ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚକ୍ରଧରପୁର ରେଳବାଇ ଡିଆରଏମଙ୍କ ବକ୍ତବ୍ୟକୁ ରାଉରକେଲା ବିକାଶ ମଞ୍ଚର ବିରୋଧ

ରାଉରକେଲା/ରାଉରକେଲା ଚେମ୍ବର ଅଫ କମର୍ସ ତରଫରୁ ଗତ ଦଶ ତାରିଖ ଦିନ ରେଳବାଇ ଅଧିକାରୀ ମାନଙ୍କ ସହ ଏକ ଆଲୋଚନାର ବନ୍ଦୋବସ୍ତ ଚେମ୍ବରର ନିଜସ୍ୱ ସଭାଗୃହରେ ଆୟୋଜିତ ହୋଇଥିଲା। ନିମନ୍ତ୍ରଣ ପାଇ ଗତ ଦଶ ତାରିଖ ଦିନ ଚକ୍ରଧରପୁର ରେଳବାଇ ଡିଭିଜନର ଡିଆରଏମ ଅରୁଣ ରାଠୋରଙ୍କ ସହ ଅନ୍ୟ ପଦସ୍ଥ ଅଫିସରମାନେ ଯୋଗ ଦେଇଥିଲା ବେଳେ କିଛି ସାମାଜିକ ଅନୁଷ୍ଠାନ ମଧ୍ୟ ଉପସ୍ଥିତ ଥିଲେ l ରାଉରକେଲାରେ ଏକ ନୂତନ ରେଳବାଇ ଡିଭିଜନ ପ୍ରତିଷ୍ଠା ସହ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାର ରେଳବାଇର ବିକାଶ ଉପରେ ଦାବିମାନ ଉତଥାପିତ ହୋଇଥିଲା l ଆଲୋଚନାର ପ୍ରତ୍ୟୁତ୍ତରରେ ଡିଆରଏମ ଶ୍ରୀ ରାଠୋଡ଼ ଅନ୍ୟାନ୍ୟ ଦାବି ଗୁଡିକର ବିଚାର କରିବା କହିଥିଲା ବେଳେ ରାଉରକେଲାରେ ଏକ ନୂତନ ରେଳବାଇ ଡିଭିଜନ ସମ୍ଭବ ନୁହେଁ ଏବଂ ପ୍ରତିଷ୍ଠା ହେଲେ ସାଧାରଣ ଲୋକ ଅସୁବିଧାରେ ପଡିବେ ବୋଲି ପ୍ରକାଶ କରିଥିଲେ l ପ୍ରକାଶ ଥାଉକି ଚକ୍ରଧରପୁର ଡିଭିଜନ ଅଧୀନରେ ଥିବା ସମୁଦାୟ ରେଳ ଷ୍ଟେସନ ମଧ୍ୟରୁ ପ୍ରାୟ ଅଧିକାଂଶ ଷ୍ଟେସନ ଖଣି ଖାଦାନରେ ଭରପୁର ଓଡିଶାର ସୁନ୍ଦରଗଡ଼, କେନ୍ଦୁଝର ଓ ଝାରସୁଗୁଡା ଜିଲ୍ଲାରେ ଅଛି ଏବଂ ଡିଭିଜନରେ ଆଦାୟ ହେଉଥିବା ରାଜସ୍ବର ସତୁରି ଭାଗ ଏହି ଜିଲ୍ଲାମାନଙ୍କରୁ ଯାଇଥାଏ l ଏହାସହ ରାଉରକେଲାର ବନ୍ଧମୁଣ୍ଡା ଠାରେ ପାଞ୍ଚ ହଜାର ଏକର ଜମି ସହ ପର୍ଯ୍ୟାପ୍ତ ଭିତ୍ତିଭୂମିର ସୁବିଧା ରହିଛି l ଡିଭିଜନ ପ୍ରତିଷ୍ଠା ହେଲେ ପାଞ୍ଚ ହଜାର ଲୋକ ପରୋକ୍ଷରେ ଉପକୃତ ହେବା ସହ ଇଷ୍ଟକୋଷ୍ଟ ରେଳବାଇ ଓ ଓଡିଶାର ଆର୍ଥିକ ସ୍ୱଚ୍ଛଳତା ଉପଲବ୍ଧ ହୁଅନ୍ତା l ଇଷ୍ଟକୋଷ୍ଟ ରେଳବାଇ ଅଧୀନରେ ଥିବା ବିଶାଖାପାଟଣା ଏକ ନୂତନ ଡିଭିଜନ ହୋଇ ଇଷ୍ଟକୋଷ୍ଟ ରେଳବାଇରୁ ବାହାରି ଯିବାର କାର୍ଯ୍ୟକ୍ରମ ଚାଲିଛି, ଯାହାଫଳରେ ଇଷ୍ଟକୋଷ୍ଟରେ ମାତ୍ର ଦୁଇଟି ଡିଭିଜନ ରହିବ l ଇଷ୍ଟକୋଷ୍ଟ ରେଳବାଇ ଆରମ୍ଭ ବେଳେ ଆଗାମୀ ଦିନରେ ରାଉରକେଲା ଓ ଯାଜପୁରରୋଡ଼ ଠାରେ ଦୁଇଟି ନୂତନ ରେଳବାଇ ଡିଭିଜନ ପ୍ରତିଷ୍ଠା ହେବ ବୋଲି ରେଳବାଇ ମନ୍ତ୍ରୀ ଘୋଷଣା କରିଥିଲେ l ମାତ୍ର ତିରିଶ ପ୍ରତିଶତ ଖର୍ଚ୍ଚରେ ରାଉରକେଲା ଠାରେ ନୂତନ ଡିଭିଜନ ପ୍ରତିଷ୍ଠା ହେଇପାରନ୍ତା l ଡିଭିଜନ ନଥିବାରୁ ଦୀର୍ଘ ପଚାଶ ବର୍ଷରୁ ଦାବି ହୋଇ ଆସୁଥିବା ତାଳଚେର – ବିମଳାଗଡ଼ ରେଳପଥର କାମ ଆଗେଇ ପାରୁନି l ଏହି ଜିଲ୍ଲାମାନଙ୍କରୁ ସିଂହଭାଗ ରାଜସ୍ବ ନେଉଥିଲେ ମଧ୍ୟ ଡିଭିଜନ ତରଫରୁ କୌଣସି ଆଖିଦୃଶିଆ ଉନ୍ନତିମୂଳକ କାମ ଏହି ଅଂଚଳରେ ହୋଇନାହିଁ ଓ ଅବହେଳିତ ଅବସ୍ଥାରେ ଅଛି l ବିଭିନ୍ନ ଅନୁଷ୍ଠାନ, କଳକାରଖାନା ଓ ସାଧାରଣ ଜନତା ତରଫରୁ ଦୀର୍ଘ ଦିନରୁ ନୂଆ ଡିଭିଜନ ପାଇଁ ଦାବି ହୋଇ ଆସୁଥିବା ବେଳେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ହୃଦୟଙ୍ଗମ କରି ବିହିତ ପଦକ୍ଷେପ ନେବାପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଅନୁରୋଧ କରି ଚିଠି ଲେଖିଛନ୍ତି l ଭାରତୀୟ ରେଳବାଇ ବିଭିନ୍ନ କ୍ଷେତ୍ରରେ ବିଶ୍ୱସ୍ତରୀୟ ପ୍ରତିଷ୍ଠା ଅର୍ଜନ କରୁଥିଲା ବେଳେ ଚକ୍ରଧରପୁର ଡିଆରଏମଙ୍କ ଏଭଳି ବକ୍ତବ୍ୟ ନିନ୍ଦନୀୟ ଓ ଅଂଚଳବାସୀଙ୍କ ପ୍ରତି ପ୍ରତାରଣା ଛଡା ଅନ୍ୟ କିଛି ନୁହେଁ ବୋଲି ରାଉରକେଲା ବିକାଶ ମଞ୍ଚ ତରଫରୁ ଆବାହକ ଡ଼କ୍ଟର ସୁମନ ଦତ୍ତ,ବରିଷ୍ଠ ଉପଦେଷ୍ଟା ଇଂ ଅଭୟ କୁମାର ଦାସ, ଆନନ୍ଦ ମହାନ୍ତି,ଆର୍ତତ୍ରାଣ ମହାରଣା, ସଂଜୀବ ମହାନ୍ତି, ମନୋରଞ୍ଜନ ଦାଶ, ପଶୁପତି ଚାଟାର୍ଜୀ, ଅମୂଲ୍ୟ ବରାଳ, ଉତ୍ତମ କୁମାର ସାମଲ, ଦିଗାମ୍ବର ମହାନ୍ତି, କୁଞ୍ଜବିହାରି ରାଉତ, ସତ୍ୟନାରାୟଣ ବେହେରା,ସୁପ୍ରତିକ ମିଶ୍ର, ସଂଗ୍ରାମ ମହାନ୍ତି ଓ ସମାଜସେବୀ ବିମଳ ବିଶି ଅନ୍ୟମାନେ କ୍ଷୋଭ ପ୍ରକାଶ କରିବା ସହ ବିହିତ ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରେଳବାଇ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଓଡିଶା ଓ ରେଳବାଇ ବୋର୍ଡକୁ ଅବଗତ କରାଇଛନ୍ତି l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଭବାନୀପାଟଣା ବସଷ୍ଟାଣ୍ଡରେ ଥିବା ମିଶନ୍ ଶକ୍ତି କାଫେ ର ଉଦ୍ଘାଟନ

masiha

ବିଦ୍ୟାଳୟ ଶ୍ରେଣୀ ଗୃହ ଛାତରୁ ଝରୁଛି ବର୍ଷା ପାଣି ,ଶ୍ରେଣୀ ବାହାରେ ପଢୁଛନ୍ତି ଛାତ୍ରଛାତ୍ରୀ

Sunil Chandra Nayak

ରଘୁନାଥଜୀଉ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉଦଘାଟିତ 

Sunil Chandra Nayak

Leave a Comment

error: Content is protected !!