ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡବ୍ଲୁ ଜେ ୟୁ ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ 

ଡବ୍ଲୁ ଜେ ୟୁ ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ 

ନବରଙ୍ଗପୁର:(୯|୧୨)(ରବି ନାରାୟଣ ମହାନ୍ତି)ଡବ୍ଲ୍ୟୁ ଜେ ୟୁ ସାମ୍ୱାଦିକ ସଂଘ ପକ୍ଷରୁ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସ୍ଥାନୀୟ ସର୍କୀଟ ଡାଉସ ଠାରେ ଡବ୍ଲ୍ୟୂ ଜେ ୟୁ ସଂଘର କର୍ମକର୍ତ୍ତା ମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟି ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସଂମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବା ସହ ଏହାର ସମାଧାନ କରିବା ପାଇଁ ଆଲୋଚନା କରିଥିଲେ । ପ୍ରଦାନ କରାଯାଇଥିବା ସ୍ମାରକ ପତ୍ରରେ ମୂଖ୍ୟତଃ, ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ଆଇନ ଲାଗୁ କରିବା, କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ପେନସନ ଯୋଗେଈ ଦେବା, ସାମ୍ବାଦିକ ମାନଙ୍କ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମ୍ବାଦିକ ମାନଙ୍କ ମାଆ, ବାପାଙ୍କୁ ମଧ୍ୟ ବୀମା ଭୂକ୍ତ କରି ୨୦ ଲକ୍ଷ ଟଙ୍କାର ସାସ୍ୟୁ ବୀମା ରାଶି ବୃଦ୍ଧି କରିବା ସହ ସମସ୍ତ ପ୍ରକାର ଚିକିତ୍ସା ଖର୍ଚ୍ଚକୁ ବୀମାରେ ଅନ୍ତର୍ଭୂକ୍ତ କରିବା ଏବଂ କମ୍ ସୁଧରେ ସାମ୍ବାଦିକ ମାନଙ୍କୁ ଗୃହ ଗଣ ଯୋଗେଇ ଦେବା ପାଇଁ ଅନୁରୋଧ କରାଯାଇଛି । ଏହି ଦାବି ପତ୍ର ପ୍ରଦାନ ସମୟରେ ସଂଘର ଉପ ସଭାପତି କିଶୋର ପଟ୍ଟନାୟକ, ସଂପାଦକ ଏ ସତୀଶ, କୋଷାଧ୍ୟକ୍ଷ ରବି ନାରାୟଣ ପଟ୍ଟନାୟକ, କାର୍ଯ୍ୟକାରୀ ସଦସ୍ୟ ରାମ କିରଣ ପଟ୍ଟନାୟକ, ନବଘନ ବିଷୋୟୀ ପ୍ରମୁଖ ସାମିଲ ରହିଥିଲେ । ଏହି ଅବସରରେ ଉପ ମୂଖ୍ୟମନ୍ତ୍ରୀ କନକ ବର୍ଦ୍ଦନ ସିଂଦେଓ, ଗଣ ଶିକ୍ଷା ବିଭାଗ କ୍ୟାବିନେଟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ଉପସ୍ଥିତ ରହିଥିଲେ । ସୂଚନା ଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ ମଣ୍ଡେଇ ୨୦୨୪ ସମାପନ ଦିବସରେ ଯୋଗ ଦେବା ଅବସରରେ ଜିଲ୍ଲା ଗସ୍ତରେ ପହଞ୍ଚି ପରଦିନ ବିଭିନ୍ନ ସଂଗଠନର ଅଭିଯୋଗ ଶୁଣାଣି କରି ଭୁବନେଶ୍ବର ଫେରିଥିଲେ ।

( ମ ନି ସ ) 

Related posts

ନୂଆପଡା ଜିଲ୍ଲା – ଉଦ୍ଧାର ହୋଇ ଚିକିତ୍ସିତ କଲରାପତରିଆ ବାଘ ର ଆଜି ବିଳମ୍ବିତ ରାତ୍ରିରେ ମୃତ୍ୟୁ, ଆଠ ଜଣିଆ ପ୍ରତିନିଧି ଦଳ ସମ୍ମୁଖରେ ଶବ ବ୍ୟବଚ୍ଛେଦ

ତେନ୍ତୁଳିଖୁଣ୍ଟି ଥାନା ର ନୂତନ କୋଠା ଦକ୍ଷିଣ ପଶ୍ଚିମଞ୍ଚଳ ଡି ଆଇ ଜି ଙ୍କ ଦ୍ଵାରା ଉଦ୍ ଘାଟିତ

Sunil Chandra Nayak

ଧର୍ମଗଡ଼ ବ୍ଲକ୍‌ର ପୁଣି ଏକ ଗୌରବମୟ ସଫଳତା…. ଧର୍ମଗଡ଼ ବ୍ଲକ ର ଦୁଇଟି ବିଦ୍ୟାଳୟ ଓ ଗୋଟିଏ ଗ୍ରାମ ପଞ୍ଚାୟତକୁ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

Sunil Chandra Nayak

Leave a Comment

error: Content is protected !!