ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିତ୍ୟକ୍ତ ଘରର ଛାତ ଭୁଷୁଡି ୧ ନାବାଳକ ମୃତ, ୧ ନାବାଳକ ଆହତ 

ପରିତ୍ୟକ୍ତ ଘରର ଛାତ ଭୁଷୁଡି ୧ ନାବାଳକ ମୃତ, ୧ ନାବାଳକ ଆହତ 

ଡାବୁଗାଁ, ୪/୧୨ (ମ.ନି.ସ.)- ବୁଧବାର ସକାଳେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ହାଟପଦା ସାହିରେ ପରିତ୍ୟକ୍ତ ଗୃହର ଛାତ ଭୁଷୁଡି ୧ ନାବାଳକ ଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନାବାଳକ ଆହତ ହୋଇଛି । ସୂଚନାଯୋଗ୍ୟ:- ଡାବୁଗାଁ ସଦର ମହକୁମା ହାଟପଦା ସାହିର ମହେଶ୍ଵର ଗୌଡ (୧୨) ଓ ଉମା ଜାନୀ (୧୦) ଆଜି ସକାଳୁ ହାଟପଦା ସାହିରେ ଥିବା ମୋବାଇଲ ଟାୱାର ପରିସରରେ ଥିବା ପରିତ୍ୟକ୍ତ ଜଗୁଆଳି ଘର କୁ କଂକ୍ରିଟ ଝରକା ର ଲୁହା ରଡ଼ ବାହାର କରିବାକୁ ଯାଇଥିବା ବେଳେ ହଠାତ ଗୃହ ଛାତ ଭୁଷୁଡି ପଡିଥିଲା | ଯାହା ଦ୍ଵାରା ମହେଶ୍ଵର ଗୌଡ ସଂପୂର୍ଣ୍ଣ ଚାପି ହୋଇଯାଇଥିଲେ ଏବଂ ଉମା ଜାନୀ ଙ୍କ ୨ ଟି ଗୋଡ ଚାପି ହୋଇଥିଲା | ଛାତ ଭୁଷୁଡି ବା ଶବ୍ଦ ସହ ପିଲା ଟିର ପାଟି ଶୁଣି କିଛି ଲୋକ ଯାଇ ଦେଖିଥିଲେ ଯେ ପିଲା ମାନେ ଚାପି ହୋଇଛନ୍ତି | ସଙ୍ଗେ ସଙ୍ଗେ ଲୋକେ ଅଗ୍ନିଶମ କେନ୍ଦ୍ରକୁ ଖବର ଦେବା ସହ ପୋଲିସ କୁ ଖବର ଦେଇଥିଲେ | ଖବରପାଇ ଅଗ୍ନିସମ କେନ୍ଦ୍ର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ୨ ଜଣ ନାବାଳକଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ଡାକ୍ତର ନାବାଳକ ମହେଶ୍ଵର ଗୌଡ ଙ୍କୁ ମୃତ ଘୋଷଣା କରିଥିଲେ | ନାବାଳକ ଉମା ଜାନୀ ଙ୍କ ଅବସ୍ଥା ଗୁରୁତ୍ତର ଥିବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି | ପରେ ଡାବୁଗାଁ ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ, ସବଇନିସ୍ପେକ୍ଟର ବିଜୁରାମ ବାଗ ଓ ଚନ୍ଦନ ସାହୁ, ଏଏସଆଇ ଗୋପାଳକୃଷ୍ଣ ହାଲୱା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ | ଏନେଇ ମୃତକର ପିତା ଲଛମନ ଗୌଡ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ପୋଲିସ ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୩୫/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ହିଂସା ମୁକ୍ତ ସମାଜ ଗଠନ ଅଭିଯାନ 

masiha

ଜିଲ୍ଲା ପରିଷଦ ସମୀକ୍ଷା ବୈଠକ “ଏକ ପେଡ୍ ମା କେ ନାମ୍ “ର ଶୁଭାରମ୍ଭ

masiha

ରାଇରଙ୍ଗପୁର ଅନ୍ତଃନିବେଶୀ ସାଧନ କେନ୍ଦ୍ରରେ ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କ ନିମନ୍ତେ ସହାୟକ ଉପକରଣ ବିତରଣ

Sunil Chandra Nayak

Leave a Comment

error: Content is protected !!