ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଗୁରୁ ଦିବସ ପାଳିତ
ଡ଼ାବଗାଁ, ୫/୯ (ମ.ନି.ସ.) – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଧୁମ୍ ଧାମ ରେ ପାଳିତ ହୋଇଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ ଭୈରବ ସ୍ନାତକ ମହାବିଦ୍ୟାଳୟ ର ଭାରପ୍ରାପ୍ତ ଅଧକ୍ଷ ଶଙ୍କର ପ୍ରସାଦ ଗନ୍ତାୟତ ଯୋଗ ଦେଇଥିଲେ । ସଭା ପରିଚାଳନା ଦାୟିତ୍ୱରେ ଭୈରବ ସ୍ନାତକ ମହାବିଦ୍ୟାଳୟ ର ସମସ୍ତ ଯୁକ୍ତ ତିନି ସମସ୍ତ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ପ୍ରଥମେ ମହାବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଛାତ୍ର ଛାତ୍ରୀ ଙ୍କୁ ନେଇ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ଫୋଟ ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ଗନ୍ତାୟତ କହିଲେ ଯେ ଯେବେ ଶିକ୍ଷାର ଉନ୍ନତି ଘଟିଛି ଏହା ନିଶ୍ଚିନ୍ତ ତେବେ ଦେଶର ବିକାଶ ସହ ସବୁ କ୍ଷେତ୍ରରେ ବିକାଶ କରାଯାଇପାରିବ।ବିଶେଷ କରି ଆଜିର ନାଗରିକ ମାନେ ଶିକ୍ଷକ ମାନଙ୍କୁ ସମ୍ମାନ ଦେବେ ଏଥି ସହିତ ବାପା ମାଆ ହେଉଛନ୍ତି ସେମାନଙ୍କ ପ୍ରଥମ ଗୁରୁ ତେଣୁ ଗୁରୁ ଦିବସକୁ ପରମ୍ପରା ଭାବେ ଆମେ ପାଳନ କରିବା ଦରକାର । ଅର୍ଥନୀତି ବିଭାଗୀୟ ମୁଖ୍ୟ ଉର୍ମିଳା ବ୍ରହ୍ମା କହିଲେ ୧୮୮୮ ସେପ୍ଟେମ୍ବର ୫ ରେ ଜନ୍ମ ତାଙ୍କରି ଜନ୍ମକୁ ସ୍ମୃତି ରେ ରଖିବା ପାଇଁ ସବୁ ବର୍ଷ ଏହି ଦିବସକୁ ପରମ୍ପରା ଓ ଗୁରୁତ୍ଵ ଦିନ ଟିଏ ଅଟେ।ଯେହେତୁ ଶିକ୍ଷକ ମାନେ ଛାତ୍ର ଛାତ୍ରୀ ଅଜ୍ଞାନ ରୂପକ ଅନ୍ଧାର ରୁ ଶିକ୍ଷାର ପଥ ଦେଖାଇ ଥାଆନ୍ତି । ତେଣୁ ଶିକ୍ଷକ ମାନେ ସବୁବେଳେ ସମାଜରେ ଛାତ୍ର ଛାତ୍ରୀ ଙ୍କ ପରିଦର୍ଶକ ଓ ସେମାନଙ୍କୁ ଶିକ୍ଷାର ବାଟ ଦେଖାଇଥାନ୍ତି।ଏହାପରେ ସ୍ନାତକ ମହାବିଦ୍ୟାଳୟ ର ଇତିହାସ ବିଭାଗୀୟ ମୁଖ୍ୟ ପୁଷ୍ପାଞ୍ଜଳି ସାହୁ କହିଲେ ଦେଶରେ ନାଗରିକ ମାନେ ସମାଜର ମେରୁ ଦଣ୍ଡ ସେମାନେ ଭଲ ପାଠ ପଢି ଦେଶରେ ନାମ ରଖିବା ସହିତ ଶିକ୍ଷକ ମାନଙ୍କୁ ସବୁବେଳେ ସମ୍ମାନ ଦେବା ଦରକାର । ଅର୍ଥନୀତି ଅଧ୍ୟାପକ ସନ୍ୟାସୀ ସାହୁ କହିଲେ ଛାତ୍ର ଛାତ୍ରୀ ସବୁବେଳେ ଚେଷ୍ଟା କରିବା ଦରକାର ଆମେ କିପରି ଭଲ ପାଠ ପଢିବା ସହିତ ଶିକ୍ଷକ ମାନଙ୍କୁ ସମ୍ମାନ ଦେବା ଏଥି ସହିତ ଆମେ ଯଦି ଭଲ ପାଠ ପଢି ଜିଲ୍ଲା ପାଇଁ ଗର୍ବ ଆଣିବା ତେବେ ତାହା ଶିକ୍ଷକ ମାନଙ୍କ ପାଇଁ ସବୁବେଳେ ଗର୍ବର ବିଷୟ ଏଥି ସହିତ ମଧ୍ୟ ଏହା ଶିକ୍ଷା ରେ ସମାଜ ରେ ତଥା ଦେଶରେ ପ୍ରଶଂସନୀୟ ଅଟେ । ତେଣୁ ଏହା ଗୁରୁ ଦିବସ ର ମୁଖ୍ୟ ବିଷୟ ଅଟେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ନେଇ ନାଚ ଗୀତ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନେ ମଧ୍ୟ ନିଜର ବକ୍ତବ୍ୟ ଦେଇଥିଲେ | ଏହାପରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଓ ବିଭାଗୀୟ ମୁଖ୍ୟ ସେମାନେ ନିଜର ବକ୍ତବ୍ୟ ଦେଇଥିଲେ | ଏହାପରେ ସମସ୍ତ ବିଭାଗୀୟ ଛାତ୍ର ଛାତ୍ରୀ ମାନେ ଶିକ୍ଷକ ମାନଙ୍କୁ ସମ୍ମାନ ର ସହିତ ମାନପତ୍ର ଓ ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭୈରବ ସ୍ନାତକ ମହାବିଦ୍ୟାଳୟ ର ଓଡ଼ିଆ ବିଭାଗୀୟ ମୁଖ୍ୟ ଚନ୍ଦନା ପଣ୍ଡା, ଓଡ଼ିଆ ଅଧ୍ୟାପିକା ମନିଷା ସରକାର, ଅର୍ଥନୀତି ବିଭାଗୀୟ ମୁଖ୍ୟ ଉର୍ମିଳା ବ୍ରହ୍ମା, ଇତିହାସ ବିଭାଗୀୟ ମୁଖ୍ୟ ପୁଷ୍ପାଞ୍ଜଳି ସାହୁ, ଅର୍ଥନୀତି ଅଧ୍ୟାପକ ସନ୍ୟାସୀ ସାହୁ, ଇତିହାସ ଅଧ୍ୟାପକ ଦୟାରାମ୍ ମନୋହର, ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀ ମେକ୍ସ ନାୟକ ଓ ପାଠାଗାର ପିଅନ ଶ୍ରୀ ପଞ୍ଚାନନ ପୂଜାରୀ ଏଥି ସହିତ ମହାବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ।ସଭା ଶେଷରେ ପିଲା ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।