ ଓ କର୍ମଚାରୀ ସଂଘର ବୈଠକ

masiha

ବିଶ୍ୱନାଥପୁରଠାରେ ଆନ୍ତର୍ଜାତିକ ଯୋଗଦିବସ ଅନୁଷ୍ଠିତ

masiha

Leave a Comment

error: Content is protected !!