ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ……
ଚତୁର୍ଥ ଦିନ ପ୍ରତିଧ୍ଵନି ର ନାଟକ ଖାଣ୍ଟି ସୁନା ଓ ନଟରାଜ ନୃତ୍ୟ ପରିଷଦର ନାଟକ ସମ୍ବୋଧନ ମଞ୍ଚସ୍ଥ
ରାଉରକେଲା: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ପୃଷ୍ଠପୋଷକତାରେ ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ର ଚତୁର୍ଥ ଦିବସରେ ଦୁଇଟି ନାଟକ ମଞ୍ଚସ୍ଥ ହୋଇଯାଇଛି। ପ୍ରଥମ ଟି ପ୍ରତିଧ୍ବନିର ନାଟକ ଖାଣ୍ଟି ସୁନା ଓ ଦ୍ବିତୀୟ ଟି ନଟରାଜ ନୃତ୍ୟ ପରିଷଦର ନାଟକ ସମ୍ବୋଧନ ମଞ୍ଚସ୍ଥ ହୋଇଯାଇଛି। ବିଭୁଦତ୍ତ ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଆରଏସପି ର ସିଜିଏମ ଜିତେନ୍ ମହାନ୍ତି ଯୋଗ ଦେଇଥିବା ବେଳେ ଚେମ୍ବର ଅଫ କମର୍ସ ଆଣ୍ଡ ଏଣ୍ଡଷ୍ଟ୍ରି ର ପୂର୍ବତନ ସଭାପତି ସୁନୀଲ କାୟାଲ ମୁଖ୍ୟ ଅତିଥି ଓ ୱାଟର କ୍ରାଫ୍ଟ ର ନିର୍ଦେଶିକା ଶ୍ରୀମତୀ ନିହାରିକା ବସ୍ତିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l
ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟ ରେ କହିଲେ ଯେ, ଏକତ୍ର ର ଏହି ନାଟ୍ୟ ମହୋତ୍ସବ ସହର ବାସୀଙ୍କ ମଧ୍ୟରେ ହସ ଫୁଟାଉଛି l ମଞ୍ଚସ୍ଥ ନାଟକ ଓ ଉଦ୍ୟକ୍ତା ଙ୍କ ପ୍ରଚେଷ୍ଟା ସାମାଜିକ ଓ ସାଂସ୍କୃତିକ ବାତାବରଣ କୁ ସୁଦୃଢ କରୁଛି. ଦର୍ଶକ ମାନଙ୍କ ସଦିଛା ରହିଲେ ନାଟକ ସଫଳ ହେବ ବୋଲି ସେ କହିଥିଲେ l ଶ୍ରୀମତୀ ନିହାରିକା କହିଲେ ଯେ,ଏକତ୍ର ର ଏହି ଅଭିନଵ ଉଦ୍ୟମ କଳାକାର ଙ୍କୁ ଏକ ସୂତ୍ର ରେ ବାନ୍ଧି ରଖିବା ସହ ନାଟକ ପାଇଁ ପ୍ରେରଣା ଯୋଗାଉଛି l ମୁଖ୍ୟ ଅତିଥି ସୁନୀଲ କାୟାଲ କହିଲେ ଯେ, ରାଉରକେଲା ହେଉଛି କଳା ସଂସ୍କୃତିର ରାଜଧାନୀ l ‘ରଙ୍ଗମଞ୍ଚ ଆହୁରି ଦର୍ଶକ ସୃଷ୍ଟି କରୁ, କଳାକାର ଙ୍କୁ ଉତ୍ସାହିତ କରିଚାଲୁ, ଏହାହିଁ କାମନା କରୁଛି l’
ଏଥିରେ ପ୍ର.ସମର ମୁଦାଲୀ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ପ୍ରତିଧ୍ଵନି ର ନାଟକ ଖାଣ୍ଟି ସୁନା ର ନାଟ୍ୟକାର ଡ ପ୍ରଦୀପ ଭୈ।ମିକ ଓ ରମେଶ ଚନ୍ଦ୍ର ମହାନ୍ତି ଙ୍କ ନିର୍ଦ୍ଦେଶିତ ଏହି ବ୍ୟାଙ୍ଗାତ୍ମକ ନାଟକର କାହାଣୀ ହେଲା ଫ୍ରାନ୍ସ ର ପ୍ୟାରିସ ରେ ରହୁଥିବା ଜଣେ ମହିଳା ଆଞ୍ଜେଲିନା ଓଡ଼ିଶା ର ଜଣେ ଖାଣ୍ଟି ଓଡ଼ିଆ ମହିଳା ଙ୍କୁ ୧୫ ଦିନ ପାଇଁ ବିଦେଶ ଭ୍ରମଣ କରାଇବେ ବୋଲି ପ୍ରକାଶ କରିଛନ୍ତି। ସେଥିପାଇଁ ଆରମ୍ଭ ହୋଇଛି ପ୍ରତିଯୋଗିତା ପ୍ରକ୍ରିୟା ।
ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଶ୍ରୀଅକ୍ଷର ବିବର୍ଜିତା ସତ୍ୟଭାମା ଠାରୁ ଆରମ୍ଭ କରି ଆଧୁନିକା ମୁଖା ପିନ୍ଧିଥିବା ଛବି ମାଡାମ,ସ୍ବାଗତିକା ଓ ଲୋରା ପଣ୍ଡା ପରି ମହିଳାମାନେ ଖାଣ୍ଟି ଓଡ଼ିଆଣୀ ମୁକୁଟ ପିନ୍ଧିବା ପାଇଁ ଆଶାୟୀ ପ୍ରାର୍ଥୀ ହେବା ସହ ପରଷ୍ପର ମଧ୍ୟରେ ସଂଘର୍ଷରତ । ତେବେ ଆଞ୍ଜେଲିନା କଣ ତାଙ୍କ ଇଚ୍ଛା ମୁତାବକ ଖାଣ୍ଟି ଓଡ଼ିଆଣୀ ଟିଏ ପାଇଛନ୍ତି କି ନାହିଁ ,ସେ ସମ୍ପର୍କରେ ନାଟକଟି ଗତିଶୀଳ ହୋଇଛି। ଏଥିରେ ପିଙ୍କି ପ୍ରିୟଦର୍ଶିନୀ, ନୀତା ଗୋସ୍ୱାମୀ, ପ୍ରିତୀ ବାରିକ, ସସ୍ମିତା ମହନ୍ତ,ସଞ୍ଜନା ପତି,ଶ୍ରେୟଶ୍ରୀ ମହାନ୍ତି, ମନୋରଞ୍ଜନ ବକ୍ସି,ପଲକ ସ୍ବାଇଁ ପ୍ରମୁଖ ଅଭିନୟ କରିଥିବା ବେଳେ ସଂଗୀତ ରେ ଗୁଲାବ ଶର୍ମା ଓ ପ୍ରମୋଦ ସାହୁ, ମଞ୍ଚ ସଜ୍ଜାରେ ଅବିନାଶ ମହାପାତ୍ର, ସମରେନ୍ଦ୍ର କୁମାର ଓ ରଞ୍ଜିତ ବିଶ୍ବାଳ, ଋପସଜ୍ଜାରେ ହରିହର ବଳ, ଶବ୍ଦ ଆଲୋକରେ ସୋନୁ, ପ୍ରଯୋଜନା ସହଯୋଗୀ ଭାବେ ପରମେଶ୍ଵର ପ୍ରଧାନ ଓ ଉପଦେଷ୍ଟା ଶରତ ଦାସ ପ୍ରମୁଖ ସହଯୋଗ କରିଥିଲେ। ସେହିପରି ଦ୍ବିତୀୟ ରେ ନଟରାଜ ନୃତ୍ୟ ପରିଷଦର ନାଟକକୁ ନାଟ୍ୟକାର ସୁନିଲ ରାଜ ଓ ପ୍ରବୀର କୁମାର ଜେନା ନିର୍ଦ୍ଦେଶନାରେ ସମ୍ବୋଧନ ମଞ୍ଚସ୍ଥ ହୋଇଥିଲା। ଏଥିରେ ମନୋଜ କୁମାର ନାୟକ,ସୁଲିପ୍ତା ଜେନା ଓ ଶ୍ରଦ୍ଧା ଅନନ୍ୟା ଜେନା ଅଭିନୟ କରିଥିବା ବେଳେ ସଂଗୀତ ରେ ସାଇ ଶୁଭମ୍ ଓ ଅଞ୍ଜଳି ଜେନା ଙ୍କ ସହଯୋଗରେ ନାଟକ ପ୍ରଦର୍ଶିତ ହୋଇଥିଲା । ନାଟକଟି ଏହିପରି, ସମାଜ ରେ ସ୍ବାମୀ ସ୍ତ୍ରୀ ର ପବିତ୍ର ସମ୍ପର୍କ ମଧ୍ୟରେ ବେଳେ ବେଳେ ଦେଖାଦିଏ ତିକ୍ତତା । ଶ୍ରଦ୍ଧା ଓ ରାଜ ପରଷ୍ପର କୁ ପ୍ରେମ ବିବାହ କରିଥିଲେ ହେଁ ଶ୍ରଦ୍ଧା ଙ୍କ ଅଭିନେତ୍ରୀ ହେବାର ନିଶା ଓ ରାଜ ଙ୍କର ଲେଖକ ହେବାର ନିଶା ପରଷ୍ପର କୁ ପରଷ୍ପର ଠାରୁ ଦୂରେଇ ରଖେ । ହଠାତ୍ ୨୨ବର୍ଷ ପରେ ପାର୍କରେ ଅଜଣା ଯୁବତୀ ଶୃତି ଙ୍କ କଥୋପକଥନ ରୁ ରାଜ ପୁଣି ବାସ୍ତବତା କୁ ଫେରେ । ସମ୍ପର୍କର ମୃତ୍ୟୁ କେବେ ହୁଏନା, କେବଳ ସମ୍ବୋଧନରେ ଜୀବନ ର ଗାଡି କିପରି ଗଡ଼ିଛି ତାକୁ ନେଇ ନାଟକ ସମ୍ବୋଧନ ଗତିଶୀଳ ହୋଇଛି।ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରଦୀପ ନାୟକ, ସରୋଜ ଶଙ୍ଖୁଆ, ଅକ୍ଷୟ ଧଳ, ରାଜକୁମାର ମହାନ୍ତି, ଶରତ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଚିନ୍ମୟ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ l ମଞ୍ଚ ପରିଚାଳନା ରେ କଲ୍ୟାଣୀ ଦାସ ଓ ସନ୍ଧ୍ୟା ପଟ୍ଟନାୟକ ସହଯୋଗ କରିଥିଲେ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

