ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶବରପଡା ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ଦାବୀ

ଜୁନାଗଡ଼ ୨୦/୦୪ (ମ ନି ସ) ଜୁନାଗଡ଼ ବ୍ଲକର ଦେଦର ଏକ ଆଦିବାସୀ ବହୁଳ ଅନଗ୍ରସର ପଞ୍ଚାୟତ ଅଟେ।ଏହି ପଞ୍ଚାୟତର ଗୋଳମୁଣ୍ଡା ଗ୍ରାମର ଶବର ପଡା।ଇନ୍ଦ୍ରାବତୀ ଦକ୍ଷିଣ କେନାଲ ପାଖରେ ରହିଛି ଶବର ପଡା ପ୍ରାଥମିକ ବିଦ୍ୟାଳୟ।ଏହି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୪୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ଏବଂ ଏଠାରେ ୩ ଜଣ ଶିକ୍ଷକ ରହିଛନ୍ତି। ୨୦୦୮ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟର ଶ୍ରେଣୀଗୃହ ଗୁଡିକ ବିପଦସଂକୁଳ ଅବସ୍ଥାରେ ପହଂଚିଲାଣି।ଶ୍ରେଣୀ ଗୃହ ଗୁଡିକର ଛାତରେ ସିମେଣ୍ଟ ଢଳେଇ ଫାଟି ଆଁ କଲାଣି।ଶ୍ରେଣୀ ଗୃହରେ ପାଠ ପଢିବା ସମୟରେ ଶିକ୍ଷକ ଓ ଛାତ୍ରଛାତ୍ରୀ ବିପଦ ସଂକୁଳ ଅବସ୍ଥାରେ ରହୁଛନ୍ତି।ଇନ୍ଦ୍ରାବତୀ ଦକ୍ଷିଣ କେନାଲକୁ ଏହି ବିଦ୍ୟାଳୟଟି ଲାଗି ରହିଛି।କେନାଲରେ ଜଳ ପ୍ରଭାହିତ ସମୟରେ କୋମଲମତି ଛାତ୍ରଛାତ୍ରୀ ବିପଦର ସମ୍ମୁଖୀନ ହେବା ଆଶଙ୍କା ରହିଛି।ଏହି ପରିପ୍ରେକ୍ଷୀରେ ସ୍କୁଲ ଚାରିପଟେ ପାଚେରୀ ନିର୍ମାଣ ଅନିବାର୍ଯ୍ୟ ହୋଇ ପଡିଛି।ସ୍କୁଲର ବହୁବିଧ ସମସ୍ୟା ସମ୍ପର୍କରେ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଓ ପ୍ରଶାସନକୁ ଜଣାଇଥିଲେହେଁ ଅଦ୍ୟାବଧି ସୁଫଳ ପାଇ ପାରି ନାହାନ୍ତି। ଏହି ବିଦ୍ୟାଳୟର ଆନୁସଙ୍ଗିକ ଭିତ୍ତିଭୂମି ଯଥା ନୂତନ ସ୍କୁଲଗୃହ, ପାଚେରୀ, ଶୌଚାଳୟ ଆଦି ନିର୍ମାଣ ଦିଗରେ ଜିଲ୍ଲା ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବୀ କରୁଛନ୍ତି। ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ ।

Related posts

ପେଟ୍ରୋଲିଂଗବେଳେ ଗଞ୍ଜେଇଜବତ ପେଡଲର ଗିରଫ

Sunil Chandra Nayak

ତ୍ରୟମାସିକ ସାହିତ୍ୟ ପତ୍ରିକା ରଶ୍ମିପ୍ରଭା ର ପଞ୍ଚମ ବାର୍ଷିକୋତ୍ସବ ଅନୁଷ୍ଠିତ

Sunil Chandra Nayak

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!