ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଅମରନାଥ ବାରିକ୍ ଙ୍କ କବିତ ଭୂମି’ର ଶୁଭ ଜନ୍ମଦିନେ

ଭୂମି’ର ଶୁଭ ଜନ୍ମଦିନେ

ଅମରନାଥ ବାରିକ୍

ଅନେକ ଜପ ତପ ଫଳେ
ପାଇଛୁ ତୋତେ ଆମ କୋଳେ ।
ତୁ ଆମ ହୃଦୟ ଶଙ୍ଖାଳି
ନୟନ ମଣି ଗଳା ମାଳି ।
ଶ୍ରୀକୃଷ୍ଣ ପ୍ରଭୁ ପାଦ ତଳେ
ନିତି ପ୍ରଣତି ମୁହିଁ ଢାଳେ ।
ନ ଲାଗୁ ତୋ ଦେହରେ ଧୂଳି
ଦୟା କରନ୍ତୁ ବନମାଳି ।
ଦୁଃଖ ଶୋକର ଛାୟା ମାତ୍ର
ନଛୁଉଁ ହୁଅ ସୁଖେ ପାତ୍ର ।
କା ସଙ୍ଗେ ନକରିବ କଳି
ଥିବ ସଭିଙ୍କ ସାଥେ ଚଳି ।
ଶଙ୍କଟ ବେଳରେ ଇଶ୍ବର 
ସାହାଯ୍ଯ କର ଚକ୍ରଧର ।
ଶ୍ରଦ୍ଧା ସୁମନ ହସ୍ତେ ତୋଳି
ମଧୁ ବଚନ ମୁଖେ ଭାଳି ।
ରହିବୁ ସମୟର ସହ
ଯେମନ୍ତ ଚନ୍ଦ୍ର ସୂର୍ଯ୍ୟ ଗ୍ରହ ।
ଜାଳିବୁ ସତ୍ୟର ଦୀପାଳି
ମିଥ୍ୟାକୁ ପାଦେ ଦେବୁ ଦଳି ।
ନୀଳାଚଳିଆ ତୋ କମଳେ
ସଞ୍ଜ ସକାଳେ ଦୀପ ଜାଳେ ।
ଏତିକି ମାତ୍ର ମୋର ଅଳି
ଜଗା ଭରିଦେ ମୋର ଥାଳି ।
ଭୂମି’ର ଶୁଭ ଜନ୍ମ ବେଳେ
ତାକୁ ରଖିବ ଭୁଜ ତଳେ ।
ବାଢ଼ୁଛି ପାଦେ ପୁଷ୍ପାଞ୍ଜଳି
ଦିଅ ଆଶିଷ ବାରେ ଢ଼ଳି ।
କୃପାସିନ୍ଧୁ ତୋ କୃପା ଜଳେ
ଉତ୍ସର୍ଗ ଏ କବିତା ମାଳେ ।
ଲେଖୁଛି ମୋ କଲମ ତୂଳୀ
ସେ ଆମ ନୟନ ପିତୁଳି ।
ଚତୁର୍ଥ ବର୍ଷେ ପଦାର୍ପଣ
ପାଦ ଥାପିଲା ସେହୁ ପୁଣ ।

ଗ୍ରା/ପୋ-କୟାଁ, ଥା-ମଙ୍ଗଳପୁର, ଜି-ଯାଜପୁର

ଓଡ଼ିଶା, ପିନ୍ ନମ୍ବର – ୭୫୫୦୧୧

ଦୂରଭାଷା – ୯୫୪୦୩୦୮୦୯୫ (ନୂଆଦିଲ୍ଲୀ)

Related posts

କାଙ୍ଗାଳି ଚରଣ ସେଠୀ ଙ୍କ କବିତା = ଏ ଅବୁଝା ମନ

Sunil Chandra Nayak

ଗାୟତ୍ରୀ ସିଂହ ଙ୍କ କବିତା // ଶୈବ ଉପାସନା

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା // ସମୟ

Sunil Chandra Nayak

Leave a Comment

error: Content is protected !!