ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୀନା କୁମାରୀ ମୁଣ୍ଡ ଙ୍କ ପ୍ରଥମ ପ୍ରବନ୍ଧ ସଂକଳନ ‘ଅନ୍ଧପୁଟୁଳି’ ଲୋକାର୍ପିତ

ମୀନା କୁମାରୀ ମୁଣ୍ଡ ଙ୍କ ପ୍ରଥମ ପ୍ରବନ୍ଧ ସଂକଳନ ‘ଅନ୍ଧପୁଟୁଳି’ ଲୋକାର୍ପିତ

ପ୍ରାବନ୍ଧିକଜଣକ ପ୍ରସଙ୍ଗସବୁକୁ ପ୍ରମାଣ ସହ ପାଠକ ସାମ୍ନାରେ ପହଞ୍ଚାଇବାର ସର୍ବାଧିକ ଆୟୁଷ ସାରେ

ସୃଷ୍ଟିକୁ ମୁହଁ କରି ଶବ୍ଦ ଗୁନ୍ଥନର କାମ କରେ ସାହିତ୍ୟିକ। ନିଜ ବଞ୍ଚୁଥିବା ପୃଥିବୀର ସୁଖଦୁଃଖକୁ ହିସାବ ପାଇଁ ସମାଜ ହାତରେ ଧରାଏ ସାହିତ୍ୟିକ। ବିଶେଷତଃ ପ୍ରାବନ୍ଧିକଜଣକ ପ୍ରସଙ୍ଗସବୁକୁ ପ୍ରମାଣ ସହ ପାଠକ ପାଖରେ ପହଞ୍ଚାଇବାର ସର୍ବାଧିକ ଆୟୁଷ ସାରେ ବୋଲି ମୀନା କୁମାରୀ ମୁଣ୍ଡଙ୍କ ପ୍ରବନ୍ଧ ସଂକଳନ ‘ଅନ୍ଧପୁଟୁଳି’ର ଲୋକାର୍ପଣ ଅବସରରେ ମତ ପ୍ରକାଶ ପାଇଥିଲା। ସରସ୍ବତୀ ଶିଶୁବିଦ୍ୟା ମନ୍ଦିର,ଜୟପାଟଣା ପରିସରରେ ଅନୁଷ୍ଠିତ ଏହି ପୁସ୍ତକ ଲୋକାର୍ପଣ ଉତ୍ସବରେ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ପୂର୍ଣ୍ଣାନନ୍ଦ ପୁରୀଙ୍କ ସଭାପତିତ୍ବରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ଅଧ୍ୟାପକ ଲିଙ୍ଗରାଜ ପାତ୍ର, ସାମ୍ବାଦିକ ଶେଷଦେବ ବେହେରା, ଅବସରପ୍ରାପ୍ତ ଅଧ୍ୟାପକ ସୁଶାନ୍ତ କୁମାର ଲେଙ୍କା, ବରିଷ୍ଠ ସାହିତ୍ୟିକ ତଥା ନାଟ୍ୟକାର ସୋହନଲାଲ୍ ଅଗ୍ରୱାଲ, ଲେଖିକା ମୀନା କୁମାରୀ ମୁଣ୍ଡ ପ୍ରମୁଖ ମଞ୍ଚାସୀନ ଥିଲେ । ଅଧ୍ୟାପକ ବଙ୍କିମ ମୁଣ୍ଡ ପୁସ୍ତକ ସମୀକ୍ଷା କରିଥିଲେ । କାର୍ଯ୍ୟକ୍ରମରେ ଅତିଥି ପରିଚୟ ପ୍ରଦାନ କରିଥିଲେ ସାହିତ୍ୟିକ ପ୍ରଶାନ୍ତ ପଣ୍ଡା। ଏହି ଅବସରରେ ବିଦ୍ୟାଳୟର ଆଚାର୍ଯ୍ୟ ଧନମତ ଡୁଙ୍ଗୁରି ଏବଂ ଛାତ୍ରଛାତ୍ରୀଗଣ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଯୁବକବି ଆଶୁତୋଷ ପୁରୋହିତ ମଞ୍ଚ ପରିଚାଳନା କରିଥିବାବେଳେ ବ୍ୟଙ୍ଗକବି ବିରଞ୍ଚି ନାରାୟଣ ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ କବୀ ଝରଣା ପାଢ଼ୀ ଶାନ୍ତିପାଠ କରିଥିଲେ। ଏଥିରେ କବି କାଜଲ ମହାରଣା, ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ବିଶ୍ଵ ଜୀବନ ପାଢୀଙ୍କ ସହ ଅନୁଷ୍ଠାନର ଆଚାର୍ଯ୍ୟ ଆଚାର୍ଯ୍ୟାମାନେ ପୂର୍ଣ୍ଣ ସାହାର୍ଯ୍ୟ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସାହିତ୍ୟପ୍ରେମୀ ତଥା ବିଭିନ୍ନ ସାହିତ୍ୟ ଅନୁଷ୍ଠାନର କର୍ମକର୍ତ୍ତା ଯୋଗଦେଇ ଏହି ଭବ୍ୟ କାର୍ଯ୍ୟକ୍ରମର ପରିବେଶକୁ ଦୀପ୍ତିମନ୍ତ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଭାଲୁ ଆକ୍ରମଣ ଜଣେ ମୃତ ଜଣେ ଗୁରୁତର

Sunil Chandra Nayak

ଆଇନ ମହାବିଦ୍ୟାଳୟରେ ଆନ୍ତର୍ଜାତିକ ପ୍ରାଥମିକ ଚିକିତ୍ସା ଦିବସ ପାଳନ 

masiha

ଥୁଆମୂଳ ରାମପୁର ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର ୩ ଦଫା ଦାବି ନେଇ ବି.ଇ.ଓ କାର୍ଯ୍ଯାଳୟ ଘେରାଉ

Sunil Chandra Nayak

Leave a Comment

error: Content is protected !!