ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସନ୍ତୀ ପାଠାଗାରର ଯୋଗ ପ୍ରଶିକ୍ଷଣ କେନ୍ଦ୍ରର ବାର୍ଷିକୋତ୍ସବ 

ବାସନ୍ତୀ ପାଠାଗାରର ଯୋଗ ପ୍ରଶିକ୍ଷଣ କେନ୍ଦ୍ରର ବାର୍ଷିକୋତ୍ସବ 

ରାଉରକେଲା: ବାସନ୍ତୀ ପାଠାଗାରର ଯୋଗ ପ୍ରଶିକ୍ଷଣ କେନ୍ଦ୍ରର ୧୮ ତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। କେନ୍ଦ୍ରର ଯୋଗଗୁରୁ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ବ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାଠାଗାରର ସଭାପତି ଡ଼ଃ ଶକ୍ତିପ୍ରସାଦ ସାମନ୍ତରାୟ ମୁଖ୍ୟଅତିଥି, ଯୋଗଗୁରୁ ପିତବାସ ପ୍ରଧାନ ଓ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୋଗ ର ଉପଯୋଗିତା ଓ ଉପକାରିତା ସଂପର୍କରେ ଆଲୋଚନା କରିଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ଯୋଗ ର ଅର୍ଥ ଯୋଡିବା। ଯୋଗର ୮ଟି ବିଭାଗ, ଦୈନନ୍ଦିନ ଜୀବନଚର୍ଯ୍ୟା, ସ୍ନାନ,ଶୟନ ଓ ଖାଦ୍ୟ ଗ୍ରହଣ ଉପରେ ଗୁରୁତ୍ୱାରୋପ, ଆସନ କଲାବେଳେ ଧ୍ୟାନ କିପରି ଗୁରୁତ୍ବପୂର୍ଣ୍ଣ ସେ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ କେନ୍ଦ୍ର ତରଫରୁ ଏକ ଯଜ୍ଞ ଆୟୋଜନ କରାଯାଇଥିଲା। ଏଥିରେ ଶ୍ରୀକାନ୍ତ ଷଡ଼ଙ୍ଗୀ ପୂଜକ ଦାୟିତ୍ଵ ତୁଲାଇଥିଲେ। ପରେ ଗୀତାଞ୍ଜଳି ମହାରଣା, ପ୍ରିୟା ପାତ୍ର, ସୁଭାଷିନୀ ସାହୁ, ସସ୍ମିତା ଭଞ୍ଜଦେଓ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ଯୋଗ ଅଂଶଗ୍ରହଣ କରୁଥିବା ପ୍ରଶିକ୍ଷାର୍ଥୀ ମାନେ ନିଜର ଅଭିଜ୍ଞତା ବାଣ୍ଟିଥିଲେ। ଏହି କାର୍ଯ୍ୟକ୍ରମରେ ସୁମିତା ସ୍ବାଇଁ, ନିରୁପମା ଚାନ୍ଦ, ରବିନ୍ଦ୍ର ଠାକୁର, ସଞ୍ଜୁକ୍ତା ଦାଶ, ସ୍ବର୍ଣ୍ଣଲତା ଘଡେଇ, କବିତା ଦାଶ, ବିଷ୍ଣୁ ଚରଣ ସାହୁ, ଗୈାରବ ଅଗ୍ରୱାଲ, ଭାନୁଲତା ଘଡେଇ,ମୀରା ସିଂ,ଶୁଭନ୍ୟେଶା ମହାନ୍ତି, କାମିନୀ ବିଶ୍ବାଳ, ସୈାଦାମିନୀ ମିଶ୍ର,ପ୍ରିତୀ ଦାସ, ଗୋପୀନାଥ ଓଝା, ସୁପ୍ରିୟା ଜେନା, କମଳା ଆଚାର୍ଯ୍ୟ, ରାଜଶ୍ରୀ ନାୟକ, ସୁଭାଷିନୀ ସାହୁ, ପ୍ରିୟା ପାତ୍ର, ଗୀତାଞ୍ଜଳି ମହାରଣା ପ୍ରମୁଖ ଉପସ୍ଥିତ ରହି ଯୋଗ କରିବା ସହ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଅବସରରେ ପାଠାଗାରର ସମସ୍ତ କର୍ମକର୍ତ୍ତା ଓ ଅତିଥି ମାନେ ଯୋଗଦେଇଥିଲେ। ଶେଷରେ ଆବାହକ ଶ୍ରୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଥୁଆମୂଳ ରାମପୁର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

କନ୍ଧମାଳ : ରାଜ୍ୟ ସ୍ତରୀୟ ଡଙ୍ଗର ମହୋତ୍ସବ-୨୦୨୩ ଉଦଘାଟିତ

Sunil Chandra Nayak

ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!