ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକରେ ଏଚ ଡି ଏଫ ସି ବ୍ୟାଙ୍କ ସମେତ ବିଭିନ୍ନ ଉନ୍ନତି ମୂଳକ କାମ ପାଇଁ ନିର୍ମିତ ୬ ଟି କଠା ଗୃହ ଗୁଡ଼ିକ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ବ୍ଲକ ଅଧ୍ୟକ୍ଷା ଓ ବିଡ଼ିଓ ଙ୍କ ଦ୍ଵାରା ଉଦଘାଟିତ     

ବନ୍ଧୁଗାଁ ତା ୧୨/୫/୨୩ ଆଜି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକକୁ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ପ୍ରଭୁ ଜାନି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁସ୍ମିତା ମେଲେକା ଗସ୍ତ କରି ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣ୍ୟାକା ଓ ବିଡ଼ିଓ ଆକାଶ ପଟ୍ଟନାୟକଙ୍କ ଦ୍ଵାରା ନୂତନ ଭାବେ ନିର୍ମିତ ଏଚଡିଏଫସି ବ୍ୟାଙ୍କ ସମେତ ବିଭିନ୍ନ ଉନ୍ନତି ମୂଳକ କାମ ପାଇଁ ନିର୍ମିତ ୬ ଟି କୋଠା ଘରକୁ ଶୁଭ ଉଦଘାଟନ କରିଛନ୍ତି । ଅନେକ ବର୍ଷ ଧରି ବନ୍ଧୁଗାଁ ବ୍ଲକରେ ବ୍ୟାଙ୍କ ସେବା ସହିତ ଏଟିଏମ ସୁବିଧା ସୁଯୋଗ ପାଇବା ପାଇଁ ରାଜ୍ୟ ସରକାର ସମେତ ଜିଲ୍ଲା ପ୍ରଶାସନକୁ ଗୁହାରି କରି ଆସୁଥିଲେ । ଏଥି ପାଇଁ ବ୍ଲକର ସମସ୍ତ ପଞ୍ଚାୟତର ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା ଯାହାଦ୍ୱାରା ପାର୍ବତୀପୁର,ନାରାୟଣପାଟଣା ଓ ରାୟଗଡ଼ା ଯାଇ ଆବଶ୍ୟକ ଟଙ୍କା ଉଠାଇବାକୁ ପଡୁଥିଲା । ପରେ କୁମ୍ଭାରୀପୁଟ ଷ୍ଟେଟ ବ୍ୟାଙ୍କ ହେବା ପରେ ମଧ୍ୟ ଅନେକ କାରଣ ଯୋଗୁଁ ବ୍ୟାଙ୍କ ସେବା ପାଇବା ପାଇଁ ଲୋକେ ଆଜି ମଧ୍ୟ ନାହି ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାହାକି ବ୍ୟାଙ୍କ ଠାରୁ କୃଷି ଋଣ, ଗୃହ ଋଣ , ଗାଡ଼ି ଋଣ , ସୁନା ବନ୍ଧକ, ଏସଏଚଜି ଋଣ ସମେତ ନେଟୱର୍କ ସମସ୍ୟା ଥିବା ଦର୍ଶାଇ ଟଙ୍କା ଦେଣ ନେଣ ପାଇଁ ଅସୁବିଧା ରହି ଆସୁଥିଲା। ଆଣି ବନ୍ଧୁଗାଁ ବ୍ଲକ ସମସ୍ତ ଜନସାଧାରଣ ଗର୍ବିତ ଅଟୁ ଆମେ ଜଣେ ଯୁବ ବିଡ଼ିଓ ଆକାଶ ପଟ୍ଟନାୟକଙ୍କୁ ରାଜ୍ୟ ସରକାର ଆମ ବ୍ଲକର ଦାୟିତ୍ଵ ଦେଇଥିବାରୁ । ଜଣେ ଯୁବ ବିଡ଼ିଓ ଦାଇତ୍ୱ ନେବା ପରେ ଅନେକ ପ୍ରତିବନ୍ଧକ ତାଙ୍କ ପାଖକୁ ଘେରି ଥିଲା କିନ୍ତୁ ଆସିଥିବା ପ୍ରତିବନ୍ଧକ ଗୁଡିକୁ ସାମ୍ନା କରି ଆଜି ଅନେକ ସ୍ଥାନରେ ଥିବା ଲୋକଙ୍କ ସମସ୍ୟା ର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି । ଆଜି ବ୍ଲକ ପରିସର ମଧ୍ୟରେ ଏଚଡିଏଫସି ବ୍ୟାଙ୍କ ଗୃହ, ପଞ୍ଚାୟତ ସମିତି ବୈଠକ ଗୃହ, ଓସୱାନ ଗୃହ, ମିଶନ ଶକ୍ତି ଗୃହ ବିୟୁଟି ପାର୍ଲେର ଗୃହ ନିର୍ମାଣ କରିବା ସହିତ କୁମ୍ଭାରୀପୁଟ ପଞ୍ଚାୟତ ରେ ନିର୍ମିତ କଲ୍ୟାଣ ମଣ୍ଡପ ଓ ନିଲାବାଡି ପଞ୍ଚାୟତ ଠାରେ ଗ୍ରାମପଞ୍ଚାୟତ ସହାୟତା କେନ୍ଦ୍ର ଗୁଡିକୁ ଉଦଘାଟନ କରିଥିଲେ । ଆଜି କୁମ୍ଭାରିପୁଟ ପଞ୍ଚାୟତରେ ନିର୍ମିତ କଲ୍ୟାଣ ମଣ୍ଡପର ଉଦଘାଟନ ସମାରୋହକୁ ଅତି ସୁନ୍ଦର ଭାବରେ ସ୍ଥାନୀୟ ଅଶୋକ କୁମାର ପଣ୍ଡା, ନବୀନ ଚନ୍ଦ୍ର ପ୍ରଧାନ, ପଦମନ ନାୟକ, ସରପଞ୍ଚ ରୁଦ୍ର ଯାକାକା ଉପସ୍ଥିତ ରହି ସ୍ବାଗତ ସମର୍ଦ୍ଧନା କରିଥଲେ । ଏହି ଉଦଘାଟନ ସମାରୋହ ଠାରେ ବିଜେଡ଼ି ବ୍ଲକ ସଭାପତି ବାଲା ନାଗ, ସମ୍ପାଦକ ଅଭିମନ୍ୟୁ ଭାଣ୍ଡିିି , ଏସଡିସି ସଭ୍ୟ ଲାଡୁ ହୁଲୁକା, ବିଧାୟକ ପ୍ରତିନିଧି ରବୀନ୍ଦ୍ର ଦେବରପଲ୍ଲୀ, ଯୁବ ସଭାପତି କାହ୍ନୁ ଚରଣ ବେହେରା , ବରିଷ୍ଟ କର୍ମୀ ଦୁର୍ୟ୍ଯ ନାଗ , ଉତ୍ତମ ନାୟକ,ବନ୍ଧୁଗାଁ ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ କାଡ୍ରାକା,ଓ ଅନେକ କର୍ମୀ ଉପସ୍ଥିତ ରହି ଥିଲେ।ବନ୍ଧୁଗାଁ ବ୍ଲକ ରେ ଆଜି ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ବ୍ଲକ ଅଧ୍ୟକ୍ଷା ଓ ଯୁବ ବିଡ଼ିଓ ଙ୍କ ଚେଷ୍ଠାରେ ଅନେକ ଆଖି ଦୃଷୀୟା କାମ କରିଥିବାରୁ ଆମେ ସମସ୍ତେ ଗର୍ବିତ ଓ ସେମାନଙ୍କୁ ଆମ ବ୍ଲକ ତରଫରୁ ଅନେକ ଧନ୍ୟବାଦ ଜଣାଉଛୁ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ

Related posts

ଗୁଡାରି ବନାଞ୍ଚଳରେ ବ୍ୟାପକ ଦୁର୍ନୀତି ଅଭିଯୋଗ: ବନ ବିଭାଗ ତଥ୍ୟ ଲୁଚାଉଛି କି ?

Sunil Chandra Nayak

କଙ୍କଡ଼ାହାଡ଼ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବିନା ସୂଚନା ଫଳକରେ କାର୍ଯ୍ୟ

Sunil Chandra Nayak

ଗୋପାଳପୁର ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୩ ପାଳିତ

Sunil Chandra Nayak

Leave a Comment

error: Content is protected !!