ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାବାସାହେବଙ୍କ ୬୮ ତମ ମହାପରିନିର୍ବାଣ ଦିବସ ପାଳିତ

 ବାବାସାହେବଙ୍କ ୬୮ ତମ ମହାପରିନିର୍ବାଣ ଦିବସ ପାଳିତ 

 ସମ୍ବିଧାନ ପ୍ରଣେତା ବିଶ୍ଵରତ୍ନ ବାବାସାହେବ ଭୀମରାଓ ଆମ୍ବେଦକର ଙ୍କ ୬୮ ତମ ମହାପରିନିର୍ବାଣ ଦିବସ ଏଓଏସସିଏଫ୍ ତଥା ଭବାନୀପାଟଣା ସହରର ଛେଦାପଡା ଆମ୍ବେଦକର କ୍ଳବ ପକ୍ଷରୁ ଡିସେମ୍ବର ୬ ତାରିଖ ଦିନ ବିଶ୍ୱରତ୍ନ ଡ଼.ବାବା ସାହେବ ବି. ଆର. ଆମ୍ବେଦକର ଙ୍କ ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଛି।

ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଏଓଏସସିଏଫ୍ ର ବରିଷ୍ଠ ଉପଦେଷ୍ଟା ପ୍ରେମାନନ୍ଦ ବାଗ, ସଂଗଠନର କାର୍ଯ୍ୟକାରୀ ସଭାପତି ଋଷିସୂଦନ ଛତ୍ରପାଲ, ଜିଲ୍ଲା ସମ୍ପାଦକ ସୂର୍ଯ୍ୟ ନାରାୟଣ କୁମାର , ମିଡ଼ିଆ ବିଭାଗ ମୂଖ୍ୟ ରଜନୀକାନ୍ତ ସମର୍ଲିଆ ପ୍ରମୁଖ ବାବାସାହେବଙ୍କ ଜୀବନୀ ,ଦେଶ ତଥା ସମାଜ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଉପଦେଷ୍ଟା ମଣ୍ଡଳୀର ବରିଷ୍ଠ ସଦସ୍ୟ ରାମ କୁମାର ନାଏକ,ଗଜମନ ନାଏକ,ଟାଉନ ସଭାପତି ପୃଥ୍ୱୀରାଜ ଛତ୍ରିଆ, କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ନାଏକ,ଜିଲ୍ଳା କର୍ମଚାରୀ ବିଭାଗ ମୁଖ୍ୟ ବୈକୁଣ୍ଠ ବେମାଲ,ପ୍ଲାନିଂ କୋ-ଅର୍ଡିନେଟର ବିଭୀଷଣ ନାଏକ, ଜ୍ୟୋତିର୍ମୟୀ ନାଏକ ଉପସ୍ଥିତ ଥିଲେ ।ଆୟୋଜକ ଆମ୍ବେଦକର କ୍ଳବର ସଭାପତି ଆଶିଷ କୁମାର ବାରିକ,ଉପସଭାପତି ଭ୍ରମର ନାଏକ, ଟୁନା ସୁନା,ବିମଲ କୁମାର ବାରିକ,ସୋମ ସୁନା,ଗୌରଚନ୍ଦ୍ର ସୁନା,ଶମ୍ଭୁ ସୁନା,ଅନିଲ ନିଆଲ,ବିଜୟ ଦୁର୍ଗା, ସୁରେଶ ହରପଲ, ରାଜୁ ବାରିକ,ସନ ନାଏକ, ଗୋଲୁ ନାଏକ,ସୁଭମ ବାରିକ,ଭଗବାନ ବାଗ ବିନୋଦ ନାଏକ, ଲକି ନାଏକ, ସୁନି ନାଏକ, ତୁଷାର ଛତ୍ରିଆ, ନିତେଶ ସୁନା ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟକ ଛାତ୍ର ଛାତ୍ରୀ,ଯୁବକ ଯୁବତୀ ,ବୁଦ୍ଧିଜୀବୀ ତଥା ସ୍ଥାନୀୟ ବାସିନ୍ଦା ବହୁସଂଖ୍ୟାରେ ଉତ୍ସାହର ସହିତ ଯୋଗଦେଇ ବାବାସାହେବଙ୍କ ମାନବବାଦୀ ବିଚାରଧାରା ଓ ବୈଜ୍ଞାନିକ ଚିନ୍ତାଧାରା, ସାମାଜିକ କୁ-ସଂସ୍କାର ଓ ଜନ କଲ୍ୟାଣ ନିମନ୍ତେ ରାଜନୈତିକ ପରିବର୍ତ୍ତନର ଆବଶ୍ୟକତା ସମ୍ପର୍କରେ ଅତିଥି ମାନଙ୍କ ଠାରୁ ଜାଣିବାର ସୁଯୋଗ ପାଇଥିଲେ। ବାବାସାହେବଙ୍କ ଶିକ୍ଷିତ ହୁଅ ,ସଂଘର୍ଷ କର ଓ ସଂଗଠିତ ରହିବାକୁ ବାବାସାହେବଙ୍କ ଦେଇଥିବା ସନ୍ଦେଶ କୁ ସାର୍ଥକ କରିବା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ। କାର୍ଯ୍ୟକ୍ରମକୁ ପ୍ଲାନିଂ କୋ-ଅର୍ଡିନେଟର ବିଭୀଷଣ ନାଏକ ପରିଚାଳନା କରିଥିଲେ ଓ ଆମ୍ବେଦକର କ୍ଳବର ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ ।

ରଜନୀ କାନ୍ତ ସମର୍ଲିଆ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ ହାଇ ସ୍କୁଲ ର ପୁରାତନ ଛାତ୍ର/ଛାତ୍ରୀ କମିଟି ରାଜ୍ୟ ସ୍ତରରେ ପୁରସ୍କୃତ

masiha

ମିଶନ ଶକ୍ତି ମହିଳା କର୍ମଚାରୀଙ୍କୁ ସ୍କୁଟର ପ୍ରଦାନ 

masiha

ଉଦିତନଗର ସରକାରୀ ହାଇସ୍କୁଲରେ ଇ – ୱେଷ୍ଟ କର୍ମଶାଳା ଅନୁଷ୍ଠିତ 

masiha

Leave a Comment

error: Content is protected !!