ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନଳକୂପ ମରାମତି ନେଇ ବିଡ଼ିଓଙ୍କୁ ଦାବିପତ୍ର

ନଳକୂପ ମରାମତି ନେଇ ବିଡ଼ିଓଙ୍କୁ ଦାବିପତ୍ର

ପାପଡାହାଣ୍ଡି,5/9, ମନିସ —–ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଦଳେଇଗୁଡା ତୋଟାସାହି ବାସିନ୍ଦା ଶୀଘ୍ର ନଳକୂପ ମରାମତି ନେଇ ବିଡ଼ିଓ ଦିବାକର ବାଗଙ୍କୁ ମଙ୍ଗଳବାର ଏକ ଦାବିପତ୍ର ପ୍ରଦାନ କରିଛନ୍ତି | ଶଶୀ ମୋହନ ଶର୍ମାଙ୍କ ନେତୃତ୍ୱରେ ସାହିର ମହିଳା ଓ ପୁରୁଷ ମାନେ ଏକତ୍ରିତ ହୋଇ ଦାବିପତ୍ର ପ୍ରଦାନ କରିଥିବା ବେଳେ ଶୀଘ୍ର ମରାମତି କରାନଗଲେ ରାଜ ରାସ୍ତାରେ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି | ସୂଚନା ମୁତାବକ ଗତ ମାସ 30 ତାରିଖରୁ ସାହିର ନଳକୂପଟି ଖରପ ରହିଛି | ଏ ନେଇ ସେମାନେ ବାରମ୍ବାର ବିଭାଗୀୟ କର୍ମଚାରୀ ମାନଙ୍କୁ ଅବଗତ କରିବା ପରେ ବି କେହି କିଛି ପଦକ୍ଷେପ ନେଉ ନାହାନ୍ତି | ଯଦ୍ୱାରା ସାହି ବାସିନ୍ଦାଙ୍କ ପାଇଁ ପାନୀୟ ଜଳ ର ସମସ୍ୟା ଦେଖାଦେଇଛି | ଯଦି ସାହିର ନଳକୂପ ଶୀଘ୍ର ମରାମତି ନ ହୁଏ ତେବେ ରାଜ ରାସ୍ତାକୁ ଓଲ୍ହାଇବେ ବୋଲି ବିଡ଼ିଓଙ୍କୁ ଜଣାଇଛନ୍ତି |ବିଡ଼ିଓ ଏହାର ତଦନ୍ତ ସହ ଶୀଘ୍ର ନଳକୂପ ମରାମତି ନେଇ ପ୍ରତିଶୃତି ଦେଇଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପ୍ରଗତି ଉତ୍କଳ ସଂଘରେ ନବୀନ କୁମାର ସାହୁଙ୍କ ଶ୍ରାଦ୍ଧ ଦିବସ ପାଳିତ.

masiha

ଧାନ ବୋଝେଇ ଟ୍ର।କଟର ଗାଡି ଓଲଟିଲା ,ଚାଳକ ମୃତ୍ୟୁ

ଢେଙ୍କାନାଳରେ ବିଶ୍ୱ ଯୋଗ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!