ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବଦେଶୀ ମେଳା ଆସନ୍ତା ଡ଼ିସେମ୍ବର ୨୫ ରୁ ଜାନୁୟାରୀ ୫ ପର୍ଯ୍ୟନ୍ତ …..

ସ୍ବଦେଶୀ ମେଳା ଆସନ୍ତା ଡ଼ିସେମ୍ବର ୨୫ ରୁ ଜାନୁୟାରୀ ୫ ପର୍ଯ୍ୟନ୍ତ …..

ରାଉରକେଲା: ସ୍ବଦେଶୀ ମେଳା ଆସନ୍ତା ଡ଼ିସେମ୍ବର ମାସ ୨୫ତାରିଖରୁ ଆରମ୍ଭ ହୋଇ ଜାନୁଆରି ୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ଏନେଇ ସ୍ବଦେଶୀ ଜାଗରଣ ମଞ୍ଚ, ରାଉରକେଲା ତରଫରୁ ସ୍ଥାନୀୟ ପାନ୍ଥନିବାସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ଇଂ ବିମଳ କୁମାର ବିଶି, ରାଜେଶ ମହାପାତ୍ର, ରମାକାନ୍ତ ପାତ୍ର, ଦେବବ୍ରତ ସ୍ବାଇଁ ଓ ମନୋଜ ନାୟକ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଆସନ୍ତା ଡ଼ିସେମ୍ବର ମାସ ୨୫ତାରିଖରୁ ଆଗାମୀ ଜାନୁଆରୀ ମାସ ୫ ତାରିଖ ପର୍ଯ୍ୟନ୍ତ ସେକ୍ଟର ୧୩ସ୍ଥିତ ମେଳଣ ପଡିଆ ଠାରେ ୧୨ଦିନ ଧରି ସ୍ବଦେଶୀ ମେଳା ଅନୁଷ୍ଠିତ ହେବ। ଉକ୍ତ ମେଳାରେ ସମଗ୍ର ଦେଶରୁ ୩୦୦ରୁ ଅଧିକ ଷ୍ଟଲ ଅଂଶଗ୍ରହଣ କରିବେ। ଲଘୁ ମଧ୍ୟମ, କୁଟୀର ଶିଳ୍ପ, ହସ୍ତଶିଳ୍ପ ତଥା ବହୁ ସ୍ବଦେଶୀ କମ୍ପାନୀ ଏଥିରେ ଯୋଗଦେବେ। ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ,ମଙ୍ଗୋଲୀୟ,ବିତର୍କ, ମେହେନ୍ଦି, ନୃତ୍ୟ, ସଂଗୀତ ପ୍ରତିଯୋଗୀତା ସହ ସନ୍ଧ୍ୟା ରେ ଭାରତୀୟ ପାରମ୍ପରିକ ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ପାଇଁ ଏକ ଆୟୋଜନ ସମିତି ଗଠନ କରାଯାଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲିପ ରାୟ,ପ୍ରାନ୍ତ ସଂଘ ଚାଳକ ଡ ସନାତନ ପ୍ରଧାନ, ବ୍ରିଜ ମୋହନ ଅଗ୍ରୱାଲ, ସଂଯୋଜକ ରାଜେଶ ମହାପାତ୍ର,ସହ ସଂଯୋଜକ ମନୋଜ କୁମାର ନାୟକ, ଦେବବ୍ରତ ସ୍ବାଇଁ ଓ ଅଭ୍ୟର୍ଥନା ସମିତିରେ ଅଧ୍ୟକ୍ଷ ଭାବେ ବିଧାୟକ ଦୁର୍ଗାଚରଣ ତନ୍ତୀ, ସଚେତନ ନାଗରିକ ମଞ୍ଚ ର ସଭାପତି ଇଂ ବିମଳ କୁମାର ବିଶି,ନିହାରିକା ବସ୍ତିଆ, ଯତୀନ ନାୟକ, ପ୍ରାକ୍ତନ ବିଧାୟକ ଶଙ୍କର ଓରାମ ମନୋନୀତ ହୋଇଛନ୍ତି। ସେହିପରି ସଦସ୍ୟ ଭାବେ ଗଣେଶ ବାଗାଡିଆ, ଧିରେନ ସେନାପତି, ସୁଦର୍ଶନ ଗୋୟେଲ, ରମେଶ ଅଗ୍ରୱାଲ, ହିମାଂଶୁ ବଳ, ପ୍ରଭାତ କୁମାର ସାହୁ,ରୀତେଶ ହାଲଦାର, ଭୀମସେନ ନାୟକ,ଭରତ ଗୈାଡ, ସତ୍ୟବ୍ରତ ପଣ୍ଡା, ଜୟନ୍ତ ପ୍ରଧାନ, ଚନ୍ଦ୍ରିକା ଲାକ୍ରା,ସୁରତ ପଣ୍ଡା, ଦୀନେଶ ଭୋଳ, ପ୍ରମୋଦ ଜେନା ଓ ଦିଲ୍ଲିପ କୁମାର ପଟ୍ଟନାୟକ ପ୍ରମୁଖ ଅଛନ୍ତି ବୋଲି ସୂଚନା ଦିଆଯାଇଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ୪୮ ତମ ବାର୍ଷିକ ଉତ୍ସବ 

Sunil Chandra Nayak

ପ୍ରକାଶ ପାଇଲା ଗଣିତ ଭିତ୍ତିକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମର ଫଳାଫଳ,ପ୍ରଥମ ସ୍ଥାନରେ ଶାନ୍ତିଲତା

masiha

ରାଉରକେଲାରେ ସମ୍ବର୍ଦ୍ଧିତ ହେବେ ମୋ ଅନୁଷ୍ଠାନ ସମ୍ପାଦକ ଓ ଜ୍ଯୋତ୍ସ୍ନାରାଣୀ

masiha

Leave a Comment

error: Content is protected !!