ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଦକ୍ଷତା ବିକାଶ ମିଶନ ଏବଂ ଜିଲ୍ଲା କୌଶଳ କମିଟି ବୈଠକ 

ଜିଲ୍ଲା ଦକ୍ଷତା ବିକାଶ ମିଶନ ଏବଂ ଜିଲ୍ଲା କୌଶଳ କମିଟି ବୈଠକ 

ନବରଙ୍ଗପୁର :(ତା ୨୮/୧୧/୨୦୨୪)(ରବି ନାରାୟଣ ମହାନ୍ତି) ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୌଷୟିକ ଶିକ୍ଷା ବିଭାଗ ର ନିର୍ଦେଶ ଅନୁଯାୟୀ ଆଜି ଜିଲ୍ଲା ଦକ୍ଷତା ବିକାଶ ଓ କର୍ମ ନିୟୋଜନ ସଂସ୍ଥା ତରଫରୁ ଜିଲ୍ଲାସ୍ତରୀୟ ଦକ୍ଷତା ବିକାଶ ଓ କୌଶଳ କମିଟି ର ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ଵର ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ଦକ୍ଷତା ବିକାଶ କର୍ମ ନିୟୋଜନ ସଂସ୍ଥା କାର୍ଯ୍ୟକ୍ରମକୁ ସମୀକ୍ଷା କରିବା ସହିତ ଶକ୍ତି ସଦନ ସ୍ଵଧାର ଗୃହ ରେ ଥିବା ପୀଡ଼ିତା ମହିଳା,ଅନାଥ ଓ ବାଲ୍ୟବିବାହ ରୁ ଉଦ୍ଧାର ହୋଇଥିବା କିଶୋରୀ ମାନଙ୍କୁ କୌଶଳ ଭିତିକ ଶିକ୍ଷା ମାଧ୍ୟମରେ ଆତ୍ମ ନିର୍ଭରଶୀଳ କରାଇବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ନିର୍ଦେଶ ଦେଇଛନ୍ତି । ବୈଠକର ପ୍ରାରମ୍ଭ ରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଆନନ୍ଦ ଚନ୍ଦ୍ର ପଲାଇ ଜିଲ୍ଲାରେ ଦକ୍ଷତା ବିକାଶ ଓ ବୌଷୟିକ ଶିକ୍ଷା ବିଭାଗ ତରଫରୁ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଯୁବକ ଯୁବତୀ ମାନଙ୍କୁ କରାଯାଇଥିବା ନିଯୁକ୍ତି ଓ ଉଭୟ କେଦ୍ର ଓ ରାଜ୍ୟ ସରକାରଙ୍କର ନୂତନ ନିଯୁକ୍ତି ଓ ନିୟୋଜନ ର ଯୋଜନା ଗୁଡିକ ଉପରେ ସବିଶେଷ ବିବରଣୀ ଉପସ୍ଥାପନା କରିଥିଲେ । ଅନ୍ୟତମ ଅତିଥି ଭାବରେ ଯୋଗଦେଇ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ବିରଞ୍ଚି ନାରାୟଣ ଦରୁଆନ ଜିଲ୍ଲାରେ ଥିବା ପରିତକ୍ତା ମହିଳା , ବାଲ୍ୟବିବାହ ରୁ ଉଦ୍ଧାର କିଶୋରୀ , ବିଚାରଧିନ କାରାଗାର ଅନ୍ତେବାସୀ ଓ ଯୁବକ ଯୁବତୀ ମାନଙ୍କୁ ଦକ୍ଷତାଶିକ୍ଷା ଅର୍ଜନ କରାଇ ,ସେମାନେ ଯେଭଳି ଆର୍ଥିକ କ୍ଷେତ୍ରରେ ସ୍ଵାବଲମ୍ବନଶୀଳ ହେବେ ତା ଉପରେ ଆବଶ୍ୟକ ପଦକ୍ଷେପ ନେବାକୁ ଆହ୍ଵାନ ଦେଇଥିଲେ । ଜିଲ୍ଲା ଦକ୍ଷତା ବିକାଶ ଓ କର୍ମ ନିୟୋଜନ ଅଧିକାରୀ ଜିଲ୍ଲା ରେ ଦକ୍ଷତା ବିକାଶ ରେ ଚାଲିଥିବା ବିଭିନ୍ନ ଯୋଜନା କୁ ନୂତନ ପ୍ରଚଳିତ ଆଇ ଟି ଆଇ, ପଲିଟେକନିକ୍, ଅନ୍ୟାନ୍ୟ ବୈଷୟିକ ଶିକ୍ଷା ଲାଭ କରିଥିବା ବେକାର ଯୁବକ ଯୁବତୀ ପାଇଁ ନାନୋ ୟୁନିକର୍ଣ, ଉଚ୍ଚ ଶିକ୍ଷା ଓ ଅଧିକ ଜ୍ଞାନ ପାଇଁ ଇଣ୍ଟର୍ନସିପ ଆର୍ଥିକ ସହାୟତା,ଯୁବତୀ ମାନଙ୍କ ଦକ୍ଷତା ବିକାଶ ପାଇଁ ସୁଦକ୍ଷା ଯୋଜନା , ଇଣ୍ଡୋ ଜାପାନ ସଂପର୍କ ଅନ୍ତର୍ଗତ ଜାପାନ ଦେଶରେ ନର୍ସ ଚାକିରି ଉପରେ ପିପିଟି ମାଧ୍ୟମରେ ସୁଚନା ଦେଇଥିଲେ। ଓଡିଶା ନଲେଜ କୋପରେସନ ଲିମିଟେଡ, ଅରିସ୍କ ସିକୁରୀଟି ଲିମିଟେଡ ଆଦି ସଂସ୍ଥା ଉପସ୍ଥିତ ଥାଇ ସେମାନଙ୍କ ର ପ୍ରକଳ୍ପରେ ଥିବା କାର୍ଯ୍ୟକ୍ରମ ଗୁଡିକୁ କମିଟି ସମୁଖ ରେ ଉପସ୍ଥାପନା କରିବା ସହ ଜିଲ୍ଲାରେ ବେକାର ଯୁବକ ଯୁବତୀ ମାନଙ୍କୁ ଦକ୍ଷତା ବିକାଶ ପାଇଁ ନେଇଥିବା ପଦକ୍ଷେପ କୁ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ଦ୍ରୌପଦୀ କହଁର , ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ,ଜିଲ୍ଲା ଶ୍ରମ ଅଧିକାରୀ ଛୋଟରାୟ ଟୁଡୁ , ଓରମାସ ଡେପୁଟି ସିଓ ଉମା ମହେଶ ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ ଓ ଜିଲ୍ଲାର ସମସ୍ତ ଆଇ.ଟି.ଆଇ ଏବଂ ପଲିଟେକନିକ ମହାବିଦ୍ୟାଳୟ ର ଅଧକ୍ଷମାନେ ଜିଲ୍ଲା କୌଶଳ ଭିତିକ ଶିକ୍ଷା ର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହିତ ପରାମର୍ଶ ମାନ ଦେଇଥିଲେ । ଶେଷରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ସହ ଅଧିକାରୀ ଶୁଭମ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ( ମ ନି ସ )

Related posts

କାମ ନ ସରିବା ପୁର୍ବରୁ କାନ୍ଥ ଫାଟି ଆଁ

Sunil Chandra Nayak

ଜଗତସିଂହପୁର ଜିଲ୍ଲା ଡେପୁଟି କଲେକ୍ଟର ଙ୍କ ଅସ୍ଥାୟୀ ବାସଭବନରେ ଭିଜଲାନ୍ସ ଚଢ଼ାଉ

Sunil Chandra Nayak

ଅଗଷ୍ଟ କ୍ରାନ୍ତି ଦିବସରେ ମିଳିତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ମାନଙ୍କ ର ଶୋଭାଯାତ୍ରା ଓ ବିକ୍ଷୋଭ 

masiha

Leave a Comment

error: Content is protected !!