ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଣ୍ଡେଇ ମହୋତ୍ସବ -୨୦୨୪ ପାଳନ ଉପଲକ୍ଷେ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା 

ମଣ୍ଡେଇ ମହୋତ୍ସବ -୨୦୨୪ ପାଳନ ଉପଲକ୍ଷେ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା 

ନବରଙ୍ଗପୁର:( ତା ୩୦.୧୧.୨୦୨୪)(ରବି ନାରାୟଣ ମହାନ୍ତି) ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଣ୍ଡେଇ ମହୋତ୍ସବ -୨୦୨୪ ପାଳନ ଉପଲକ୍ଷେ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାକୁ ଜିଲ୍ଲାପାଳ ତଥା ଉତ୍ସବ ଅଧ୍ୟକ୍ଷ ଡ଼ ଶୁଭଙ୍କର ମହାପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଚଳିତ ବର୍ଷ ନବରଙ୍ଗପୁରର ଆଦିବାସୀ ପରମ୍ପରା ତଥା ଖାଦ୍ୟକୁ ଲୋକାଭିମୁଖୀ କରିବା ନିମନ୍ତେ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଆୟୋଜନ କରାଯିବା ନିମନ୍ତେ ସ୍ଥିର କରାଗଲା। ଉକ୍ତ ଖାଦ୍ୟ ପ୍ରତିଯୋଗିତା ରେ ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ନବୀନ ଚନ୍ଦ୍ର ନାୟକ,ସି ଡି ଓ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ପ୍ରକାଶ ମିଶ୍ର ଙ୍କ ସମେତ ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା, ଡି ଏସ ଏସ ଓ ସୁଧାଂଶୁ ପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଘାଷିଆ ହରିଜନ, ଡି ପି ଓ ହିମାଂଶୁ ପଟ୍ଟନାୟକ,ସହକାରୀ ଜିଲ୍ଲାପାଳ ଆଶୁତୋଷ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଖାଦ୍ୟ ପ୍ରତିଯୋଗିତା ରେ ତେନ୍ତୁଳିଖୁଣ୍ଟି ବ୍ଲକ୍ ର ମା ମାଣିକେଶ୍ଵରୀ ସ୍ବୟଂ ସହାୟକ ଗୋଷ୍ଠୀ, ପାପଡାହାଣ୍ଡି ବ୍ଲକ ର ସସ୍ମିତା ପାତ୍ର , ମା ଭଣ୍ଡାର ଘରଣୀ ସ୍ଵଂୟ ସହାୟକ ଗୋଷ୍ଠୀ, ମା ବିରଜା ଏସ ଏଚ ଜି,ବାଲ ଗୋପାଳ ଏସ ଏଚ ଜି, ନବରଙ୍ଗପୁର ପୌରପାଳିକା ର ବୁଦ୍ଧ ଚୌରିଆ, ସିଦ୍ଧ ଭୈରବୀ ଏସ ଏଚ ଜି, ଲକ୍ଷ୍ମୀ ନାରାୟଣ ଏସ ଏଚ ଜି, ଜିହବାରଫା ଏସ ଏଚ ଜି,ଅନନ୍ୟା କେଶରୀ ଗ୍ରୁପ,ଗାୟତ୍ରୀ ଏସ ଏଚ ଜି, କାମାକ୍ଷି ଏସ ଏଚ ଜି, ବିର ହନୁମାନ ଏସ ଏଚ ଜି ଏଭଳି ୨୦ ଟି ମହିଳା ଦଳ ଖାଦ୍ୟ ପ୍ରତିଯୋଗିତା ରେ ଭାଗ ନେଇଥିଲେ।ପ୍ରାୟ ମାଣ୍ଡିଆ, ବାଜରା,ଚାଉଳ,ସୁଜି, ଅଟା ରେ ପ୍ରସ୍ତୁତି ପିଠା,କାକରା,ପକୁଡ଼ି, କେକ୍,ଖିରି, ଭଳି ସୁସ୍ୱାଦୁ ପାରମ୍ପରିକ ଖାଦ୍ୟ ପ୍ରଦର୍ଶନ କରିଥିଲେ ।ଏହି ଖାଦ୍ୟ ପ୍ରତିଯୋଗିତାର ପରିଚାଳନାରେ ଡି ଏସ ଡବ୍ଲ୍ୟୁ ଓ ଦ୍ରୌପଦୀ କହଁର, ଡି ପି ସି ମିଶନ ଶକ୍ତି ନିରଞ୍ଜନ ଟାଂଗ ରାଙ୍ଗା ସହଯୋଗ କରିଥିଲେ।ବିଚାରପତି ରୂପେ ଡି ପି ଓ ହିମାଂଶୁ ପଟ୍ଟନାୟକ, ଡି ଏସ ଏସ ଓ ସୁଧାଂଶୁ ପାତ୍ର ଏବଂ ଡି ପି ଏମ, ଓ ଏଲ ଏମ ସୁସ୍ମିତା ସାମନ୍ତରାୟ କାର୍ଯ୍ୟ ନିର୍ବାହ କରିଥିଲେ। ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ମଣ୍ଡେଇ ମହୋତ୍ସବ ରେ ପୁରସ୍କୃତ କରାଯିବ। ( ମ ନି ସ ) 

Related posts

ଆମପାଣି ଓ କାଶିବାହଲ କୃଷି ସମବାୟ ସମିତି ପକ୍ଷରୁ ବ୍ୟାଙ୍କିଙ୍ଗ ସେବା ଓ କୃଷିଋଣ କୃଷକ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ

masiha

ରଜପର୍ବ ପାଳନ ସମାରୋହ ୨୦୨୫

masiha

Leave a Comment

error: Content is protected !!