ଜଣାଣ
ମାନଗୋବିନ୍ଦ ସ୍ବାଇଁ
ଯେତେ ଦିନ ଥିବି ଦେହ ମନ ଭଲ
ଲେଖୁ ଥିବି ତବ ପଦ
ସକାଳୁ ସଞ୍ଜରେ ତୁମ ନାମ ଧରି
ଆଶୀର୍ବାଦ ଦିଅ ଶଦ୍ଦ।
ତୁମ ଛବି ଦେଖି ବଢ଼ିଲା ମୋ ଲୋଭ
ଲେଖି ଲେଖି ସବୁ ପଦ
ମିଶି ହୋଇ ଗଲା ଏକତାର ସ୍ବର
ପ୍ରଭୁ ମୋ ପାଇଁ ସଂପଦ।
ଦିନେ ନ ଦେଖିଲେ ଆଖି ନିଦ ନାହିଁ
ବିଚଳିତ ହୁଏ ମନ
ଦେଖି ଦେଲେ ଥରେ ମନ ତୃପ୍ତି ହୁଏ
ଦୁଃଖ ହୁଏ ଅବସାନ।
ଯେତେ ଦେଖୁଥିଲେ ନୂଆ ପରି ଦିଶ
ଅନୁଭବ ଭାବ ଶକ୍ତି
ଆଖି ବୁଜିଦେଲେ ଚାଲି ଆସ ପ୍ରଭୁ
ବଢୁଛି ହୃଦୟ ଭକ୍ତି।
ସତେକି ଆଗରେ ଦର୍ପଣ ଭିତରେ
ମୋତେ ହାତ ଠାରି କୁହ
କହିବାକୁ ଥିଲେ ଚୁପଚାପ୍ କହି
ନୀରବ ଲଗାଇ ମୋହ।
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା