ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରଜନାଥ ବଡ଼ଜେନା ସାହିତ୍ୟ ପରିଷଦର ଚତୁର୍ଥ ବାର୍ଷିକୀ ବନ୍ଧୁମିଳନ ଓ ପୁସ୍ତକ ଉନ୍ମୋଚନ 

ବ୍ରଜନାଥ ବଡ଼ଜେନା ସାହିତ୍ୟ ପରିଷଦର ଚତୁର୍ଥ ବାର୍ଷିକୀ ବନ୍ଧୁମିଳନ ଓ ପୁସ୍ତକ ଉନ୍ମୋଚନ 

 :ରବିବାର ଦିନ ବ୍ରଜନାଥ ବଡ଼ଜେନା ସାହିତ୍ୟ ପରିଷଦ ଢେଙ୍କାନାଳର ଚତୁର୍ଥ ବାର୍ଷିକୀ ବନ୍ଧୁମିଳନ ଓ କବିତା ଆସର ” ସମ୍ପର୍କର ନଦୀତୀରେ ” ଓଡାପଡା ବ୍ଲକସ୍ଥ ନାଧରା ରାମଚଣ୍ଡୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି | ପ୍ରଥମ ପର୍ଯ୍ୟାୟ କବିତା ଆସର ” ବ୍ରାହ୍ମଣୀ ” ର ସଭାପତିତ୍ୱ କରିଥିରେ ବରିଷ୍ଠ ସାରସ୍ୱତ ସାଧକ ପଣ୍ଡିତ ଶ୍ରୀ ବିପିନ ବିହାରୀ ଶତପଥୀ | ସଂଯୋଜନାରେ ଥିଲେ ଦେବୀପ୍ରସାଦ ନାୟକ , ରଶ୍ମିତା ନାୟକ , ପୁରୁଷୋତ୍ତମ ସିଂହସାମନ୍ତ ଓ ଲୀଳାବତୀ ପରିଡା | କବିତା ଗୁଡିକୁ ସମୀକ୍ଷା କରିଥଲେ କବି ବିନୟ କୁମାର ସାମଲ | ଦ୍ୱିତୀୟ ପଯ୍ୟାୟରେ ପରିଷଦର ସଭାପତି କବିଜ୍ୟୋତି ନିରଞ୍ଜନ ପତି ସଭାପତିତ୍ୱ କରିଥିଲେ | ସମ୍ପାଦକ କବି ରାହାସ କୁମାର ବେହେରା ଅନ୍ୟାନ୍ୟ ଅତିଥିମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରିବା ସହିତ ପରିଷଦର ବାର୍ଷିକ ବିବରଣୀ ପାଠ କରିଥିଲେ |ବରିଷ୍ଠ ସାରସ୍ୱତ ସାଧକ ଶ୍ରୀଯୁକ୍ତ ଶଙ୍କର୍ଷଣ ଶତପଥୀ ,ପ୍ରାଧ୍ୟାପକ ରମେଶ ଚନ୍ଦ୍ର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ସାହିତ୍ୟ ଓ ତାର ଅଭିରୁଚି ,ଆମ ସଂସ୍କୃତିରେ ଶ୍ରୀ ଜଗନ୍ନାଥ ବିଷୟରେ ସୁନ୍ଦର ଭାବେ ନିଜର ମତ ରଖିଥିଲେ | ମୁଖ୍ୟ ବକ୍ତା ଭାବେ ଡ଼. ସଦାନନ୍ଦ ପରିଡା ଓଡ଼ିଆ ସାହିତ୍ୟ ଓ ମାତୃଶକ୍ତି ବିଷୟରେ ନିଜର ବଳିଷ୍ଟ ଅଭିବ୍ୟକ୍ତି ରଖିଥଲେ | ମୁଖ୍ୟ ଅତିଥି ଭାବେ ପ୍ରଫେସର ଶାନ୍ତନୁ ସର ଆମ ଭାଷା ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ସୁନ୍ଦର ବକ୍ତବ୍ୟ ରଖିଥିଲେ | ତତ୍ପରେ କବି ଦେବୀପ୍ରସାଦ ନାୟକଙ୍କ ଶିଶୁ କିଶୋର କବିତା ପୁସ୍ତକ ” ସେଲୁନ ପାଖେ ବେଲୁନ ବାଲା ” ଓ ଶ୍ରୀମତୀ ଶ୍ରଦ୍ଧାଞ୍ଜଳୀ ନାୟକଙ୍କ ” ସିଲଟ “ର ଉନ୍ମୋଚନ ହୋଇଥିଲା | ଆଜିର କବିତା ଆସରରେ କବି ବିନୟ କୁମାର ସାମଲ , କବିଜ୍ୟୋତି ନିରଞ୍ଜନ ପତି , ରାହାସ କୁମାର ବେହେରା , ଶ୍ରୀ ରମେଶ ଚନ୍ଦ୍ର ସାହୁ , ମଦନ ମୋହନ ମିଶ୍ର , ପଣ୍ଡିତ ବିପିନ ବିହାରୀ ଶତପଥୀ , ମଧୁସ୍ମିତା ରାଉତ ,ଅନିମା ପରିଡା , ପ୍ରଭାତୀ ନଳିନୀ ଦାଶ ,ତୁଷାର ମିଶ୍ର ,ଦୁର୍ଯୋଧନ ସାହୁ ,ରଶ୍ମିତା ରାଉତ ,ଦେବୀ ପ୍ରସାଦ ନାୟକ ,ସ୍ନିଗ୍ଧାରାଣୀ ନାୟକ ,ତପନ କୁମାର ବିଶ୍ୱାଳ ,ବିରଞ୍ଚି ନାରାୟଣ ହୋତା ,ଶ୍ରଦ୍ଧାଞ୍ଜଳୀ ନାୟକ ,କମଳ ଦାଶ ,କାଦମ୍ବରୀ ମହାଖୁଡ଼ , ଅକ୍ଷୟ ରାଜହସ୍ତୀ , ବୈକୁଣ୍ଠ ବିହାରୀ ସ୍ବାଇଁ ,ବିପ୍ଳବୀନି ଜେନା ,ପ୍ରେମାନନ୍ଦ ପାଣିଗ୍ରାହୀ ଓ ଦୁର୍ଯ୍ୟୋଧନ ବେହେରା ଆଦି ନିଜର କବିତା ପାଠ କରିଥିଲେ | ପ୍ରେମାନନ୍ଦ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ |

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର

Sunil Chandra Nayak

ଭବାନୀପାଟଣା ଷ୍ଟେସନରୁ ରେଣ୍ଡୋମାଝୀ ମେଡ଼ିକାଲ କଲେଜ ରାସ୍ତା ନିର୍ମାଣ ଆଶା ଉଜ୍ୱଳ

masiha

ସାରଳା ମନ୍ଦିର ହୁଣ୍ଡିରୁ 18 ଲକ୍ଷରୁ ଅଧିକ ଆୟ

Sunil Chandra Nayak

Leave a Comment

error: Content is protected !!