ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାତିରେ ଚାଲିଛି ଆରଡ଼ି ରାସ୍ତା କାମ ,ବିଭାଗୀୟ ଏସଡ଼ିଓ ଙ୍କୁ ପଚାରିଲେ ମିଳୁଛି ଧମକ ! 

ରାତିରେ ଚାଲିଛି ଆରଡ଼ି ରାସ୍ତା କାମ ,ବିଭାଗୀୟ ଏସଡ଼ିଓ ଙ୍କୁ ପଚାରିଲେ ମିଳୁଛି ଧମକ ! 

ଜୁନାଗଡ଼:- ୫/୧୨:-କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବିଜୁ ଏକ୍ସପ୍ରେସ ରାସ୍ତା ଜାଦବ ଢାବା ଠାରୁ ବାବେଗୁଡା ରାସ୍ତା କାମ ରାତିରେ ହେଉଥିବା ଦେଖିବାକୁ ମିଳୁଛି। ଏହି ରାସ୍ତା କାମଟି ଧର୍ମଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା ହେଉଥିବା ବେଳେ ଏହାର ଅଟକଳ ପରିମାଣ ୩କୋଟି ୫୮ ଲକ୍ଷ୍ୟ ୯୩ ହଜାର ଟଙ୍କା ଯାହା ସୂଚନା ଫଳକରେ ଉଲ୍ଲେଖ ଅଛି । ଏହି କାମକୁ ପଡୋଶୀ ନୂଆପଡା ଜିଲ୍ଲାର ଖରିଆର ଗ୍ରାମର ରଘୁନନ୍ଦନ ଅଗ୍ରୱାଲ ଏହି ରାସ୍ତା ନିର୍ମାଣର ଦାୟିତ୍ୱ ନେଇଛନ୍ତି । ଗତ ଗ୍ରୀଷ୍ମ ଋତୁରେ ଏହି କାମଟି ଆରମ୍ଭ ହୋଇଥିଲା । ନିମ୍ନମାନ ର ପିଚୁକାମ ଯୋଗୁଁ ସ୍ତରସ୍ତର ହୋଇ ପିଚୁ ଉଠୁଥିବା ନେଇ ସ୍ଥାନୀୟ ଲୋକେ ବିରୋଧ କରି ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ। ଯାହାରି ଫଳରେ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶିତ ହୋଇଥିଲା। ଏନେଇ ବିଭିନ୍ନ ଅଭିଯୋଗ ସତ୍ୱେ ତିନି ରୁ ଚାରି ମାସ ହେବ ରାସ୍ତା କାର୍ଯ୍ୟ ବନ୍ଦ ରହିଥିଲା । ବର୍ତ୍ତମାନ ପୁଣି କାମ ଆରମ୍ଭ ହୋଇଥିବା ଦେଖାଦେଇଛି। ଯାହାକି ରାସ୍ତା ରେ ରହିଥିବା ଧୂଳି ଗୁଣ୍ଡ ( ଡ଼ଷ୍ଟ) କୁ ମେସିନ କିମ୍ବା ଶ୍ରମିକ ଙ୍କ ସାହାଯ୍ୟରେ ସଫା କରିବା ସହ ପିଚୁ କାର୍ଯ୍ୟ ଆରମ୍ଭ ନିୟମ ରହିଛି । କିନ୍ତୁ ଠିକାଦାର ଓ ଯନ୍ତ୍ରୀ ଙ୍କ ଖାମଖିଆଳି ମନୋଭାବ ଯୋଗୁଁ ରାତିଅଧିଆ ତରବରିଆ ଭାବରେ କାମ କରୁଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି। ରାସ୍ତାଟି ଗ୍ରାମାଞ୍ଚଳ ଭିତରେ ଥିବାରୁ ପ୍ରଶାସନର ନଜର ନାହିଁ କି ବିଭାଗୀୟ ଅଧିକାରୀମାନେ ମଧ୍ଯ ଆସୁ ନାହାନ୍ତି। ଫଳରେ ଠିକାଦାରଙ୍କ ଦ୍ଵାରା ନିଯୁକ୍ତ ହୋଇଥିବା ମୁନସି ସ୍ଥାନୀୟ ଲୋକଙ୍କୁ ଭୟ ଦେଖାଇ ନିମ୍ନମାନ ର କାମ କରୁଥିବା ଅଭିଯୋଗ ହୋଇଛି। ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥାର ସଲା ସୁତରାରେ ହେଉଥିବା ଯୋଗୁଁ ଯେତେ ଅଭିଯୋଗ କଲେ ମଧ୍ୟ ଅଭିଯୋଗର କିଛି ମୁଲ୍ୟ ରହୁନାହିଁ । ଏପଟେ ରାତିରେ କାମ କରିବା ରାସ୍ତା କାମର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ରାତିରେ କାମ କରାଯାଉଥିବା ନେଇ ଗ୍ରାମ୍ୟ ନିର୍ମାଣ ବିଭାଗ ଧର୍ମଗଡ଼ର ଏସଡ଼ିଓ ରାଜେନ୍ଦ୍ର ମାଝୀଙ୍କୁ ଫୋନ ଯୋଗେ ପଚାରିଲେ ଆମେ ଅଫିସରେ ରହି ସବୁ କାମ ତଦନ୍ତ କରୁଛୁ ବୋଲି କହି ଓଲଟା ଗଣମାଧ୍ୟମ ପ୍ରତିନିଧିଙ୍କୁ ଧମକ ଦେଉଛନ୍ତି। ଏ ନେଇ ଗଣମାଧ୍ୟମ ପ୍ରତିନଧିଙ୍କ ଉପରେ ଅସନ୍ତୋଷ ଦେଖା ଦେଇଛି।ତୁରନ୍ତ ଜିଲ୍ଲା ପ୍ରଶାସନ ଏହାର ଏକ ଭିଜିଲାନ୍ସ ସ୍ତରୀୟ ତଦନ୍ତ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

ଜଗ ଜୀବନ ସା ଙ୍କ ରିପୋର୍ଟ୍ 

Related posts

ଶିଶୁ ବିଦ୍ୟା ମନ୍ଦିର ରେ ଗୁରୁପୂଣ୍ଣିମା ଉତ୍ସବ ପାଳିତ

masiha

ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତିର ପଞ୍ଚମ ସାଧାରଣ ବୈଠକ , ଯୋଗ ଦେଲେ ବିଧାୟକ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ 

masiha

ଭିକ୍ଷା ପିଇଓଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ 

Sunil Chandra Nayak

Leave a Comment

error: Content is protected !!