ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ରୀଡା ଶିକ୍ଷକ ଙ୍କ ବିୟୋଗ ରେ ଶୋକସଭା

କ୍ରୀଡା ଶିକ୍ଷକ ଙ୍କ ବିୟୋଗ ରେ ଶୋକସଭା

ଚନ୍ଦାହାଣ୍ଡି -(ଦିଲୀପ ଦାସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ସଦର ମହକୁମାସରକାରୀ ପାନାବେଡା ହାଇସ୍କୁଲ ଠାରେ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ରେ ଯୋଗଦାନ କରିବା ନିମନ୍ତେ ଉମରକୋଟ ବ୍ଲକ ର ଛାତ୍ରୀ ଛାତ୍ର ଙ୍କ ସହିତ ବସ ଯୋଗେ କ୍ରୀଡା ଶିକ୍ଷକ ପ୍ରଭାସ କୁମାର ଜେନା ଆସୁଥିବା ସମୟରେ ଚନ୍ଦାହାଣ୍ଡି ଘାଟିରେ ବସ ଓଲଟି ତାଙ୍କର ଅକାଳ ବିୟୋଗ ଘଟିଥିଲା l ଓ 30 ରୁ ଉର୍ଦ୍ଧ ଛାତ୍ରୀ ଛାତ୍ର ଆହତ ହୋଇଥିଲେ l କ୍ରୀଡା ଶିକ୍ଷକ ଙ୍କ ଆତ୍ମା ର ସଦଗତି ଓ ଆହତ ଛାତ୍ରୀ ଛାତ୍ର ଙ୍କ ଆସୁ ଆରୋଗ୍ୟ କାମନା କରି ଗୁରୁବାର ସରକାରୀ ପାନାବେଡା ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ର ସମସ୍ତ କ୍ରୀଡା ଶିକ୍ଷକ ଓ ଛାତ୍ରୀ ଛାତ୍ର ଙ୍କୁ ନେଇ ଶୋକସଭା ଆୟୋଜିତ ହୋଇଛି l ଏଥିରେ ପ୍ରଧାନ ଶିକ୍ଷକ ଶରତ କୁମାର ମାଝୀ,ବାପୁଜୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଉମର ସିଂ ନାୟକ,ଦଳବେଡା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶତ୍ରୁଘ୍ନ ମଲିକ,ଙ୍କ ସମେତ ବ୍ଲକ ର ସମସ୍ତ କ୍ରୀଡା ଶିକ୍ଷକ ଓ ଛାତ୍ରୀ ଛାତ୍ର ଉପସ୍ଥିତ ଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଚିଚୈଗୁଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଡସ୍ ସଚେତନତା ଓ ସ୍ବେଛାକୃତ ରକ୍ତଦାନ ପ୍ରୋତ୍ସାହନ କାର୍ଯ୍ୟକ୍ରମ 

masiha

ମର୍ମନୁଦ ସଡ଼କ ଦୁର୍ଘଟଣା, ଚାରି ମୃତ

masiha

ପ୍ରାକ୍ତନ ଆଇପିଏସ୍ ଅଫିସରଙ୍କ ଦେହାନ୍ତରେ ରାଜ୍ୟ ଆଇ.ପି.ଏସ୍ ସଂଘ ତରଫରୁ ଶୋକସଭା ଓ ଶାନ୍ତି ପ୍ରାର୍ଥନା

masiha

Leave a Comment

error: Content is protected !!