ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକ ଙ୍କ ଅକାଳ ବିୟୋଗ ରେ ଉପଖଣ୍ଡ ସାମ୍ବାଦିକ ସଙ୍ଘ ଶୋକ ପ୍ରକାଶ 

ସାମ୍ବାଦିକ ଙ୍କ ଅକାଳ ବିୟୋଗ ରେ ଉପଖଣ୍ଡ ସାମ୍ବାଦିକ ସଙ୍ଘ ଶୋକ ପ୍ରକାଶ 

 କାମାକ୍ଷାନଗର (ମନିସ )6/12/24 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ର ଯୁବ ସାମ୍ବାଦିକ ଧର୍ମାନନ୍ଦ ରାଉଳ ଙ୍କ ଅକାଳ ବିୟୋଗ ହୋଇ ଯାଇଛି l କିଛିଦିନ ଧରି ଶାରୀରିକ ଅସୁସ୍ଥତା କାରଣ ରୁ ସେ ଭୁବନେଶ୍ୱର ର ଏକ ଘରୋଇ ମେଡିକାଲ ରେ ଚିକିତ୍ସିତ ହେଉଥିଲେ l ତାଙ୍କର ଚିକିତ୍ସାଧୀନ ଅବସ୍ଥା ରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି l ଧର୍ମାନନ୍ଦ ଙ୍କ ମୃତଦେହ କାମାକ୍ଷାନଗର ସହର ସ୍ଥିତ ନୂଆ ଆଳତୁମା ସ୍ଥିତ ବାସ ଭବନ ରେ ପହଂଚିବା ପରେ ଶେଷ ଦର୍ଶନ ପାଇଁ ସହର ର ବହୁ ସାମ୍ବାଦିକ, ବରିଷ୍ଠ ନାଗରିକ ଓ ଜନସାଧାରଣ ଭିଡ଼ ଜମାଇଥିଲେ l ପରେ ସ୍ଥାନୀୟ ରାମିଆଳ ନଦୀ କୁଳ ରେ ତାଙ୍କର ଶେଷକୃତ୍ୟ କରାଯାଇଛି l ଧର୍ମାନନ୍ଦ ଙ୍କ ବାପା, ମା, ପତ୍ନୀ, ଗୋଟିଏ ଝିଅ, ଗୋଟିଏ ପୁଅ ସମେତ ଅନ୍ୟ ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ l କାମାକ୍ଷାନଗର ର ସମସ୍ତ ସାମ୍ବାଦିକ ଉପସ୍ଥିତ ରହି ଧର୍ମାନନ୍ଦ ଙ୍କ ଅମର ଆତ୍ମା ର ସଦଗତି କାମନା କରିବା ସହ ନିରବ ପ୍ରାର୍ଥନା କରାଯାଇଥିଲା 

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପଦ୍ମପୁରରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

ଗୁହାଳ ଘରେ ନିଆଁ ଲାଗି ଦଶରୁ ଉର୍ଦ୍ଧ ଛେଳି ଜୀବନ୍ତ ଦଗ୍ଧ, ଦୁଇ ଆହତ 

masiha

ଦୁବୁଲାବେଡା ଠାରେ ୫୨ତମ କୃଷି ଭିତ୍ତିକ ଟୁସୁ ମେଳା ଧୁମଧାମ ରେ ପାଳିତ

masiha

Leave a Comment

error: Content is protected !!