ନଳକୂପ ମରାମତି ନେଇ ବିଡ଼ିଓଙ୍କୁ ଦାବିପତ୍ର
ପାପଡାହାଣ୍ଡି,5/9, ମନିସ —–ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଦଳେଇଗୁଡା ତୋଟାସାହି ବାସିନ୍ଦା ଶୀଘ୍ର ନଳକୂପ ମରାମତି ନେଇ ବିଡ଼ିଓ ଦିବାକର ବାଗଙ୍କୁ ମଙ୍ଗଳବାର ଏକ ଦାବିପତ୍ର ପ୍ରଦାନ କରିଛନ୍ତି | ଶଶୀ ମୋହନ ଶର୍ମାଙ୍କ ନେତୃତ୍ୱରେ ସାହିର ମହିଳା ଓ ପୁରୁଷ ମାନେ ଏକତ୍ରିତ ହୋଇ ଦାବିପତ୍ର ପ୍ରଦାନ କରିଥିବା ବେଳେ ଶୀଘ୍ର ମରାମତି କରାନଗଲେ ରାଜ ରାସ୍ତାରେ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି | ସୂଚନା ମୁତାବକ ଗତ ମାସ 30 ତାରିଖରୁ ସାହିର ନଳକୂପଟି ଖରପ ରହିଛି | ଏ ନେଇ ସେମାନେ ବାରମ୍ବାର ବିଭାଗୀୟ କର୍ମଚାରୀ ମାନଙ୍କୁ ଅବଗତ କରିବା ପରେ ବି କେହି କିଛି ପଦକ୍ଷେପ ନେଉ ନାହାନ୍ତି | ଯଦ୍ୱାରା ସାହି ବାସିନ୍ଦାଙ୍କ ପାଇଁ ପାନୀୟ ଜଳ ର ସମସ୍ୟା ଦେଖାଦେଇଛି | ଯଦି ସାହିର ନଳକୂପ ଶୀଘ୍ର ମରାମତି ନ ହୁଏ ତେବେ ରାଜ ରାସ୍ତାକୁ ଓଲ୍ହାଇବେ ବୋଲି ବିଡ଼ିଓଙ୍କୁ ଜଣାଇଛନ୍ତି |ବିଡ଼ିଓ ଏହାର ତଦନ୍ତ ସହ ଶୀଘ୍ର ନଳକୂପ ମରାମତି ନେଇ ପ୍ରତିଶୃତି ଦେଇଛନ୍ତି |