ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାର ପାଞ୍ଚ ହଜାର ବାଳୁତଙ୍କ ପୃଷ୍ଟି ସାଧନ ପାଇଁ ଆଠ ଗୋଟି ବ୍ଲକରେ ୨୩୯ କ୍ରେଚ୍ କେନ୍ଦ୍ର କାର୍ଯ୍ୟକ୍ଷମ

ଜିଲ୍ଲାର ପାଞ୍ଚ ହଜାର ବାଳୁତଙ୍କ ପୃଷ୍ଟି ସାଧନ ପାଇଁ ଆଠ ଗୋଟି ବ୍ଲକରେ ୨୩୯ କ୍ରେଚ୍ କେନ୍ଦ୍ର କାର୍ଯ୍ୟକ୍ଷମ

ମୟୂରଭଞ୍ଜ-୨୮./୧୧. ( ମସିହା)ଓଡିଶା ସରକାରଙ୍କ ଓମ୍ବାଡିସି କାର୍ଯ୍ୟକ୍ରମ ମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲାରେ ସାରସକଣା, ବିଶୋଇ, ବିଜାତଳା, ବହଳଦା, ତିରିଂ, ରାଇରଙ୍ଗପୁର, ଜlମଦl, କୁସୁମୀ ଆଦି ଆଠ ଗୋଟି ବ୍ଲକରେ ୨୩୯ ଗୋଟି ପୃଷ୍ଟି ବାଧିତ ଚିହ୍ନଟ ଗ୍ରାମରେ ୫୦୦୦ ରୁ ଉର୍ଦ୍ଧ ୬ ମାସରୁ ୩ ବର୍ଷ ଶିଶୁଙ୍କ ପାଇଁ କ୍ରେଚ୍ କେନ୍ଦ୍ର ଆର.ଡି.ଏ.ସି. ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ମାଧ୍ୟମରେ ଚାଲୁ ଅଛି l  

ଜିଲ୍ଲାର ପ୍ରମୁଖ ପ୍ରଶାସନିକ ଅଧିକାରୀ ମାନେ ୮ ଗୋଟି ବ୍ଲକର ବି.ଡି.ଓ, ସି.ଡି.ପି.ଓ , ବ୍ଲକ ଚେୟାରମ୍ୟାନ , ଉପସଭାପତି ପଞ୍ଚାୟତିରାଜ ପ୍ରତିନିଧି, ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟା, ତଥା ଗ୍ରାମର ମାନ୍ୟଗନ୍ୟ ବରିଷ୍ଠ ନାଗରିକ ଓ ଶିକ୍ଷାବୀତ ମାନେ ଏହି କ୍ରେଚ୍ କେନ୍ଦ୍ର ଗୁଡିକର ଉଦ୍ଘାଟନ କରିଛନ୍ତି l ତତମଧ୍ୟରେ ଶ୍ରୀ ସୌମ୍ୟରଞ୍ଜନ ପ୍ରଧାନ ଆଇ.ଏ.ଏସ. ଉପଜିଲ୍ଲାପାଳ ରାଇରଙ୍ଗପୁର, ରାଇରଙ୍ଗପୁର ବ୍ଲକ ର ହଳଦl ଗ୍ରାମରେ, ସମସ୍ତ ବ୍ଲକ ବି.ଡି ଓ , ସି .ଡି .ପି.ଓ , ପଞ୍ଚାୟତ ସମିତି ଅଧ୍ୟକ୍ଷ , ଉପାଧ୍ୟକ୍ଷଙ୍କ ସମେତ ଶ୍ରୀ ନାରାୟଣ ବେହେରା ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ, ସlରସକଣା ବ୍ଲକରେ ଏକଡାଳି ଗ୍ରାମରେ, ଶ୍ରୀମତୀ ମମତା ମୟୀ ବିଶ୍ୱାଳ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ନୂଆଗାଁ ଗ୍ରାମରେ, ଶ୍ରୀ ମନୋରଥ ଜଗନ୍ନାଥ, ଡି.ପି.ଏମ. ମମତା ଓ ସୁଭଦ୍ରା ଯୋଜନା ବଣସlହି କ୍ରେଚ୍ କେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି l 

ସମାଜର ସବୁ ସ୍ତର ଲାଭାର୍ଥୀଙ୍କର ସହଯୋଗ ଓ ଯୋଗଦାନକୁ ପ୍ରାଧାନ୍ୟ ଦିଆଯାଇ, ୨୩୯ ଟି ଗ୍ରାମରେ ୫୦୦୦ ରୁ ଉର୍ଦ୍ଧ ୬ ମାସରୁ ୩ ବର୍ଷ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ କ୍ରେଚ୍ କେନ୍ଦ୍ରରେ ୨ ଜଣ ମହିଳା କ୍ରେଚ୍ କର୍ମୀ ନିଯୁକ୍ତି ପାଇଥିବା ସ୍ଥଳେ ଗ୍ରାମର ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ଗ୍ରାମର ମହିଳା ସ୍ୱୟଂ ସହାୟିକା ନେତ୍ରୀ ଓ ଗ୍ରାମ ୱାର୍ଡମେମ୍ବର କ୍ରେଚ୍ କେନ୍ଦ୍ର ର ପରିଚାଳନା ଓ କାର୍ଯ୍ୟକ୍ରମର ତଦାରଖ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ l 

ସୂଚନାନୁସାରେ, ଏହି ଓମ୍ବାଡିସି କ୍ରେଚ୍ କେନ୍ଦ୍ର ମାନଙ୍କର ଦୈନନ୍ଦିନ ଖାଦ୍ୟ ସାରଣୀ ଅନୁଯାୟୀ ଶିଶୁଙ୍କ ପାଇଁ ଖାଦ୍ୟ ପରସା ଯିବ l କେନ୍ଦ୍ର ଗୁଡିକ ସକାଳେ ୮ ରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଛୁଟି ଦିନ ବ୍ୟତୀତ ଖୋଲା ରହିବ l କର୍ମଜିବୀ ମହିଳା ତାଙ୍କର ୬ ମାସରୁ ୩ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ କାର୍ଯ୍ୟ କ୍ଷେତ୍ର କୁ ଯିବା ପୂର୍ବରୁ କ୍ରେଚ୍ କର୍ମୀଙ୍କର ଦାୟିତ୍ୱରେ ହସ୍ତାନ୍ତର କରିଯିବେ ଓ କାର୍ଯ୍ୟରୁ ଫେରିଲା ପରେ କେନ୍ଦ୍ରରୁ ଶିଶୁଟିକୁ ଘରକୁ ନେଇଯିବେ l 

କ୍ରେଚ୍ କେନ୍ଦ୍ରରେ ଶିଶୁଟି ଖାଦ୍ୟ, ମନୋରଞ୍ଜନ, ଖେଳ, ଔଷଧ ସେବନ ଓ ନିରାପଦ ପରିବେଶରେ ରହିବାର ବ୍ୟବସ୍ଥା ହୋଇଅଛି l ଯୋଜନା ଅନୁଯାୟୀ କ୍ରେଚ୍ କେନ୍ଦ୍ର ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଓ ଆବଶ୍ୟକ ପ୍ରତିଷେଧକ ଟୀକା ଆଦି ପାଇବେ l ଶିଶୁଟି ବୃଦ୍ଧି ରେକର୍ଡର ସମସ୍ତ ବିବରଣୀ କ୍ରେଚ୍ କେନ୍ଦ୍ରରେ ଉପଲବ୍ଧ ହେବ l ଓମ୍ବାଡିସି କ୍ରେଚ୍ କେନ୍ଦ୍ର ଗ୍ରାମର ସମୁଦାୟ ମାଲିକାନାରେ କାର୍ଯ୍ୟକାରୀ ହେବ l କ୍ରେଚ୍ କେନ୍ଦ୍ର ପରିଚାଳନା ସମୟରେ ଉପୁଜିଥିବା କୌଣସି ପ୍ରକାରର ଅଭିଯୋଗ ଗ୍ରାମ ସମୁଦାୟ ଦ୍ୱାରା ବୁଝାମଣା ଭିତ୍ତିରେ ଶିଶୁଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମାଧାନ ହେବ l 

ପ୍ରକାଶ ଥାଉକି, ସାରସକଣା ବ୍ଲକ ଅଧିନସ୍ଥ ଭରଶାଣୀ ନୂଆଗାଁ ଗ୍ରାମର କ୍ରେଚ୍ କେନ୍ଦ୍ରକୁ ଶ୍ରୀମତୀ ମମତା ମୟୀ ବିଶ୍ୱାଳ ପୋଷ୍ୟ କ୍ରେଚ୍ କେନ୍ଦ୍ର ରୂପେ ଗ୍ରହଣ କରିଛନ୍ତି l ଯାହାକି ଓମ୍ବାଡିସି କ୍ରେଚ୍ ପ୍ରକଳ୍ପ ଦ୍ୱାରା ପରିଚାଳିତ କ୍ରେଚ୍ କେନ୍ଦ୍ର ଗୁଡିକ ପାଇଁ ଉଦାହରଣ ସୃଷ୍ଟି କରିଛି l ଏହି ଉଦ୍ଘାଟନ ଉତ୍ସବରେ ଆର.ଡ଼ି.ଏ.ସି ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାଧନ ଦାଶ ଓ ଶ୍ରୀ ଗୁଣନିଧି ଧାରୁଆ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନେ ଅନୁଷ୍ଠିତ ହୋଇଥିବା ସ୍ଥଳେ ୮ ଟି ବ୍ଲକର କ୍ଲଷ୍ଟର ମ୍ୟାନେଜର, ସୁପର ଭାଇଜର, କ୍ରେଚ୍ ସ୍ବେଚ୍ଛାସେବୀ ମାନେ କ୍ରେଚ୍ କେନ୍ଦ୍ର ମାନଙ୍କର ଉଦ୍ଘାଟନ ସଫଳ କରିବାରେ ସହଯୋଗ କରିଥିଲେ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ପ୍ରିୟଦର୍ଶିନୀ ଇନ୍ଦିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୪୨ ତମ ବାର୍ଷିକ କ୍ରୀଡା ଉଦଯାପିତ

masiha

ସ୍ଵାମୀ ବିବେକାନନ୍ଦଙ୍କ ଉଠ ଜାଗ ଅମୃତ ମହୋତ୍ସବ ପରିକ୍ରମା ରଥକୁ ସ୍ଵାଗତ

Sunil Chandra Nayak

ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ସାଂସଦ ଓ ବିଧାୟକ ଙ୍କୁ ସମ୍ବର୍ଦ୍ଧନା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!