ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚଇତି ମଞ୍ଚରେ ଉନ୍ମୋଚନ ହେଲା ଚଇତି ଗୀତ ୨୦୨୪, କଣ୍ଠଦାନ କରିଛନ୍ତି ଆଞ୍ଚଳିକ ଦିବ୍ୟାଙ୍ଗ କଳାକାର 

ଚଇତି ମଞ୍ଚରେ ଉନ୍ମୋଚନ ହେଲା ଚଇତି ଗୀତ ୨୦୨୪, କଣ୍ଠଦାନ କରିଛନ୍ତି ଆଞ୍ଚଳିକ ଦିବ୍ୟାଙ୍ଗ କଳାକାର 

ରାୟଗଡ଼ା :- ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଠାରେ ଲୋକ ମହୋତ୍ସବ ଚଇତି ମହୋତ୍ସବ ୨୦୨୪ ବର୍ଷର ଶୁଭାରମ୍ବ ହୋଇଯାଇଛି ଏହି ପରିପ୍ରେକ୍ଷୀରେ ରୀତିନୀତି ଅନୁସାରେ ପୂଜା କଳସ ଯାତ୍ରା ପରେ ସ୍ଥାନୀୟ ବି ଏନ୍‌ ହାଇସ୍କୁଲ ପଡିଆ ଏକ ସଭା ଅନୁଷ୍ଟିତ ହୋଇଥିଲା ଏଥିରେ ରାୟଗଡ଼ା ଚଇତି ଗୀତର ଶୁଭ ଉନ୍ମୋଚନ ହୋଇଥିଲା ଯାହାକୁ ଆଞ୍ଚଳିକ ଦିବ୍ୟାଙ୍ଗ କଳାକାର ପଦ୍ମପୁର ବ୍ଲକ୍ ଖିଲାପଦର ପଞ୍ଚାୟତର ଲକ୍ଷ୍ମଣ ଶବର ଏବଂ ଗୁଡ଼ାରୀ ବ୍ଲକ୍ କଦମା ପଞ୍ଚାୟତ ଟଙ୍ଗରମା ଗ୍ରାମର ଫାବେନା ପାଲକା କଣ୍ଠଦାନ କରିଛନ୍ତି। ଏହି ଗୀତକୁ ଜଣାଶୁଣା କଳାକାର ସୁପ୍ରିତ ସନ୍ତୋଷ ବଚ୍ଛା ଗୀତ ଲେଖିବା ସହ ସ୍ବର ସଂଯୋଜନା କରିଥିବା ବେଳେ ବିରୁ ହିଆଲ ସଙ୍ଗୀତ ପରିଚାଳନା କରିଛନ୍ତି ଏବଂ ଏହା ରାଜଲକ୍ଷ୍ମୀ ଷ୍ଟୁଡ଼ିଓ ରେ ଗୀତ ରେକୋର୍ଡିଂ ହୋଇଅଛି। ଏହି ଗୀତର ଶୁଭ ଉନ୍ମୋଚନ ସମୟରେ ରାୟଗଡ଼ା ବିଧାୟକ ଶ୍ରୀ ଆପଲସ୍ବାମୀ କାଡ୍ରାକା ଗୁଣପୁର ବିଧାୟକ ଶ୍ରୀ ସତ୍ୟଜିତ ଗମାଙ୍ଗ, ବିଷମକଟକ ବିଧାୟକ ଶ୍ରୀ ନୀଳମାଧବ ହିକକା, ପୁର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଗିରିଧର ଗମାଙ୍ଗ, ବିଜେପି ଜିଲ୍ଲା ସଭାପତି ଶ୍ରୀ ଶିବ ପଟ୍ଟନାୟକ, ଗୁଣପୁର ମ୍ୟୁନିସିପାଲଟି ଉପାଧ୍ୟକ୍ଷ ଶ୍ରୀ ସାନ ଗୌଡ଼, ରାୟଗଡ଼ା ଭିନ୍ନକ୍ଷମ ମହାସଂଘର ସମ୍ପାଦକ ଶ୍ରୀ ଅମରେନ୍ଦ୍ର ନାଥ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ । ପ୍ରଥମ ଥର ଦିବ୍ୟାଙ୍ଗ କଳାକାର ମାନେ ରାୟଗଡ଼ା ଚଇତି ଗୀତ କୁ ଗାଇ ବେଶ୍ ଖୁସି ବ୍ୟକ୍ତ କରିଥିବା ବେଳେ ଏହି ଗୀତ ଚଇତି ଶୁଭାରମ୍ଭ ମଞ୍ଚରେ ଉନ୍ମୋଚନ ହୋଇଥିବାରୁ ଭିନ୍ନକ୍ଷମ ମହାସଂଘର ସଭାପତି, ସମ୍ପାଦକ ଏବଂ ସମସ୍ତ କର୍ମକର୍ତ୍ତା ରାୟଗଡ଼ା ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଲଉଡ଼ି ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

ପ୍ରତିଭା ଅନ୍ଵେଷଣରେ କାମାକ୍ଷାନଗର ସହର

Sunil Chandra Nayak

ଫସିଗଲା ସ୍କୁଲ ଗାଡ଼ି,ଠେଲିଲେ କୁନିକୁନି ଛାତ୍ରଛାତ୍ରୀ

masiha

Leave a Comment

error: Content is protected !!