ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶୋଇ ରେ ରକ୍ତଦାନ ଶିବିର : ୩୦ ୟୁନିଟ ରକ୍ତ ସଂଗ୍ରହ

ବିଶୋଇ ରେ ରକ୍ତଦାନ ଶିବିର : ୩୦ ୟୁନିଟ ରକ୍ତ ସଂଗ୍ରହ

ରକ୍ତଦାନ କରି ଉଦାହରଣ ପାଲଟିଲେ ଦମ୍ପତ୍ତି

 ମୟୂରଭଞ୍ଜ -୨୨/୧୨ ( ମସିହା)ସମ୍ବାଦ -ଆମ ଓଡ଼ିଶା ପକ୍ଷରୁ ବିଶୋଇ କଲ୍ୟାଣ ମଣ୍ଡପଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ବିଶୋଇ ବ୍ଲକ ଅଧ୍ୟକ୍ଷା ତୁଳସୀ ସିକ୍ରି ହାଁସଦା , ମୁଖ୍ୟଵକ୍ତା ଭାବରେ ସରଗଡା ବନପାଳ ଜୀବନ ବଲ୍ଲଭ ପାତ୍ର , ସମ୍ମାନୀତ ଅତିଥ ମଣଦା ବନାଞ୍ଚଳ ଅଧିକାରୀଣୀ ଧରିତ୍ରୀ ମୁର୍ମୁ,ଯୁବ ସମାଜସେବୀ କ୍ଷୀରଦ କୁ ନନ୍ଦ, ବରିଷ୍ଠ ସାମ୍ବାଦିକ ତୁଷାରକାନ୍ତ ମହାନ୍ତ, ବିଶୋଇ ପ୍ରତିନିଧି ଧୀରେନ ଦାସ,ବିଶୋଇ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ କ୍ଷୀରଦ ଚନ୍ଦ୍ର ସିଂ,ଜିଲ୍ଲା ପରିଷଦ ସଦସ୍ୟା ବିନ୍ଦୁସ୍ମିତା ଦେଓ,ସମାଜସେବୀ ଉତ୍କଳ ରଞ୍ଜନ ମହାନ୍ତି,ବିଶୋଇ ସରପଞ୍ଚ କରୁଣା ସାଗର ମାର୍ଣ୍ଡି,ସମିତି ସଭ୍ୟ କାଶୁ ମାଝୀ,ୱାର୍ଡ ସଭ୍ୟା ଦୀପ୍ତିମୟୀ ରାଜ,ସମାଜସେବୀ ସୁବାଷ ପାତ୍ର,ସମାଜସେବୀ ନାରାୟଣ ମହାପାତ୍ର,ସମାଜସେବୀ ଦିଲ୍ଲୀପ ସି,ସମ୍ବାଦିକ ଶାନ୍ତନୁ ପାତ୍ର,ସମ୍ବାଦିକ ରଞ୍ଜନ ପାତ୍ର,ସମ୍ବାଦିକ ଆନୱାର ହୁସେନ,ସମ୍ବାଦିକ ଶାଶ୍ୱତ ଶର୍ମା,ସମ୍ବାଦିକ ଭୀମଚରଣ ସର୍ଦ୍ଧାର ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଶିବିରରେ ମୋଟ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ଏହି ଶିବିରରେ ପୁରୁଷ ସମେତ ମହିଳା ଏବଂ ଯୁବକ ଯୁବତୀ ରକ୍ତଦାତା ଯୋଗଦାନ କରି ରକ୍ତଦାନ କରିଥିଲେ।ରାଇରଙ୍ଗପୁର ରକ୍ତ ଭଣ୍ଡାରର ଡାକ୍ତର ସ୍ମିତାଶ୍ରୀ ଵଇରଉଆ ଏବଂ ତାଙ୍କ ସହକର୍ମୀ ରକ୍ତ ସଂଗ୍ରହ କରିଥିଲେ ।ଗିରିଜ ରଲୁହାକାନି ଅଞ୍ଚଳର ଦମ୍ପତି ଅମରଦୀପ ନନ୍ଦ ଓ ରଞ୍ଜିତା ନନ୍ଦ ଦୀର୍ଘ ବର୍ଷ ଧରି ସମ୍ବାଦ-ଆମ ଓଡ଼ିଶା ଶିବିରରେ ରକ୍ତଦାନ କରି ଆସୁଥିବା ବେଳେ ଆଜି ମଧ୍ୟ ରକ୍ତଦାନ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଥିଲେ। 

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଆଶା ର ପ୍ରଦୀପ ଜାଳି ଦୀପାବଳୀ ପାଳିଲେ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ 

Sunil Chandra Nayak

ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ବି ଚେତିଲାନି ପ୍ରଶାସନ 

masiha

ନବରଙ୍ଗପୁର ପୋଲିସ୍ ପଡିଆଠାରେ “ବିକାଶର ଧାରା, ଓଡିଶା ସାରା” କାର୍ଯ୍ୟକ୍ରମର ସମାପନୀ ଉତ୍ସବ ଓ ବ୍ୟାପକ ସରକାରୀ ହିତାଧିକାରୀ ସହାୟତା ବଣ୍ଟନ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!