ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଅନ୍ତଃ ଜିଲ୍ଲା ଜୁନାଗଡ଼ କପ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତି ଚୂଡାନ୍ତ

ଅନ୍ତଃ ଜିଲ୍ଲା ଜୁନାଗଡ଼ କପ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତି ଚୂଡାନ୍ତ

ଜୁନାଗଡ଼,୭/୧୨(ମ ନି ସ) -ପ୍ରତି ବର୍ଷ ପରି ଜୁନାଗଡ଼ କପ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିଅମ ଠାରେ ନିଉ ରେଡ ଷ୍ଟାର ସ୍ପୋର୍ଟ୍ସ କ୍ଲବ ର ଏକ ସଭା ଅନୁଷ୍ଠିତ ହୋଇ ଯାଇଛି l କ୍ଲବ ସଭାପତି ହିମାଂଶୁ ବରାଡ଼ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ଜୁନାଗଡ଼ ର ବରିଷ୍ଟ କଳାକାର ସ୍ବର୍ଗତ ରୁଦ୍ର ପ୍ରସାଦ ସାହୁ ଙ୍କ ନାମ ରେ ଏହି ବର୍ଷ ମେମୋରିଆଲ କରିବା ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ପlରୀତ ହୋଇଥିଲା l ବରଗଡ ବ୍ଲୁ ଡାଇମଣ୍ଡ, ବଲାଙ୍ଗୀର ନାଏକ ଏକାଡେମି, ପାଟଣାଗଡ କ୍ରିକେଟ କ୍ଲବ, ଜୟପୁର ଓରିୟନ, କେ ଡି ସି ଏ ଭବାନୀପାଟଣା, ଧର୍ମଗଡ଼ ଏମ ବି ଉଆଇ ସି, ଜୁନାଗଡ଼ ଏନ ଆର ଏସ ଏସ ସି, କେସିଙ୍ଗା କେ ସି ଏ, ବ୍ରହ୍ମପୁର ଆଲଫା, ଯେ କେ ସ୍ପୋର୍ଟ୍ସ କ୍ଲବ ଜେ କେ ପୁର,ନବରଙ୍ଗପୁର ସନ ସାଇନ ଭଳି ବାର ଗୋଟି ଟିମ କୁ ନେଇ ଆସନ୍ତା ୧୩ ଡିସେମ୍ବର ରୁ ଆରମ୍ବ ହୋଇ ୨୩ ଡିସେମ୍ବର ରେ ଫାଇନାଲ ଖେଳ ହେବା ପାଇଁ ସ୍ଥିରୀ କୃତ ହୋଇଛି l ଏହି ସଭା ରେ ଚିଫ ଏଜିକୁଟିଭ ସମୀର ସାହୁ, ଉପସଭାପତି ସରୋଜ କୁମାର ପଣ୍ଡା, ସୁଧାଂଶୁ ଶେଖର ବରାଡ଼, ଅର୍ଗାନlଇଜ ସମ୍ପାଦକ ମାନସ ସାହୁ, କୋଷାଧକ୍ଷ ଦିଲୀପ ପଣ୍ଡା, ଦୀପକ ସାହୁ, ପପୁ ପଣ୍ଡା, ପରେଶ ପଣ୍ଡା, ନୀତିଶ ମହାପାତ୍ର, ଚକ୍ରଧର ବାଗ, ସଚିନ ଅନ୍ଧାନୀ, ରଞ୍ଜନ ରାଉତ, ରାକେଶ ବେମାଲ,କନ୍ନେହୀ ରାଉଳ, ଜଗା ମହାନ୍ତି, ସୁରେଶ ବାଗ, ଜିତୁ ନାଏକ ରମଣୀ ପଣ୍ଡା, ସୁଜିତ ପଣ୍ଡା, ନିହାର ପଣ୍ଡା, ଦିବ୍ୟ ଦୀପ, ସହ ସମ୍ପାଦକ କାଳିଆ କନ୍ଦପlନ, ରୁନୁ ପଣ୍ଡା ଏବଂ ନିଉ ରେଡ ଷ୍ଟାର ସ୍ପୋର୍ଟ୍ସ କ୍ଲବ ର ଖେଳାଳି ମୁକେଶ ପୋଡ଼, ସନ୍ତୋଷ ପୃଷ୍ଟି, ସୁରଜ ବଣ୍ଟି,ଓ ସମସ୍ତ ଖେଳାଳି ଉପସ୍ଥିତ ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ପୁନୁ ଭତ୍ରା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

masiha

ନବରଙ୍ଗପୁର ର ସୁନା ଝିଅ ମିନା ସାନ୍ତା ଭାରତର ଗର୍ବ

masiha

ନବରଙ୍ଗପୁର ଜିଲ୍ଲାର ପେନଚାକ ସିଲାଟ ଖେଳାଳିମାନ “ଷଷ୍ଠ ତମ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା ୧୬ ଟି ସ୍ବର୍ଣ୍ଣ ପଦକ, ୪ ଟି ରୌପ୍ୟ ପଦକ ଓ ୧୨ ଟି କାଁସ୍ୟ ପଦକ ମୋଟ ୩୩ଟି ପଦକ ହାସଲ କରି ନବରଙ୍ଗପୁର ଜିଲ୍ଲା କୁ ଗୌରବ ଆଣିଛନ୍ତି

masiha

Leave a Comment

error: Content is protected !!