ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି କଳାକାର ପେନସନଭୋଗୀ ମହା ସମାବେଶ ଓ ସାଧାରଣ ସଭା

କଳାହାଣ୍ଡି କଳାକାର ପେନସନଭୋଗୀ ମହା ସମାବେଶ ଓ ସାଧାରଣ ସଭା

 କଳାହାଣ୍ଡି କଳାକାର ପେନସନଭୋଗୀ ମହା ସମାବେଶ ଓ ସାଧାରଣ ସଭା ଆଜି ମହାବୀର ସାଂସ୍କୃତିକ ଅନୁଷ୍ଠାନର ମହାବୀର ମଞ୍ଚରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳର ପେନସେନ ପାଉଥିବା ୧୦୦୦ରୁ ଉର୍ଦ୍ଧ୍ବ କଳାକାରଙ୍କ ସମାବେଶ ହୋଇଥିଲା l ମୁଖ୍ୟ ଅତିଥିଭାବେ ସଂସ୍କୃତି ସଂଗଠକ ଶ୍ରୀ ଜୟନ୍ତ କୁମାର ବେହେରା ଓ ଭବାନୀପାଟଣା ନଗରପାଳ ବିଷ୍ଣୁ ପ୍ରଧାନ ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ସଙ୍ଘର ସଭାପତି ନାଟ୍ୟ ଭୂଷଣ ପ୍ରଦୀପ ଡି. ମାଝୀଙ୍କ ନେତୃତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ସଭାରେ ସରକାରଙ୍କ ଠାରେ ବିଭିନ୍ନ ଦାବି ଜଣାଇବାକୁ ନିଷ୍ପତି ନିଆଗଲା। କଳାକାର ମାନଙ୍କୁ ମିଳୁଥିବା ଭତ୍ତା ପାଇଁ ଗୋଟିଏ ନିର୍ଦ୍ଧିଷ୍ଟ ତାରିଖ ଧାର୍ଯ୍ୟ, ବର୍ତ୍ତମାନ ପାଉଥିବା ଭତ୍ତା ୨୦୦୦ଟଙ୍କାକୁ ୬୦୦୦ଟଙ୍କାକୁ ବୃଦ୍ଧି, ସଙ୍ଘ ପାଇଁ ସଦର ମହକୁମାରେ ଜାଗାଟିଏ ଦେବାକୁ ଅନୁରୋଧ, କଳାକାରଙ୍କ ଦୃଘଟଣା ଜନିତ ବୀମା ଦେବାକୁ ଦାବି, ସଙ୍ଘ ତରଫରୁ ଜୀବିତ ପ୍ରମାଣ ପତ୍ର ଦିଆଗଲେ ତାହାକୁ ପ୍ରଶାସନ ଗ୍ରହଣ କରିବା ପାଇ ଦାବି ଜଣାଇବା ପାଇଁ ନିଷ୍ପତ୍ତି ନିଆଗଲା l ପରିଶେଷରେ ସମ୍ପାଦକ ତ୍ରିର୍ଥରାଜ ଦଳପତି ଧନ୍ୟବାଦ ଅର୍ପଣ କରିଥିଲେ l ଆଗାମୀ ଦିନରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଦେବାପାଇଁ ନିଷ୍ପତ୍ତି ନିଆଗଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଘରେ ଘରେ ସ୍ୱାସ୍ଥ୍ୟ ସେବା; ଟିପିଏସ୍ଓଡିଏଲର ଏମ୍ଏଚଡି ସେବା ଦକ୍ଷିଣ ଓଡ଼ିଶାର ଜନଜାତି ବହୁଳ ଅଞ୍ଚଳରେ ଆଣିଛି ଏକ ବ୍ୟାପକ ପରିବର୍ତ୍ତନ

Sunil Chandra Nayak

ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ୟ ର ଅଷ୍ଟାଦଶ ବାର୍ଷିକୋତ୍ସବ 

Sunil Chandra Nayak

କାମାକ୍ଷାନଗରର ହାତୀଖେଦ 

Leave a Comment

error: Content is protected !!