ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ଜିମ୍ନାଷ୍ଟିକ ଚମ୍ପିଆନସିପ୍‌ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଦଳର ଯାତ୍ରା

ରାଜ୍ୟ ଜିମ୍ନାଷ୍ଟିକ ଚମ୍ପିଆନସିପ୍‌ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଦଳର ଯାତ୍ରା

ରାଉରକେଲା:ଚଳିତ ମାସ ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲାର ଜୟପୁରଠାରେ ହେବାକୁ ଯାଉଛି ରାଜ୍ୟ ଜିମ୍ନାଷ୍ଟିକ ଚମ୍ପିଆନସିପ୍‌ । ଓଡ଼ିଶା ଜିମ୍ନାଷ୍ଟିକ ସଂଘ ପକ୍ଷରୁ ହେବାକୁ ଥିବା ଏହି ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ସୁନ୍ଦରଗଡ଼ ଜିଲ୍ଲା ଦଳ ଭାଗ ନେଉଛି। ନୂତନଭାବେ ଗଠିତ ସୁନ୍ଦରଗଡ଼ ଜିଲ୍ଲା ଜିମ୍ନାଷ୍ଟିକ ସଂଘ ସହଯୋଗରେ ତଥା ରାଉରକେଲାରେ ଥିବା ଜିମ୍ନାଷ୍ଟିକ ପ୍ରଶିକ୍ଷଣ କେନ୍ଦ୍ର ମାଧ୍ୟମରେ ଏହି ପ୍ରତିଯୋଗିତାରେ ୪ଜଣ ପ୍ରତିଯୋଗୀଙ୍କ ସମେତ ଜଣେ ପରିଚାଳକ ଓ ଜଣେ ପ୍ରଶିକ୍ଷିକ ଯୋଗଦେବେ। ବୁଧବାର ସନ୍ଧ୍ୟାରେ ସୁନ୍ଦରଗଡ଼ ଜିଲ୍ଲା ଜିମ୍ନାଷ୍ଟିକ ସଂଘର ସଭାପତି ଗୋଲକ ବିହାରୀ ମଙ୍ଗରାଜ ଏହି ଦଳକୁ ଶୁଭେଚ୍ଛା ଜଣାଇବା ପରେ ଦଳର ଖେଳାଳିମାନେ ଟ୍ରେନଯୋଗେ ରାଉରକେଲାରୁ ଯାତ୍ରା କରିଛନ୍ତି। ଦଳର ପ୍ରଶିକ୍ଷକ ଲେଖାରାଣୀଙ୍କ ନେତୃତ୍ବରେ ଆଦିତି ପଣ୍ଡା, ଶ୍ରଦ୍ଧା ସୁମନ ସାହୁ, ଆର୍ଯ୍ୟାଂଶ ପରିଡ଼ା ଏବଂ ସଙ୍ଗୀତା ହାଲ୍‌ଦାର ଏବଂ ପରିଚାଳିକା ଭାବେ ମିରଭା ପରିଡା ରହିଛନ୍ତି । ଏହି ଅବସରରେ ଶ୍ରୀ ମଙ୍ଗରାଜ ସୁନ୍ଦରଗଡ଼ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାନନ୍ଦ ଏବଂ ଜିଲ୍ଲା କ୍ରୀଡ଼ା ସଂଘର ସମ୍ପାଦକ ପ୍ରଭାତ ଭୋଳଙ୍କୁ ଦଳ ପଠାଇବା ନିମନ୍ତେ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ସେହିଭଳି ବରିଷ୍ଠ ପ୍ରଶିକ୍ଷକ ରମେଶ ଦାସ ଏବଂ ଅନ୍ୟତମ ପ୍ରଶିକ୍ଷକ ସାୟନ ଦାସ ରାଜ୍ୟ ଚମ୍ପିୟାନ୍‌ସିପ୍‌ରେ ଅଫିସିଆଲ ଭାବେ ଯୋଗଦେବାକୁ ଯାତ୍ରା କରିଛନ୍ତି । ସୂଚନାଯୋଗ୍ୟ ଯେ ଗତ ପ୍ରାୟ ୧୦ ମାସ ପୂର୍ବେ ରାଉରକେଲା ସ୍ଥିତ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଥିବା ଜିମ୍ନାଷ୍ଟିକ ପ୍ରଶିକ୍ଷଣ କେନ୍ଦ୍ରର ମୁଖ୍ୟ ପ୍ରଶିକ୍ଷକ ରମେଶ ଚନ୍ଦ୍ର ବେହେରା ଓ ଅନ୍ୟତମ ପ୍ରଶିକ୍ଷକ ସାୟନ ଦାସ ଏବଂ ଲେଖା ରାଣିଙ୍କ ଦ୍ବାରା ୧୦୦ରୁ ଅଧିକ ବିଭିନ୍ନ ବୟଷର ବାଳକ ଓ ବାଳିକାମାନେ ପ୍ରଶିକ୍ଷଣ ନେଉଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମାଟିଗାଁ ପଂଚାୟତରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ 

masiha

ଧର୍ମଗଡ ଚେମ୍ବର ଅଫ କମର୍ସ ର ନବମ ବାର୍ଷିକ ସାଧାରଣ ବୈଠକ

masiha

କ୍ରାନ୍ତି ଓ କେ ସି ହାଇସ୍କୁଲ ଇଂରାଜୀ ମିଡ଼ିୟମ ତରଫରୁ ମାଗଣା କର୍କଟ ରୋଗ ନିରୁପଣ ଓ ସ୍ଵାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!