ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଷେ ହେଲା ଅଙ୍ଗନବାଡି କର୍ମୀ ଅନୁପସ୍ଥିତି ଥିବାରୁ ଅନ୍ଧାରରେ ଛୁଆଙ୍କ ଭବିଷ୍ୟତ

ବର୍ଷେ ହେଲା ଅଙ୍ଗନବାଡି କର୍ମୀ ଅନୁପସ୍ଥିତି ଥିବାରୁ ଅନ୍ଧାରରେ ଛୁଆଙ୍କ ଭବିଷ୍ୟତ

ରାଇଘର (୯|୧୨)(ରବି ନାରାୟଣ ମହାନ୍ତି)ବର୍ଷେ ଉପରେ ହେବ ଅଙ୍ଗନବାଡି କର୍ମୀ ଅଙ୍ଗନବାଡି କେନ୍ଦ୍ର କୁ ଆସୁ ନ ଥିବାରୁ ଗ୍ରାମର ଯୁବକ ମାନେ ଅଙ୍ଗନବାଡି ଛୁଆ ଙ୍କୁ ପଢ଼େଇବାର ଦୃଶ୍ୟ ଦେଖିବାକୁ ମିଳିଛି l ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ର ପରଚିପାରା ପଂଚାୟତ ର ନୂଆ ଢ଼ୋଡ୍ରା କଲୋନୀ ଗ୍ରାମର କିଛି ଲୋକ ସହ ଅଙ୍ଗନବାଡି କର୍ମୀ ଗାୟତ୍ରୀ ନାୟକ ଙ୍କୁ କୌଣସି କାରଣରୁ ବିବାଦ ରହିଥିବା ବେଳେ ବର୍ଷେ ହେଲା ଅଙ୍ଗନବାଡି ଦିଦି ଅଙ୍ଗନବାଡି କାର୍ଯ୍ୟ ରେ ଯୋଗ ଦେଉନଥିବା ବେଳେ କାର୍ଯ୍ୟରେ ଅବହେଳା କରି ଛୋଟ ଛୋଟ ଛୁଆ ଙ୍କ ଭବିଷ୍ୟତ ଅନ୍ଧାରରେ lଫଳରେ ଗ୍ରାମର କିଛି ଯୁବକ ଛୁଆ ମାନଙ୍କୁ ପାଠ ପଢେଇବାର ଦେଖିବାକୁ ମିଳିଛି ଏହି ବିଷୟରେ ବାରମ୍ବାର ଗ୍ରାମଵାସୀ ସମାଧାନ ପାଇଁ ପ୍ରଶାସନ ପାଖେ ଅଭିଯୋଗ କରିବା ପରେ ପ୍ରଶାସନ ପକ୍ଷରୁ ରାଇଘର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ରାଇଘର ତହସିଲଦାର, ରାଇଘର ସିଡିପିଓ ଗୀତାଞ୍ଜଳି ମିଶ୍ର, ପରଚିପାରା ସେକ୍ଟର ସୁପରଭାଇଜର ସମେତ ପୋଲିସ ପକ୍ଷରୁ ଏକ ଟିମ ଢ଼ୋଡ୍ରାକଲୋନୀ ଗ୍ରାମ କୁ ଯାଇ ଗ୍ରାମଵାସୀ ଙ୍କ ସହ ସମାଧାନ ପାଇଁ ବୈଠକ ବସିଥିଲେ lକିନ୍ତୁ ଉକ୍ତ ବୈଠକ ରେ ଅଙ୍ଗନବାଡି କର୍ମୀ ଗାୟତ୍ରୀ ନାୟକ ଆସିନଥିଲେ lତାଙ୍କୁ ସିଡ଼ିପିଓ ଗୀତାଞ୍ଜଳି ମିଶ୍ର ବାରମ୍ବାର ବୈଠକ କୁ ଡାକିବା ସତ୍ତ୍ୱେ ଅଙ୍ଗନବାଡି କର୍ମୀ ଜଣକ ବୈଠକ କୁ ଆସିନଥିଲେ, ପରେ ଆଉ ତିନିଥର ରାଇଘର ସିଡିପିଓ ଗୀତାଞ୍ଜଳି ମିଶ୍ର ନିଜେ ସମାଧାନ ପାଇଁ ଯାଇଥିଲେ l ପୁଣି ଅଙ୍ଗନବାଡି କର୍ମୀ ଜଣକ ସମାଧାନ ପାଇଁ ଆସିନଥିଲେ l ପରେ କିଛି ସମାଧାନ ର ବାଟ ଫିଟିନଥିଲା, ପରେ ସିଡିପିଓ ଗୀତାଞ୍ଜଳି ମିଶ୍ର ଉପ ଜିଲ୍ଲାପାଳ ଙ୍କୁ ଲିଖିତ ଦେବା ପରେ ଉପଜିଲ୍ଲାପାଳ ଉକ୍ତ ଅଙ୍ଗନବାଡି କର୍ମୀ ଙ୍କ ନାମରେ ନୋଟିସ ଜାରି କରିଥିବା ବେଳେ ଏହି ନୋଟିସ ଅଙ୍ଗନବାଡି କାନ୍ଥ ରେ ଲଗା ଯାଇଥିବାର ଦେଖିବାକୁ ମିଳିଛି lଉକ୍ତ ନୋଟିସ ରେ ସାତଦିନ ଭିତରେ ଅଙ୍ଗନବାଡି କର୍ମୀ ଗାୟତ୍ରୀ ନାୟକ କାର୍ଯ୍ୟରେ ଯୋଗ ନ ଦେଲେ ଚାକିରୁ ରୁ ବିଦା କରାଯିବ ବୋଲି ନିର୍ଦେଶ ଦେଇଥିବା ବେଳେ ଅଙ୍ଗନବାଡି କର୍ମୀ ଜଣକ କାର୍ଯ୍ୟରେ ଯୋଗ ନ ଦେଇ ସିଧାସଳଖ ଉପ ଜିଲ୍ଲାପାଳ ଙ୍କ ନିର୍ଦେଶ କୁ ଅବମାନନା କରିଥିବାର ଦେଖିବାକୁ ମିଳିଛି l ଉକ୍ତ ଘଟଣା ବିଷୟରେ ଶିଶୁ ପ୍ରକଳ୍ପ ଅଧିକାରୀ ଗୀତାଞ୍ଜଳି ମିଶ୍ର ଙ୍କୁ ପଚାରିବାରୁ ଏହି ଅଙ୍ଗନବାଡି କର୍ମୀ ବିଭିନ୍ନ ବାହାନା ଦେଖେଇ ଅଙ୍ଗନବାଡି କୁ ଯୋଗ ଦେଉନଥିବା ସହ ସମାଧାନ ପାଇଁ ଡାକିଲେ ମଧ୍ୟ ଆସୁନଥିବାର କହିଛନ୍ତି ଏବଂ ମୁଁ ଆଉ କିଛି କରିପାରିବିନାହିଁ ଉପର ଅଧିକାରୀ ଙ୍କୁ ଏହି ଘଟଣା ବିଷୟରେ ଜଣେଇବି ବୋଲି କହିଥିଲେ ସିଡିପିଓ ଗୀତାଞ୍ଜଳି ମିଶ୍ର l ( ମ ନି ସ ) 

Related posts

ଵିଜାତଳା ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ; ୧୨ ଟି ପଞ୍ଚାୟତକୁ ୬ କୋଟି ମଂଞ୍ଜୁର

masiha

ମହାଆଡମ୍ବରରେ ଶ୍ରୀରାମ ନବମୀ ପାଳିତ

masiha

ଉମରକୋଟ ଠାରେ ଆରଏସଏସ ର ଶତ ବାର୍ଷିକ ଉପଲକ୍ଷେ ବିଶାଳ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!