ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଯେତେ ଦିନ ଥିବି ଦେହ ମନ ଭଲ
    ଲେଖୁ ଥିବି ତବ ପଦ
ସକାଳୁ ସଞ୍ଜରେ ତୁମ ନାମ ଧରି 
    ଆଶୀର୍ବାଦ ଦିଅ ଶଦ୍ଦ।
ତୁମ ଛବି ଦେଖି ବଢ଼ିଲା ମୋ ଲୋଭ
    ଲେଖି ଲେଖି ସବୁ ପଦ
ମିଶି ହୋଇ ଗଲା ଏକତାର ସ୍ବର
    ପ୍ରଭୁ ମୋ ପାଇଁ ସଂପଦ।
ଦିନେ ନ ଦେଖିଲେ ଆଖି ନିଦ ନାହିଁ
       ବିଚଳିତ ହୁଏ ମନ
ଦେଖି ଦେଲେ ଥରେ ମନ ତୃପ୍ତି ହୁଏ
    ଦୁଃଖ ହୁଏ ଅବସାନ।
ଯେତେ ଦେଖୁଥିଲେ ନୂଆ ପରି ଦିଶ
       ଅନୁଭବ ଭାବ ଶକ୍ତି
ଆଖି ବୁଜିଦେଲେ ଚାଲି ଆସ ପ୍ରଭୁ
      ବଢୁଛି ହୃଦୟ ଭକ୍ତି।
ସତେକି ଆଗରେ ଦର୍ପଣ ଭିତରେ
    ମୋତେ ହାତ ଠାରି କୁହ
କହିବାକୁ ଥିଲେ ଚୁପଚାପ୍ କହି
     ନୀରବ ଲଗାଇ ମୋହ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଶ୍ରୀମନ୍ଦିରେ କର୍କଟ ସଂକ୍ରାନ୍ତି ,ଦକ୍ଷିଣାୟନ ବନ୍ଦାପନା

Sunil Chandra Nayak

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଗୋଲାଙ୍ଗବନ୍ଧରୁ ଚମ୍ପାଦେଇପୁର ଯାଏଁ ବିଜେଡିର ପଦଯାତ୍ରା

Sunil Chandra Nayak

Leave a Comment

error: Content is protected !!