ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହଳଦା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ କୁଇଜ ପ୍ରତିଯୋଗିତା ୨୦୨୪

ବହଳଦା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ କୁଇଜ ପ୍ରତିଯୋଗିତା ୨୦୨୪

  ମୟୂରଭଞ୍ଜ -୦୧/୧୨ ( ମସିହା)-ଓଡିଶା ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ  ବ୍ଲକସ୍ତରୀୟ କୁଇଜ ପ୍ରତିଯୋଗିତା ୨୦୨୪ ବହଳଦା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର ସାତ ଗୋଟି ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ଅଷ୍ଟମ,ନବମ ଏବଂ ଦଶମ ଶ୍ରେଣୀର ଛାତ୍ର ଏବଂ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। କୁଲଗୀ ଉଚ୍ଚ ବିଦ୍ୟାଳୟ, ବିଞ୍ଜୁଆ ଉଚ୍ଚବିଦ୍ୟା ଳୟ, ଫାତ ମେମୋରିଆଲ ଏକାଡେମି ହାଇସ୍କୁଲ ତାରଣା,ଗମ୍ଭାରିଆ ଉଚ୍ଚ ବିଦ୍ୟାଳୟ, ଜାରିତାଣ୍ଡି ଉଚ୍ଚ ବିଦ୍ୟାଳୟ, ମଙ୍ଗଲ ହାଇସ୍କୁଲ ଏବଂ ସ୍ଥାନୀୟ ବହଳଦା ଉଚ୍ଚ ବିଦ୍ୟାଳୟ ରୁ ସମୁଦାୟ ୬୧ ଜଣ ପରୀକ୍ଷାର୍ଥୀ ଭାଗ ନେଇଥିଲେ।ସମସ୍ତ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ତିନି ଜଣ ପ୍ରତିଯୋଗୀ ପରୀକ୍ଷାର୍ଥୀଙ୍କୁ ଶ୍ରେଷ୍ଠଭାବେ ମନୋନୀତ କରାଯିବା ସହ ଅର୍ଥରାଶି ଏବଂ ମାନପତ୍ର ଦେଇ ସମ୍ମାନିତ କରାଗଲା। ଫାତୁ ମେମୋରିଆଲ ଏକାଡେମି ତାରଣା ହାଇସ୍କୁଲର ନବମ ଶ୍ରେଣୀର ଛାତ୍ର ସାଗର ବେହେରା ପ୍ରଥମ ସ୍ଥାନ,ମଙ୍ଗଲ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର ରାଜେଶ ମୁର୍ମୁ ଦ୍ବିତୀୟ ଏବଂ ଗମ୍ଭାରିଆ ସରକାରୀ ଉଚ୍ଚବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ସୁନାରାମ ମାଝୀ ତୃତୀୟ ଭାବେ ବିଜେତା ହୋଇ ପୁରଷ୍କାର ସ୍ବରପ ଅର୍ଥରାଶି ଏବଂ ମାନପତ୍ର ଗ୍ରହଣ ପୂର୍ବକସମ୍ମାନିତ ହୋଇଛନ୍ତି। କେନ୍ଦ୍ର ତତ୍ତ୍ବାବଧାରକ ଭାବେ ପ୍ରଧାନ ଶିକ୍ଷକ ମନୋରଂଜନ ଗିରିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ରେ  ଲିଖିତ ଭାବେ କୁଇଜ ପ୍ରତିଯୋଗିତା ପରୀକ୍ଷା ଶାନ୍ତିଶୃଙ୍ଖଳାର ସହିତ ସଂପନ୍ନ  ହୋଇଯାଇଛି।ଏଥିରେ ନିରୀକ୍ଷକ ଭାବେ ବରିଷ୍ଠ ବିଜ୍ଞାନ ଶିକ୍ଷକ ସଂଗ୍ରାମକେଶ୍ବରୀ ଗିରି ଶିକ୍ଷକ ଅଶୋକ କୁମାର ପ୍ରଜାପତି,ଶିକ୍ଷୟିତ୍ରୀ ସସ୍ମିତା ମହାନ୍ତ,ସସ୍ମିତା ମୁର୍ମୁ,ଶିକ୍ଷକ କାର୍ତ୍ତିକଚନ୍ଦ୍ର ବେହେରା,ଜସ୍ମି ସୋରେନ,ତନୁଜା ନାୟକ, ତନୁଜା ମହାନ୍ତ,ଗିରିଶ ଚନ୍ଦ୍ର ମହାନ୍ତ, ବିନୋଦ କୁମାର ବାସ୍କେ,ଦେବସ୍ମିତା ନାୟକ, ଶୁଭଶ୍ରୀ ରାଉତ ପ୍ରମୁଖ ଯୋଗଦେଇ ପରୀକ୍ଷା କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂପାଦନ କରିଥିଲେ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

କଂସାର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଆମ ଗାଁରେ ତହସିଲ କାର୍ଯ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ହମିରପୁର ଉନ୍ନୟନ ପରିଷଦ ର ମହାବିଷୁବ ସଂକ୍ରାନ୍ତି ଓ ସମ୍ବର୍ଦ୍ଧନା ସଭା

masiha

ଭାଇଙ୍କୁ ରାଖୀ ବାନ୍ଧିବା ପାଇଁ ଗାଡି ଚଳା ଚଳ ବନ୍ଦ ପରେ ବି ଘରେ ପହଁଞ୍ଚି ବାନ୍ଧିଲେ ରାଖୀ

Sunil Chandra Nayak

Leave a Comment

error: Content is protected !!