ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଏଚଡିଏଫସି ବ୍ୟାଙ୍କ ତରଫରୁ ୫୩ ୟୂନିଟ ରକ୍ତ ସଂଗ୍ରହ 

ରାଇରଙ୍ଗପୁରରେ ଏଚଡିଏଫସି ବ୍ୟାଙ୍କ ତରଫରୁ ୫୩ ୟୂନିଟ ରକ୍ତ ସଂଗ୍ରହ 

 ମୟୂରଭଞ୍ଜ -୫/୧୨ ( ମସିହା)ରକ୍ତଦାନ ମହତ ଦାନ । ସମସ୍ତଙ୍କ ଜୀବନ ମୂଲ୍ୟବାନ ।ରକ୍ତ ଦେଇ ଗୋଟିଏ ଅମୂଲ୍ୟ ଜୀବନ ବାଇବା ଠାରୁ ବଡ଼ କାମ ଦୁନିଆରେ କିଛି ନାହିଁ ।ନିଜେ ବଂଚିବା ସହ ଅନ୍ଯକୁ ଵଂଚାଇଵା ଦାୟିତ୍ଵ ସମସ୍ତେ ନିଭାଇଥବା ଉଚିତ ।

   ରାଇରଙ୍ଗପୁର ର ଅଗ୍ରଣୀ ଏଚଡିଏଫସି ବ୍ୟାଙ୍କ କେବଳ ବ୍ୟବସାୟ ଉପରେ ଗୁରୁତ୍ବ ଦେବା ସହ ସାମାଜିକ କାର୍ଯ୍ୟ ପାଇଁ ପାଦେ ଆଗେଇଛି ।ଦିର୍ଘ ୭ ଵର୍ଷ ହେଲା ପ୍ରତିଷ୍ଠା ଦିନରୁ ବର୍ଷକୁ ୨ ଥର ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ କରିଥାଏ ତଦସହ ବୃକ୍ଷ ରୋପଣ, ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ସହଯୋଗର ହାତ ବଢାଇଥାଏ ।ଆଜି ରାଇରଙ୍ଗପୁର ଗୋଲେଇ ଛକ ନିକଟସ୍ଥ ଏଚଡିଏଫସି ବ୍ୟାଙ୍କ ଆନୁକୁଲ୍ୟରେ ଏକ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ରାଇରଙ୍ଗପୁର ବିଧାୟକ ଜଲେନ ନାୟକଙ୍କ ଦ୍ଵାରା ଶୁଭାରମ୍ଭ ହୋଇଛି । ତାଙ୍କ ସହିତ ବ୍ରାଞ୍ଚ ମେନେଜର ଦୀନେଶ ଦାସ,ବ୍ରାଞ୍ଚ ଅପରେସନ ହେଡ ଚିତ୍ରକୁ ପାଣିଗ୍ରାହୀ,କେଶିୟର ଭବାନୀ ଶଙ୍କର ମହାକୁଡ଼, ଷ୍ଟାଫ୍ ନିଶା ସିଂ,ଵିଜୟାନନ୍ଦ ପରିଡା,ଏମଡି ଶାହୁରସ ସକ୍,ରାଜେଶ ପାଲବାବୁ,ଚୈତନ ନାଥ,ଶୁଭଂ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ । ବିଧାୟକ ଏଚଡିଏଫସିର ରକ୍ତଦାନ ସାମାଜିକ କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ ।ତଦସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।ଏହି ରକ୍ତଦାନ ରେ ୫୩ ଜଣ ରକ୍ତଦାତା ରକ୍ତଦାନ କରି ନିଜକୁ ଧନ୍ୟ ମଣିଥିଲେ ‌।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଜଗମୋହନ ସ୍ଵାସ୍ଥ୍ୟକେନ୍ଦ୍ରରେ କୟାକଳ୍ପ ପୁରସ୍କାର ବିତରଣ

Sunil Chandra Nayak

ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଯାପିତ, ଜିଲାରେ ପ୍ରଭାବ ପକାଇଛି ବିକାଶ ମେଳା, ପାଖାପାଖି କୋଟିଏ ଏସଏଚଜି ବ୍ୟବସାୟ

masiha

ବାଣପୁର ଥାନା ଅଞ୍ଚଳରେ ପରକ୍ରୀୟା ପ୍ରୀତିର କରୁଣ ପରିଣତି : ସ୍ବାମୀ ଥାଉ ଥାଉ ସ୍ତ୍ରୀ ଫେରାର !!!

Sunil Chandra Nayak

Leave a Comment

error: Content is protected !!