ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଇନପୁଟ୍ ସହାୟତା ଲାଇଭ କାର୍ଯ୍ୟକ୍ରମ ଅନୁଷ୍ଠିତ  “ଚାଷୀ କ୍ୱିଣ୍ଟାଲ ପ୍ରତି ଟ.୩୧୦୦/-ଙ୍କା ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ପାଇବେ” 

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଇନପୁଟ୍ ସହାୟତା ଲାଇଭ କାର୍ଯ୍ୟକ୍ରମ ଅନୁଷ୍ଠିତ 

“ଚାଷୀ କ୍ୱିଣ୍ଟାଲ ପ୍ରତି ଟ.୩୧୦୦/-ଙ୍କା ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ପାଇବେ” 

ରାୟଗଡ଼ା- ତା. ୮/୧୨-ଚାଷୀଙ୍କୁ ଧାନ ବିକ୍ରି ଇନପୁଟ୍ ସହାୟତା ଲାଇଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ଜିସିଡ଼ି ପଡ଼ିଆ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହଜାର ସଂଖ୍ୟାରେ ଚାଷୀ ଯୋଗଦାନ କରି ବରଗଡ଼ ଜିଲା ସୋହେଲା ଠାରେ ମୁଖ୍ୟମନ୍ତ୍ରୀଙ୍କ ଲାଇଭ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଚଳିତ ବର୍ଷ ଧାନ କ୍ୱିଂଟାଲ ପିଛା ଚାଷୀ ୩୧୦୦ ଟଙ୍କା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଥିଲେ । ୨୩୦୦ ଟଙ୍କା ଧାନର ସହାୟକ ମୂଲ୍ୟ ହୋଇଥିବା ବେଳେ ୮୦୦ ଟଙ୍କା ଇନପୁଟ ସବସିଡ଼ ରହିଛି । ଉକ୍ତ ଇନପୁଟ ସବସିଡ଼ ଚାଷୀଙ୍କ ପାଇଁ ବେଶ୍ ସହାୟକ ହେବ ବୋଲି ଅନେକ କୃଷକ ନେତା ଆଜି କାର୍ଯ୍ୟକ୍ରମରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ପାରୁଲ ପଟାୱରି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲା ମୁଖ୍ୟ କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ କର, ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ଦାଶରଥି ସୋରେନ୍‌, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ କସ୍ତୁରି ସନ୍ୟାସି ରାଜୁ ଓ ଡିଆରସିଏସ ସୀତାପତି କରୁଣାକର ମାଝି ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଜିଲାର ସମସ୍ତ ୧୧ବ୍ଳକରୁ ହଜାର ସଂଖ୍ୟରେ ଚାଷୀ ସାମିଲ ହୋଇଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଵାମନଘାଟୀ ଉପଖଣ୍ଡରେ ବଜ୍ରପାତରେ ମହିଳା ଚାଷୀ ସମେତ ଦୁଇଟି ମୁଣ୍ଡ ଗଡିଲା

Sunil Chandra Nayak

ମମତା ପ୍ରକଳ୍ପ ଜାଗୃତି ଦ୍ଵାରା ରାଷ୍ଟ୍ରୀୟ ଶିକ୍ଷା ଦିବସ ପାଳିତ

Sunil Chandra Nayak

ମାନବବାଦୀ ଲେଖକ ଫକୀର ମୋହନଙ୍କ ସଂପର୍କରେ ଆଲୋଚନା ସଭା

Sunil Chandra Nayak

Leave a Comment

error: Content is protected !!