ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା 

କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା 

ଜୁନାଗଡ଼ (ମ ନି ସ):-ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଗୃହଠାରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଯୁକ୍ତ ଡିଷ୍ଟିକ ବଣୁଆ ଙ୍କୁ ଗୋଲାମୁଣ୍ଡା ବ୍ଲକ ର ପଞ୍ଚାୟତ ସମିତି କର୍ମକର୍ତ୍ତାଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଡିଓ ଶ୍ରୀ ଧର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବା ବେଳେ ଜିପିଡ଼ିଓ ସୁମିତ ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଥିଲେ। ଏଥିରେ ବରିଷ୍ଠ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ନାଏକ ସମେତ ବ୍ଲକର କୋଣ ଅନୁକୋଣରେ ଥିବା ଗ୍ରାମ ପଞ୍ଚାୟତ ସମିତି କର୍ମକର୍ତ୍ତାଙ୍କ ଉପସ୍ଥିତ ଥିଲେ।ଶ୍ରୀ ବଣୁଆ ବୃନ୍ଦାବାହାଲ ଓ ଗଣ୍ଡମେର ଗ୍ରାମ ପଞ୍ଚାୟତ ରେ କାର୍ଯ୍ୟ କରୁଥିଲେ। ସେ ୨୦୦୯ ଠାରୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟ କରିଆସୁ ଥିଲେ। ଶ୍ରୀ ବଣୁଆ ମତ ପ୍ରକାଶ କରିଛନ୍ତି ଯେ କର୍ମଚାରୀ ଜୀବନରେ ଅନେକ ସମସ୍ୟା ଆସିଥାଏ, ସେହି ସମସ୍ୟାକୁ ଆଖି ଆଗରେ ରଖି ସାଧୁତା ଓ ଧୈର୍ଯ୍ୟ ସହ ମୁକାବିଲା କରି ଜନ ସାଧାରଣଙ୍କ ସେବା କାର୍ଯ୍ୟ କରିବା ଉଚିତ । ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମ ଶେଷରେ ଗୋଲାମୁଣ୍ଡା ବ୍ଲକର ୨୮ ଗୋଟି ଗ୍ରାମ ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ନେଇ ନୂତନ କର୍ମକର୍ତ୍ତା ଚୟନ କରିଛନ୍ତି। ନୂତନ ସଭାପତି ଭାବେ ଶ୍ରୀ ଯୁକ୍ତ ଅଲେଖ ସା, ସମ୍ପାଦକ ଶ୍ରୀ ଯୁକ୍ତ ବିଶ୍ବରଂଜନ ପଣ୍ଡା, କୋଷାଧ୍ୟକ୍ଷ ଶ୍ରୀ ଯୁକ୍ତ ପ୍ରଶାନ୍ତ ନାଏକ, ନୂତନ କର୍ମକର୍ତ୍ତା ଭାବେ ମନୋନୀତ ହୋଇଛନ୍ତି।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ବଡଡାଳିମା ପାର୍ବତୀ ଉଚ୍ଚ ବାଳିକା ବିଦ୍ୟାଳୟର ୨୫ ତମ ବାର୍ଷିକ ଉତ୍ସବରେ ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଯୋଗଦାନ

masiha

ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ପୁଟିଆଚୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ “ରାଜ୍ୟସ୍ତରୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

masiha

177ତମ ଉତ୍କଳ ଗୌରବ ମଧୁସୂଦନ ଦାସ ଜୟନ୍ତୀ – ଆଇନଜୀବି ଦିବସ – 2025 ପାଳିତ 

masiha

Leave a Comment

error: Content is protected !!