ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଗାଡ଼ି ଧକ୍କାରେ ବାଇକ ଚାଳକ ଗୁରୁତର 

ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଗାଡ଼ି ଧକ୍କାରେ ବାଇକ ଚାଳକ ଗୁରୁତର 

ବନ୍ଧୁଗାଁ ୦୯/୧୨/୨୪, ନାରାୟଣ ପାଟଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ଗୋଲାଦି ତ୍ରିନାଥଙ୍କ ଗାଡ଼ି ଧକ୍କାରେ ବାଇକ ଚାଳକ ଗୁରୁତର । ତାଙ୍କ ନାମ ତାମାନା ପୀଡିକା,(୫୦) ତାଙ୍କ ଘର ବଡ଼ ସରପଲ୍ଲୀ ଗ୍ରାମର ବୋଲି ଜଣା ପଡିଛି । ଖବର ମୁତାବକ ତମାନା ପୀଡିକା କୌଣସି କାମରେ ଆଜି ଅପରାହ୍ଣ ଚାରିଟା ରେ ନିଜର ବାଇକ ନମ୍ବର ଓଡି ୧୦ଟି ୯୫୫୨ ରେ ପାର୍ବତୀପୁର ଯାଉଥିବା ବେଳେ ସାମନା ପଟୁ ଆସୁଥିବା ଗୋଲାଦି ତ୍ରିନାଥ ଙ୍କ ଗାଡ଼ି ଓଡି ୦୨ସିସି ୨୪୬୮ ଏଲଗାବାଲସା ଗ୍ରାମର ସୋମେୟା କାଡ୍ରାକାଙ୍କ ଲେମନ ଗ୍ରାସ ବୈଲିଙ୍ଗ ସେଣ୍ଟର ନିକଟରେ ଥିବା ଏକ କଲଭର୍ଟ ଠାରେ ଧକ୍କା ଦେଇଥିଲା । ଫଳରେ ଶ୍ରୀଯୁକ୍ତ ତ୍ରିନାଥ ଓ ତାଙ୍କ ଗାଡ଼ି ଚାଳକ ଅଳ୍ପକେ ବର୍ତ୍ତୀ ଯାଇଥିବା ବେଳେ ବାଇକ ଚାଳକ ଗୁରୁତର ଆହତ ହୋଇଥିଲେ । ତାମାନା ଙ୍କୁ ପ୍ରଥମେ ବନ୍ଧୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯିବା ପରେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତ୍ରର କରିଥିବାରୁ ତାଙ୍କୁ ତୁରନ୍ତ ଅଧିକ ଚିକିତ୍ସା ପାଇଁ ଆନ୍ଦ୍ରର ଶ୍ରୀକାକୁଲମ ପଠାଇ ଦିଆଯାଇଥିବା ଜଣା ପଡିଛି ।

  ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

କର୍ଲାପାଟ୍ ଅଭୟାରଣ୍ୟର ଜଙ୍ଗଲୀ ମୂଳକରେ ବଞ୍ଚିବାର ରାହା ଖୋଜୁଛନ୍ତି ଆଦିବାସୀ

Sunil Chandra Nayak

ଶାନ୍ତିବନ ଠାରେ ବିଶ୍ୱ ପରିବେଶ ଦିବସ ପାଳିତ 

କେସିଙ୍ଗା ପୁଲିସ ଉପଖଣ୍ଡରେ ନୂତନ ଏସଡ଼ିପିଓ ଭାବେ ଆଇପିଏସ ଅଧିକାରୀ ରୋହିତ ବର୍ମା ଙ୍କ ଦାଇତ୍ୱ ଗ୍ରହଣ

Sunil Chandra Nayak

Leave a Comment

error: Content is protected !!