ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶତାୟୁ ବ୍ୟକ୍ତିଙ୍କ ପରଲୋକ 

ଶତାୟୁ ବ୍ୟକ୍ତିଙ୍କ ପରଲୋକ 

ନବରଙ୍ଗପୁର:(୨/୧୨/୨୪)ଧରାକୋଟ ଗଡର ମୁସଲମାନ ବସ୍ତିର ଶତାୟୁ ବୃଦ୍ଧ ଆଗା ଜାନ ଖାଁ ଙ୍କ ର ୧୦୧ ବର୍ଷରେ ପରଲୋକ ହୋଇଯାଇଛି। ସେ ୧୯୬୪ ମସିହାରେ ଧରାକୋଟ ବ୍ଲକ ପ୍ରତିଷ୍ଠା ସମୟରୁ ବ୍ଲକରେ ସରକାରୀ ଚାକିରି ଆରମ୍ଭ କରି ୧୯୯୭ ରେ ସେଠାରୁ ଅବସର ଗ୍ରହଣ କରିଥିଲେ। ନିଜର ସରଳ ଓ ଅମାୟିକ ଗୁଣ ଯୋଗୁଁ ସେ ବ୍ଲକର ପ୍ରଶାସନିକ ଓ ରାଜନୟୀତିକ ବ୍ୟକ୍ତି ମାନଙ୍କ ପ୍ରିୟପାତ୍ର ହୋଇ ଦୀର୍ଘ ୩୩ ବର୍ଷ ଗୋଟିଏ ସ୍ଥାନରେ ଚାକିରି ଆରମ୍ଭ କରି ଅବସର ଗ୍ରହଣ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଜ୍ୟେଷ୍ଠ ପୁତ୍ର ଆକବର,କନିଷ୍ଠ ପୁତ୍ର ଇଶମାଇଲ,ଚାରି ଜଣଝିଅ ,ପୁତ୍ରବଧୂ,ନାତି ଓ ନାତୁଣୀ ମାନେ ଉପସ୍ଥିତ ରହିଥିଲେ। ମୁସଲମାନ ରୀତି ନୀତି ଅନୁଯାୟୀ ତାଙ୍କର ଶବକୁ କବର ଦିଆଯାଇଥିଲା। ସେ ଜଣେ ସରଳ, ମେଳାପି ,ପରୋପକାରୀ ଓ ମିଷ୍ଟଭାଷୀ ବ୍ୟକ୍ତି ଥିଲେ। ତାଙ୍କର ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

( ମ ନି ସ ) 

Related posts

ଖଣି ବିଭାଗକୁ ଆସିବାକୁ ଛନ ଛନ, ଆସିବା ବେଳେ ଓ ବଦଳି ବେଳେ ସମ୍ପତି ଯାଞ୍ଚ ହେଉ

masiha

ଧର୍ତି ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ ଅନ୍ତର୍ଗତ ରାଜ୍ୟ ପ୍ରକ୍ରିୟା ପ୍ରୟୋଗଶାଳା ର ଶୁଭାରମ୍ଭ

Sunil Chandra Nayak

ପୟୋନିର କମ୍ପାନୀ କୁ କୋଡୀଙ୍ଗା ମାଳି ର ବକ୍ସାଇଟ ପ୍ରଦାନ କୁ ବିରୋଧ

masiha

Leave a Comment

error: Content is protected !!