ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଇରା ମହାବିଦ୍ୟାଳୟର ସଂସ୍କୃତ ବିଭାଗ ତରଫରୁ ପ୍ରାକ୍ତନ ଅଧ୍ୟକ୍ଷଙ୍କୁ ବିଦାୟ ସମ୍ବର୍ଦ୍ଧନା

ଖଇରା ମହାବିଦ୍ୟାଳୟର ସଂସ୍କୃତ ବିଭାଗ ତରଫରୁ ପ୍ରାକ୍ତନ ଅଧ୍ୟକ୍ଷଙ୍କୁ ବିଦାୟ ସମ୍ବର୍ଦ୍ଧନା

ଖଇରା,୦୩/୫/୨୫ -: ଖଇରା ମହାବିଦ୍ୟାଳୟର ସଂସ୍କୃତ ବିଭାଗ ତରଫରୁ ପ୍ରାକ୍ତନ ଅଧ୍ୟକ୍ଷ ନିରଞ୍ଜନ ପଣ୍ଡାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।ବର୍ତ୍ତମାନର ଭାରପ୍ରାପ୍ତ ଅଧ୍ୟକ୍ଷ ଲକ୍ଷ୍ମୀଧର ନାୟକଙ୍କ ସଭାପତିତ୍ୱରେ ସଂସ୍କୃତ ଅଧ୍ୟାପିକା ଚିନ୍ମୟୀ ପଣ୍ଡାଙ୍କ ଆନୁକୂଲ୍ୟରେ +୩ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବର୍ଷର ସଂସ୍କୃତ ସମ୍ମାନର ଆନ୍ତେବାସୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ବିଦାୟକାଳୀନ ସଭା ଅନୁଷ୍ଠିତ ହୋଇଥିଲା । ସର୍ବପ୍ରଥମେ ବିଭାଗୀୟ ମୁଖ୍ୟ ଚିନ୍ମୟୀ ପଣ୍ଡା ନିଜ ମତରେ ଗୁରୁ ଶ୍ରୀ ପଣ୍ଡାଙ୍କୁ କେହି ବିଦାୟ ଦେଇପାରିବେ ନାହିଁ ସେ ସର୍ବଦା ସମସ୍ତଙ୍କ ଅନ୍ତରରେ ରହିଛନ୍ତି ରହିବେ ମଧ୍ୟ ବୋଲି କହିଛନ୍ତି । ମୁଖ୍ୟ ବକ୍ତା ଦୀନବନ୍ଧୁ ଦେ ନିଜର ଅଭିଭାଷଣରେ ଶ୍ରୀ ପଣ୍ଡାଙ୍କ ଆଚରଣ ଉଚ୍ଚାରଣ ମୁର୍ତ୍ତିମନ୍ତ୍ର ବିଗ୍ରହ ଅଟନ୍ତି ବୋଲି କହିଥିଲେ । ପଞ୍ଚମ ବେଦର ପ୍ରମୁଖ ଡ଼ା. ସୁଜିତ ଛାଟିଆ ସଂସ୍କୃତ ବିନା ଜୀବସମାଜ ପଶୁତୁଲ୍ୟ ହୋଇଯିବ, ଏଣୁ ସମସ୍ତେ ସଂସ୍କୃତ ଉଚିତ ବେଦ, ମହାପୁରାଣ ଉପନିଷଦକୁ ଆଜି ସମୟରେ ଆପଣାଇବାକୁ ପଡ଼ିବ । ଫଳରେ ସମାଜ ଏକ ଉନ୍ନତ ସମାଜରେ ପରିଣତ ହୋଇପାରିବ । ଉପସ୍ଥିତ ଡା. ଉଦୟ ରଞ୍ଜନ ଦାସ ନିଜର ମତରଖି କହିଥିଲେ ଆଧ୍ୟାତ୍ମିକତା ହିଁ ଜୀବନର ଏକମାତ୍ର ଆଲୋକ ବର୍ତ୍ତିକା । ଅନୁଷ୍ଠାନର ବଡ଼ବାବୁ ଅକ୍ଷାଂଶୁ କୁମାର ଦଳାଇ, ଦେଵବ୍ରତୀ ଦାସ, ତୃପ୍ତିମୟୀ ଗିରି ପ୍ରଭୁତି ଯୋଗଦାନ କରିଥିଲେ । ଶେଷରେ ସଂସ୍କୃତ ବିଭାଗ ତରଫରୁ ମାନପତ୍ର ଉପଢୋକନ, ଫୁଲ ଗଛ ଦେଇ ସମ୍ମାନୀତ କରାଯାଇଥିଲା ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୫୫୨ ନମ୍ବର ରଖିଥିବା ରାଜନଗର ବ୍ଲକ ଟପ୍ପର୍ ଙ୍କୁ ଶ୍ରୀ ଜଗନ୍ନାଥ ଷ୍ଟଡି ସେଣ୍ଟର (SJSC) ତରଫରୁ ସମ୍ଭର୍ଦ୍ଧନା

masiha

ସୁର ତରଙ୍ଗ ର ମାସିକ ଓଡ଼ିଆ ଓ ହିନ୍ଦୀ ସଂଗୀତ କାର୍ଯ୍ୟକ୍ରମ 

masiha

ମାଗୁରପାଣିରେ ‘ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ଗ୍ରାମ’ କାର୍ଯ୍ୟକ୍ରମ : ସ୍ୱଚ୍ଛତାକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ

Sunil Chandra Nayak

Leave a Comment

error: Content is protected !!