ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଷାରେ ଭିଜିଲା ଧାନ ,ମଣ୍ଡି ଖୋଲା ହେଲେ , ପଡୁନି ଧାନ ,ଚିନ୍ତାରେ ଚାଷୀ

ବର୍ଷାରେ ଭିଜିଲା ଧାନ ,ମଣ୍ଡି ଖୋଲା ହେଲେ , ପଡୁନି ଧାନ ,ଚିନ୍ତାରେ ଚାଷୀ

ଜୁନାଗଡ଼ ୧୦/୧୨ ( ମନି ସ) ଖରିଫ ଋତୁରେ ଚାଷୀ ଧାନ ଅମଳ କରିବା ପାଇଁ ସଜବାଜ ହେଉଥିବା ବେଳେ ଏପଟେ ଅଦିନିଆ ବର୍ଷା ଯୋଗୁଁ ବର୍ତ୍ତମାନ ଚାଷୀ ଚିନ୍ତାରେ ପଡ଼ିଛନ୍ତି ।ବର୍ତ୍ତମାନ ଜୁନାଗଡ଼ ବ୍ଲକରେ ୨୦ ପ୍ରତିଶତ ଧାନ ଅମଳ ହୋଇଥିବା ବେଳେ ଚାଷୀମାନେ ଧାନକୁ ସୁଖାଇବା ପାଇଁ ଖଳାରେ ଧାନକୁ ମହଜୁଦ କରି ସଫା କରିବା ପାଇଁ ଚିନ୍ତା କରୁଥିବା ବେଳେ ବର୍ଷା ହଟ ହଟା କରୁଥିବା ଦେଖିବାକୁ ମିଳିଛି ।ଅଦିନିଆ ବର୍ଷା ଯୋଗୁଁ ଖଳାରେ ପାଣି ଜମି ରହିବା ସହ ଅମଳ ହୋଇ ଥିବା ଧାନ ମଧ୍ୟ ଭିଜୁଛି । ଯାହା ଫଳରେ ଧାନ କୁ ସୁଖାଇବା କଷ୍ଟକର ହୋଇ ପଡିଛି ।ସୂଚନା ଥାଉକି ଜୁନାଗଡ଼ ବ୍ଲକ ରେ ଚଳିତ ଖରିଫ ଋତୁରେ ଧାନ କ୍ରୟ କରିବା ପାଇଁ ସର୍ବ ମୋଟ ୩୯ ଟି ମଣ୍ଡିରୁ ୧୨ ଟିରେ ଏସ ଏଚ ଜି ଓ ୨୭ ଟିରେ ପେକ୍ସ ଧାନ କିଣିବା ପାଇଁ ବ୍ୟବସ୍ଥା ରହିଛି ।ମାତ୍ର ଏଯାଏଁ କା ଭା କିଛି ମଣ୍ଡି ଖୋଲା ଯାଇଛି ।ତାହା ମଧ୍ୟ ପୂଜା ପାଠ କରି ନୀରବ ରହିଛନ୍ତି । ଏଯାଏଁ କୌଣସି ମଣ୍ଡିରେ ଧାନ ମଧ୍ୟ ପଡି ନାହିଁ ।ଧାନ ମଣ୍ଡିରେ ନ ପଡିବାରୁ ଚାଷୀମାନେ ନାକେଦମ ହେବାକୁ ପଡୁଛି ।ମିଲରସ ଏବଂ ରାଜ୍ୟ ସରକାରଙ୍କ କଥାକୁ ଏଯାଏଁ ଚାଷୀମାନେ ଭଲ ଭାବରେ ବୁଝି ପାରୁ ନାହାନ୍ତି । ଧାନ ବିକ୍ରି କରିବା ପାଇଁ ଚାଷୀ ମାନଙ୍କୁ ଦୁଇ ତାରିଖରୁ ଟୋକନ ପାଇ ଥିଲେ ସୁଦ୍ଧା ଚାଷୀମାନେ ମଣ୍ଡିକୁ ଧାନ ନେଇ ପାରୁ ନାହାନ୍ତି ।ପୂର୍ବ ସରକାରଙ୍କ ଧାନ କିଣା ନୀତିକୁ ଅବଲମ୍ବନ କରି ୩୧ ଶହ ଟଙ୍କାରେ ଚାଷୀ ମାନଙ୍କ ଧାନ କ୍ରୟ କରିବା ପାଇଁ ଶୁଣିବାକୁମିଳୁଥିବା ସେମାନେ କହୁଛନ୍ତି । ମାତ୍ର ଗୋଟିଏ ସପ୍ତାହ ବିତିଯାଇଥିଲେ ମଧ୍ୟ ଚାଷୀ ମଣ୍ଡିକୁ ଧାନ ନେଇ ପାରୁ ନାହିଁ । ବର୍ତ୍ତମାନ ଧାନ ଅମଳ ପ୍ରକ୍ରିୟା ଜୋରରେ ଚାଲୁରହିଛି । ମଣ୍ଡି ଗୁଡିକ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ ହୋଇଥିଲେ ମଧ୍ୟ ମଣ୍ଡି କେବେ ଚାଲିବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି ।ଏଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ମଣ୍ଡି ପ୍ରକ୍ରିୟା ଚାଲୁ କରିବା ପାଇଁ ଚାଷୀମାନେ ଦାବୀ କରିଛନ୍ତି ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବାଡିରେ ଫୁଟିଲା ବ୍ରହ୍ମକମଳ ଫୁଲ

masiha

Koraput Shines at State-Level Sampoornata Abhiyaan Samman Samaroha

Sunil Chandra Nayak

କୁରୁଗୁଡା ସ୍କୁଲରେ ବୃକ୍ଷରୋପଣ ର ଉଦଯାପନି କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!