ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ରେ ଡ଼ଃ ବାବା ସାହେବ ଆମ୍ବେଦକର ଙ୍କ ମହାପରି ନିର୍ବାଣ ଦିବସ ପାଳିତ 

ଜୁନାଗଡ଼ ରେ ଡ଼ଃ ବାବା ସାହେବ ଆମ୍ବେଦକର ଙ୍କ ମହାପରି ନିର୍ବାଣ ଦିବସ ପାଳିତ 

ଜୁନାଗଡ଼,୬/୧୪( ମନୀସ) -ଜୁନାଗଡ଼ ବହୁଜନ ସଂଗ୍ରାମ ସମିତି ତରଫରୁ ବାବା ସାହେବ ଡ଼ଃ ବି ଆର ଆମ୍ବେଦକର ଙ୍କ ର ମହାପରୀନିର୍ବାଣ ଦିବସ ସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ସ୍ଥାନୀୟ ନୂଆ ବଷ୍ଟାଣ୍ଡ ଠାରେ ବାବା ସାହେବ ଙ୍କ ର ପ୍ରତିମୂର୍ତ୍ତି ରେ ପ୍ରତ୍ୟୁଷ ରେ ସଂଗଠନ ର କର୍ମକର୍ତ୍ତା ଉପସ୍ଥିତ ରହି ଶ୍ରଦ୍ଧା ସୁମନ ସହ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ l ସନ୍ଧ୍ୟା ରେ ଷ୍ଟେଚୁ ସମ୍ମୁଖରେ ସଂଗ୍ରାମ ସମିତି ର ସଭାପତି ରଞ୍ଜନ କୁମାର ଜାଲ ଙ୍କ ସଭାପତିତ୍ୱ ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ଶିକ୍ଷାବିତ ତଥା ଜୁନାଗଡ଼ ହାଇସ୍କୁଲ ପ୍ରଧାନ ଶିକ୍ଷକ ନେପାଳ ଚନ୍ଦ୍ର ବାଗ, ବରିଷ୍ଠ ଆଇନଜୀବୀ ବିଶ୍ୱନାଥ କର ପ୍ରମୁଖ ଉପସ୍ଥିତ ରହି ବାବା ସାହେବ ଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ସମାଜ ର ସମନ୍ତରାଳ ବିକାଶ ପାଇଁ ସମସ୍ତେ ପ୍ରଯତ୍ନ ହେବା କୁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ lମହାପୁରୁଷ ବାବାସାହେବ ଆମକୁ ସମ୍ବିଧାନ ପରି ଏକ ଦୁର୍ଲଭ ଅସ୍ତ୍ର ପ୍ରଦାନ କରିଛନ୍ତି, ଏହାକୁ ପାଥେୟ କରି ଆମେ ସମାଜର ପ୍ରତେକବର୍ଗର ଲୋକଙ୍କ ବିକାଶ କରି ପାରିବା ବୋଲି ସଭାପତି ରଂଜନ ଜାଳ ନିଜ ଅଭିବ୍ୟକ୍ତରେ ପ୍ରକାଶ କରିଥିଲେ। ସଂଗଠନର ବରିଷ୍ଠ କର୍ମକର୍ତ୍ତା, ପୂର୍ନେନ୍ଦୁ ମାଝୀ, ସୁଶାନ୍ତ ନାଏକ, ଶିବ ଶଙ୍କର ମହାନନ୍ଦ, ରତନ ଧଙ୍ଗଡ଼ାମାଝୀ, ଗୌରାଙ୍ଗ ସୁନା, ଅଞ୍ଜନ କ୍ଷିତି, ଘାସି କ୍ଷିତି,କାଶୀନାଥ ଘି,ରଘୁମଣି ପୁଝାରୀ, ସପ୍ତେଶ୍ଵର ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ବାବାସାହେବଙ୍କ ସ୍ମୃତି ଚାରଣ କରିଥିଲେ।ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ କାର୍ଯ୍ୟକାରୀ ସଭାପତି ନରେନ୍ଦ୍ର କ୍ଷିତି।ଏହି କାର୍ଯ୍ୟକ୍ରମ ରେ ସହରର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହି ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଶତାୟୁ,ବି.ବି.ହାଇସ୍କୁଲ, ଢେଙ୍କାନାଳରେ ଦୀର୍ଘ ଏକ ସପ୍ତାହବ୍ୟାପୀ ତମାଖୁମୁକ୍ତ ବିଦ୍ୟାଳୟ ସଚେତନତା ଅଭିଯାନ କାର୍ଯ୍ୟକ୍ରମ – ୨୦୨୩ ଅନୁଷ୍ଠିତ 

masiha

୨୮ତମ ପୁସ୍ତକ ମେଳା ଉଦଘାଟିତ

Sunil Chandra Nayak

ବିଶ୍ୱକପ ହକିକୁ ଆମପାଣି ଠାରେ ସ୍ୱାଗତ କଲେ କଳାହାଣ୍ଡି ପ୍ରଶାସନ

Sunil Chandra Nayak

Leave a Comment

error: Content is protected !!