ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୬ ତମ ଏନସିସି ଦିବସ ପାଳିତ 

୭୬ ତମ ଏନସିସି ଦିବସ ପାଳିତ 

ରାଉରକେଲା: ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଏନ୍ଆଇଟି କ୍ୟାମ୍ପସ ରାଉରକେଲା ଠାରେ ୨ୟ ଓଡ଼ିଶା ଏୟାର ସ୍ବାଡର୍ଣ୍ଣ ଫ୍ଲାଇଙ୍ଗ ଏନସିସି ଝାରସୁଗୁଡା ର ଏନସିସି କ୍ୟାଡେଟ ମାନଙ୍କ ଦ୍ବାରା ୭୬ତମ ଏନସିସି ଦିବସ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏନ୍ଆଇଟି ର ପ୍ରଫେସର ଡ଼ଃ ଅଜିତ ବେହେରା ଯୋଗଦେଇ କ୍ୟାଡେଟ ମାନଙ୍କ ଉଦ୍ଦେଶ୍ୟରେ ଏନସିସି ର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସହ ଫ୍ଲାଇଙ୍ଗ ଏନସିସି ଅଫିସର ସରୋଜ କୁମାର ଜେନା ଅତିଥି ପରିଚୟ ସହ ସ୍ବାଗତ ଅଭିଭାଷଣ ରଖିଥିଲେ। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ସୂଜାତା ତ୍ରିପାଠୀ ସଭାପତିତ୍ବ ଅଭିଭାଷଣ ରଖିଥିଲେ। ବରିଷ୍ଠ କ୍ୟାଡେଟ ରଣଜିତ ସାହୁ ଓ କନିଷ୍ଠ କ୍ୟାଡେଟ ସିମରନ ସାହା ଏହି ଅବସରରେ ବକ୍ତବ୍ୟ ରଖିଥିଲେ। କ୍ୟାଡେଟ ମାନଙ୍କ ଦ୍ବାରା ସ୍ବାଗତ ସଂଗୀତ, ଦେଶାତ୍ମବୋଧକ ସଂଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ଅବସରରେ କ୍ୟାଡେଟ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ସେଥିରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ମୀନତି ଖମାରୀ ଙ୍କ ମଞ୍ଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ଛବିରାଣୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ଶିକ୍ଷକ ସୀତାରାମ ସାହୁ, ହରିଶଙ୍କର କାମିଲା, ନିରୁପମା ପତି, ପ୍ରମିଳା ଡୁଙ୍ଗଡୁଙ୍ଗ,ସୂଜାତା ମିଶ୍ର, ମମତା ସେନାପତି, ସସ୍ମିତା ପଟ୍ଟନାୟକ,ସୁରେଖା ନାୟକ,ଯତିନ୍ଦ୍ର ଭୋଇ ପ୍ରମୁଖ ସହଯୋଗ କରିଥିବା ବେଳେ ପ୍ରାକ୍ତନ କ୍ୟାଡେଟ, ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ। ଶେଷରେ କ୍ୟାଡେଟ ମାନଙ୍କ ଦ୍ବାରା ଏନସିସି ସଂଗୀତ ଗାନ କରାଯାଇ ସଭା ସାଙ୍ଗ କରାଯାଇଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନରେ ଗାନ୍ଧିଜୀଙ୍କ ସ୍ମୃତି ଚାରଣ ସଭା

Sunil Chandra Nayak

ଅକ୍ଷୟ ତୃତୀୟା ଯିବା ର 1 ମାସ ପରେ ମଧ୍ୟ ବିହନ ପାଇଁ ହିନସ୍ତା ମହାକାଳ ପଡା ଚାଷୀ

masiha

ଚନ୍ଦାହାଣ୍ଡି ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!