ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଆନ୍ତର୍ଜାତିକ ସେବିକା ଦିବସ

ମୟୂରଭଞ୍ଜ – ୧୨/୫ (ମସିହା) ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସେବିକା ମାନଙ୍କ ଭୂମିକା ସାରା ବିଶ୍ବରେ ଅତୁଳନୀୟ, ଅନନ୍ୟ ଓ ଅବର୍ଣ୍ଣନୀୟ ।ମାନବ ସେବା ମାଧବ ସେବା ।ସେବା ପାଇଁ ସେମାନଙ୍କ ତ୍ଯାଗ, କର୍ତ୍ତବ୍ୟ, ସମର୍ପଣ ମନୋଭାବ,ପ୍ରେମ,ନିଷ୍ଠା, ଦାୟିତ୍ଵବୋଧକୁ କେହି ଅସ୍ବୀକାର କରି ପାରିବେ ନାହିଁ । ନର୍ସିଂ ତଥା ସେବାର ପ୍ରତିକ , ସମାଜ ସଂସ୍କାରକ, ପ୍ରଶିକ୍ଷିକା ତଥା ନର୍ସ ମାନଙ୍କ ର ପ୍ରାତଃ ସ୍ମରଣୀୟ ଆଇକନ ତଥା ବିଶ୍ବର ଅନନ୍ୟା ନଳିନୀ ଇଟାଲୀ ଜନ୍ମିତ ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ଜନ୍ମ ୧୮୨୦ ମଇ ୧୨ ତାରିଖ । କ୍ରିମିଆ ଯୁଦ୍ଧ ସମୟରେ ଯୁଦ୍ଧରେ ମୃତ ଓ ଆହତ ମାନଙ୍କ ଜୀବନ ରକ୍ଷା ପାଇଁ ଯେଉଁ ସେବା କରିଥିଲେ ଏବଂ ମେଡିକାଲ ମାନଙ୍କୁ ପ୍ରଶିକ୍ଷିତ କରାଇ ସେବାରେ ନିୟୋଜିତ କରିଥିଲେ ତାହା ଚିରସ୍ମରଣୀୟ ।୧୯୬୫ ମସିହାରୁ ଜାତିସଂଘ ଅନୁମୋଦନରେ ଆନ୍ତର୍ଜାତୀୟ ମେଡିକାଲ ଦିବସ ସମଗ୍ର ଵିଶ୍ବରେ ପାଳିତ ହୋଇ ଆସୁଛି ‌। ସମସ୍ତଙ୍କର ଧାରଣା ଡାକ୍ତରମାନେ ହିଁ ଭଗବାନ ଏବଂ ତାଙ୍କ ଦାୟିତ୍ଵ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।ହେଲେ ଚିକିତ୍ସା ସରକାରୀ ହସ୍ପିଟାଲ କିମ୍ବା ବେସରକାରୀ ହସ୍ପିଟାଲରେ ରୋଗୀମାନଙ୍କ କଲ୍ୟାଣ,ନିରାପତ୍ତା ଓ ଚିକିତ୍ସା ପାଇଁ ସେବିକା ମାନେ ହିଁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଥାନ୍ତି ।କରୋନା ମହାମାରୀ ସମୟରେ ସେବିକା ମାନଙ୍କର ଭୂମିକା ସାରା ବିଶ୍ବବ୍ୟାସୀ ଆଜିଯାଏଁ ଭୁଲି ନାହାଁନ୍ତି ।ଚଳିତ ବର୍ଷ ଏହି ଦିବସରେ ପ୍ରସଙ୍ଗ ହେଉଛି ‘ଆମରି ସେବିକା,ଆମରି ଭବିଷ୍ୟତ ‘ ।ସେବା ସମୟରେ ଅସୁବିଧାରେ ସମ୍ମୁଖୀନ ହେବା ସହ କମ ଦରମା କାମ କରିବା,ପରିବାରଠାରୁ ଦିର୍ଘ ସମୟ ଦୂରେଇ ରହିବା, ଆବଶ୍ୟକୀୟ ଛୁଟି ନ ମିଳିବା, ହସ୍ପିଟାଲରେ ମେଡିକାଲ ଅଭାବ ଵହୁବିଧ ସମସ୍ୟାର ସମ୍ମୁଖୀନ ହୋଇ ମଧ୍ୟ ହସ ହସ ମୁହଁରେ ରୋଗୀଙ୍କର ସେବା କରି ରୋଗୀ ମୁହଁରେ ହସ ଫୁଟାଇ ଥାନ୍ତି ।ଆଜି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ମୁଖ୍ୟ ସେବିକା ବେଙ୍ଗ ମାଝୀଙ୍କ ନେତୃତ୍ୱରେ ଆନ୍ତର୍ଜାତିକ ସେବିକା ଦିବସ ଅନୁଷ୍ଠିତ ହୋଇଯାଇଛି । ପରସ୍ପରକୁ ମିଷ୍ଟାନ୍ନ ବଣ୍ଟନ କରି ଖୁସିରେ ପାଳନ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଆମେ ଓଡ଼ିଆ ରାଉରକେଲା ଶାଖାର ପରିଚାଳନା କମିଟି ଗଠନ 

masiha

ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ ଅନୁଷ୍ଠିତ

masiha

ଏନଆଇଟି ରାଉରକେଲା ଏନସିସି କ୍ୟାଡେଟମାନଙ୍କ ପାଇଁ୧୨ ଦିନିଆ ଆଡଭାନ୍ସ ଲିଡରସିପ୍ କ୍ୟାମ୍ପ ଆରମ୍ଭ

masiha

Leave a Comment

error: Content is protected !!