ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳାକୁ ନେଇ ସାମ୍ବାଦିକ ସମ୍ମିଳନୀ 

ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳାକୁ ନେଇ ସାମ୍ବାଦିକ ସମ୍ମିଳନୀ 

ପଦ୍ମପୁର,୬ ୵ ୧୨ ପଦ୍ମପୁର ଟାଉନ କ୍ଳବ ସଭା ଗୃହରେ ଚଳିତ ବର୍ଷ ହେବାକୁ ଥିବା ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ପାଇଁ ଆୟୋଜକ ଟାଉନ କ୍ଳବ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ତେବେ ଅଞ୍ଚଳର କଳା ସଂସ୍କୃତି ଓ ପରମ୍ପରା କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତର କୁ ପହଞ୍ଚାଇବା ପାଇଁ ଗତ ଚାରି ବର୍ଷ ହୋଇଗଲା ଏହି ପ୍ରୟାସ କରା ଯାଉଥିବା ବେଳେ ଚଳିତ ବର୍ଷ ଚତୁର୍ଥ ଥର ପାଇଁ ଆୟୋଜନ ହେବାକୁ ଯାଉଛି ପଦ୍ମପୁର ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା। ତେବେ ଏନେଇ ତା 08.12.2024 ରିଖ ଦିନ ସକାଳୁ ଗଣ ଦୌଡ଼ ସହ ମହୀତ୍ସବ ପର୍ବ ର ଆରମ୍ଭ ହେବ ଯେଉଁଥିରେ ଅଞ୍ଚଳର ବିଭିନ୍ନ ସ୍କୁଲ ଏବଂ କଲେଜ ର ଛାତ୍ର ଛାତ୍ରୀ ମାନେ ଯୋଗ ଦେବେ। ଏହା ସହ ତା. 09.12.2024ରିଖ ରୁ ବାଣିଜ୍ୟ ମେଳା ସ୍ଥାନୀୟ ଅଶୋକ ପଡିଆ ଠାରେ ଆରମ୍ଭ ହେବାକୁ ଥିବା କମିଟି ପକ୍ଷରୁ ସୂଚନା ଦିଆ ଯାଇଛି। ତେବେ ଏହି ବାଣିଜ୍ୟ ମେଳା ରେ ରାଜ୍ୟ ସହ ରାଜ୍ୟ ବାହାରୁ ମଧ୍ୟ ବୋହୁ ବ୍ୟବସାୟୀ ଯୋଗ ଦେଉଥିବା ବେଳେ ବିଭିନ୍ନ ବିଭାଗ ମଧ୍ୟ ଜନ ସଚେତନତା ପାଇଁ ଷ୍ଟଲ ଲାଗିବା ପାଇଁ ବ୍ୟବସ୍ଥା ହୋଇଥିବା ସୂଚନା ରହିଛି। ତେବେ ସେହି ପରି ଆସନ୍ତା ତା. 15.12.2024 ଦିନ କମିଟି ତରଫରୁ ଅଞ୍ଚଳର ମହିଳା ମାନଙ୍କ ପାଇଁ ଝୁଂଟି ଏବଂ ମୁରୁଜ ପ୍ରତିଯୋଗିତା ଆୟୋଜନ ସହ ତା. 17.12.2024 ସନ୍ଧ୍ୟା ରେ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ହେବାକୁ ଅଛି ଯାହାର ବିଶେଷ ଆକର୍ଷଣ ପଶ୍ଚିମ ବଙ୍ଗ ରୁ ଆସୁଥିବା ମହିଳା ଢାକି ଦଳ ରହିବେ ବୋଲି ଉଦ୍ୟୋକ୍ତ ମାନେ କହିବା ସହ ଆସନ୍ତା ତା. 18. 12.2024 ରିଖ ରୁ ତା. 22.12.2024 ରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମଞ୍ଚ ଦୁଲକିବାର ପ୍ରସ୍ତୁତି ମଧ୍ୟ ଚୂଡାନ୍ତ ହୋଇସାରିଛି। ତେବେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସମ୍ବଲପୁରୀ, ଓଡିଶୀ, ଢେମ୍ସ, ବିହୁ, ପୁରୋଳିଆ ଛଉ ଭଳିଆ ବିଭିନ୍ନ ସାଂସ୍କୃତିକ ଦଳ ଆସିବାର ସ୍ଥିର ହୋଇଥିବା କମିଟି ସଦସ୍ୟ ମାନେ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି। ତେବେ ଏହି କାର୍ଯ୍ୟକ୍ରମ କୁ ଉପଭୋଗ କରିବା ପାଇଁ ପ୍ରତି ବର୍ଷ ଆସୁଥିବା ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ଦର୍ଶକଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ଲୋକେ ଆସି କାର୍ଯ୍ୟକ୍ରମ କୁ ଉପଭୋଗ କରନ୍ତୁ ବୋଲି ଆୟୋଜକ ମାନେ ସମସ୍ତଙ୍କୁ ନିମନ୍ତ୍ରିତ କରିଛନ୍ତି। ତେବେ ଏହି ସମ୍ମିଳନୀରେ ଟାଉନ କ୍ଲବ ସଭାପତି ପ୍ରୀତେଶ ବହିଦାର, ଆବାହକ ଅଶୋକ ମିଶ୍ର,ସମ୍ପାଦକ କୁନାଲ ପାଣିଗ୍ରାହୀ, ନାଟ୍ୟକାର ଅଶୋକ ବହିଦାର,ଆଇନଜୀବି ହରି ସିଂ, ଆଇନଜୀବୀ ଆଦିତ୍ୟ ରଥ,ସରୋଜ ମିଶ୍ର,ରାଜେଶ ଗୁର୍ଲ୍ଲା,ନାରାୟଣ ପୁରୋହିତ,ରମେଶ ଗୁର୍ଲ୍ଲା ମଞ୍ଚାସିନ ଥିଲେ ଓ ନରେଶ ସୁନ୍ଦର ସାହୁ, ଅଖିଳ ପଟନାୟକ, ଦିନେଶ ବାରିକ, ସୁରେଶ ସାହୁ,ସୋମେଶ ମହାନ୍ତି,ଅମିତ ଗର୍ଗ,ସୁରଜ ସୁନା, ଅନିଲ ଗୁର୍ଲ୍ଲା, ରବୀନ ମେହେର ।

ରିପୋର୍ଟ – ନିରୋଜ କୁମାର ପାଣୀ

Related posts

ସଡ଼କ ଦୁର୍ଘଟଣା ,4 ବର୍ଷ ର ଶିଶୁ ମୃତ , ତିନି ଗୁରୁତର ,ନୂଆପଡା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର

Sunil Chandra Nayak

ଶାନ୍ତିବନ ଠାରେ ବିଶ୍ୱ ପରିବେଶ ଦିବସ ପାଳିତ 

ବେଦାନ୍ତ ଲିମିଟେଡ୍ ତରଫରୁ ଜଗନ୍ନାଥପୁରଠାରେ ବିଶ୍ବ ଜଳ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!