ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକଙ୍କ ମାତୃ ବିୟୋଗ

ସାମ୍ବାଦିକଙ୍କ ମାତୃ ବିୟୋଗ

ବସ୍ତା 9/12 ଜୈନିକ ଗଣମାଧ୍ୟମ ସାମ୍ବାଦିକ ବ୍ରଜମୋହନ ମିଶ୍ର ଙ୍କ ମା ବାସନ୍ତୀ ମିଶ୍ର ଙ୍କର ଗତ 8/12ରିଖ ରବିବାର ଭୋର 4ଟା ସମୟରେ ଦେହାନ୍ତ ହୋଇଯାଇଛି|ମୃତ୍ୟୁ ବେଳକୁ ତାଙ୍କୁ 87ବର୍ଷ ବୟସ ହୋଇଥିଲା |ସ୍ବର୍ଗତା ମିଶ୍ର ହେଉଛନ୍ତି ବସ୍ତା ବ୍ଲକ ଅନ୍ତର୍ଗତ ମାଛରଙ୍କା ଗ୍ରାମର ବିଶିଷ୍ଟ ପ୍ରାବନ୍ଧିକ, ପ୍ରବଚକ, ଯୋଗାଚାର୍ଯ୍ୟ ବଂଶୀଧର ମିଶ୍ର ଙ୍କର ସହଧର୍ମିଣୀ |ସେ ଜଣେ ଅତ୍ୟନ୍ତ ଦରଦୀ ତଥା ଧର୍ମପରାୟଣା ମହିଳା, ତାଙ୍କର ଧର୍ମ ଶାସ୍ତ୍ର ତଥା ସଂସ୍କୃତି ଉପରେ ଜ୍ଞାନ ରହିଥିଲା |ସେ ମଧ୍ୟ ବିଭିନ୍ନ ଅନୁଷ୍ଠାନ ତଥା ସମ୍ବାଦ ସାହିତ୍ୟ ଘର, ବଂଶୀଧର ପାଠାଗାର ସମେତ ବହୁ ଅନୁଷ୍ଠାନ ସହିତ ଜଡିତ ଥିଲେ |ତାଙ୍କର ଶେଷ କୃତ୍ୟ ପୁରୀ ସ୍ୱର୍ଗ ଦ୍ୱାର ରେ ହୋଇଥିଲା |ତାଙ୍କର ସାନ ପୁଅ ବିଶ୍ଵମୋହନ ମୁଖାଗ୍ନି ଦେଇଥିବା ବେଳେ, ମଝିଆ ପୁଅ ବ୍ରଜମୋହନ, ବଡ଼ ପୁଅ ଡା ପ୍ରଦୀପ, ଜ୍ୱାଇଁ ପ୍ରଫେସର ନିରଞ୍ଜନ ଶୁକ୍ଳ, ନାତି ସଂଜିତ ରଥ ସମେତ ବିଭୁଦତ୍ତ କର, ସୌମ୍ୟ କାନ୍ତ କର ଏବଂ ନାତୁଣୀ ଉପାସନା ପ୍ରଭୁତି ଉପସ୍ଥିତ ଥିଲେ |ତାଙ୍କର ଶେଷ ଦର୍ଶନ ପାଇଁ ସିଂଲା ସ୍ଥିତ ବାସଭବନରେ ସାହିତ୍ୟ ଘର ର ସମ୍ପାଦକ ଅଧ୍ୟାପକ ନିରଞ୍ଜନ ବେହେରା, ସିଂଲା ସରପଞ୍ଚ ବିପିନ ବିଶ୍ବାଳ, ସାହିତ୍ୟ ଘର ସଦସ୍ୟ ସଦସ୍ୟା, ଔଷଧ ବ୍ୟବସାୟୀ ସଂଘ ର କର୍ମକର୍ତା ରାମନାରାୟଣ ପାତ୍ର, ସଂଜୀବ ସାହୁ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ହୋଇ ଥିଲେ |ତାଙ୍କର ମୃତ୍ୟୁରେ ସିଂଲା ଅଂଚଳରେ ଶୋକର ଛାୟା ଖେଳି ଯାଇଛି |

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ସ୍ବଦେଶୀ ମେଳା ଆସନ୍ତା ଡ଼ିସେମ୍ବର ୨୫ ରୁ ଜାନୁୟାରୀ ୫ ପର୍ଯ୍ୟନ୍ତ …..

masiha

ନବରଙ୍ଗପୁର ଠାରେ ବିଶ୍ଵ ନିମୋନିଆ ଦିବସ ପାଳିତ 

masiha

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଡସ୍ ସଚେତନତା ଓ ସ୍ବେଛାକୃତ ରକ୍ତଦାନ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!