ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ ଗୋ ମାତାଙ୍କ ସେବାକାର୍ଯ୍ୟ 

ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ ଗୋ ମାତାଙ୍କ ସେବାକାର୍ଯ୍ୟ 

କଟକ : ସାମାଜିକ ସଂଗଠନ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ ଚାଲିଛି ରାଜ୍ୟ ବ୍ୟାପି ସେବା । କେନ୍ଦ୍ରାପଡ଼ା ଜିଲ୍ଲାର ୯ ନମ୍ୱର ୱାର୍ଡ ଅନ୍ତର୍ଗତ ମାଧପୁର ଗ୍ରାମର କେନାଲ କୁଳରେ ଥିବା ଏକ ଅର୍ଦ୍ଧ ନିର୍ମିତ ଗୃହରେ ଏକ ଗୋମାତା ରୋଗାଗ୍ରସ୍ଥ ହୋଇ ପଡିଥିବାର ଖବର ସ୍ଥାନୀୟ ଯୁବକ ମାନେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତିଙ୍କୁ ଜଣାଇଥିଲେ। ଏହି ଗୋମାତା ଟି ଦୀର୍ଘ କିଛି ଦିନ ହେବ ଏହି ସ୍ଥାନ ରେ ରହି ଆସିଛି। ତା ଦେହ ଅସୁସ୍ଥତା ଜାଣି ସ୍ଥାନୀୟ ଯୁବକ ନିର୍ବାଣ ପଣ୍ଡା ସ୍ଥାନୀୟ ଲୋକ ଙ୍କୁ ନେଇ ସେବା କାର୍ଯ୍ୟ ଆରମ୍ଭ କରିଥିଲେ। କିଛି ଦିନ ପରେ ତାର ଶରୀର ର ଅସୁସ୍ଥତା ବଢିଯିବା ପରେ କିପରି ଅଧିକ ସେବା ସେ ପାଇ ପାରିବ ତା ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ସମସ୍ତ ଙ୍କ ସହଯୋଗ ରେ ଆଜି ପଟ୍ଟାମୁଣ୍ଡାଇ ସ୍ଥିତ ଶଙ୍କର ଭାଇ ଙ୍କ ଗୋଶାଳା କୁ ସ୍ଥାନାନ୍ତର କରିଥିଲେ। ଏହି ଗୋମାତା କୁ ପାଖରେ ଥିବା ବଟକୃଷ୍ଣ ପୃଷ୍ଟି ଓ ଖୁସୀ ପୃଷ୍ଟି ଙ୍କ ପରିବାର ନିଜର ପାରିବାର ର ମେମ୍ବର୍ ପରି ପରିଗଣିତ କରିଥିଲେ। ଆଜି ଏହାର ସ୍ଥାନାନ୍ତର ଖବର ପାଇ ତାଙ୍କ ପରିବାର ର ଆଖିରେ ଲୁହ ଭରିଯାଇଥିଲା। ଆଜି ର ଏହି ମହତ କାର୍ଯ୍ୟ ରେ ସହଯୋଗ କରିଥିବା ବ୍ୟକ୍ତି ମାନେ ହେଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି, ଭାବଗ୍ରାହୀ ସାହୁ, ନିଗମ ସାହୁ, ନିର୍ବାଣ ପଣ୍ଡା, ଅର୍ଚିତ୍ କୁମାର ବାରିକ, ତପନ ମୋହନ ବାରିକ ଓ ସାମ୍ବାଦିକ ପ୍ରଫୁଲ୍ଲ ଦାସ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ହାପି ମୋମେଣ୍ଟସର ପ୍ରତିଭା ରତ୍ନ ସମ୍ମାନ ସମାରୋହ

Sunil Chandra Nayak

ଦୁର୍ଗାପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ 

masiha

ବସ୍ତା ଅଞ୍ଚଳ ର ସମାଚାର

masiha

Leave a Comment

error: Content is protected !!