ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୃତ୍ୟୁ ଏମିତି ବି ଆସେ, ଉଦଯାପନୀ ଉତ୍ସବ ବାତିଲ

ମୃତ୍ୟୁ ଏମିତି ବି ଆସେ, ଉଦଯାପନୀ ଉତ୍ସବ ବାତିଲ

ରାଉରକେଲା : ଜଗଦା ସ୍ଥିତ ଏମଜିଏମ ସ୍କୁଲରେ ଚାଲିଥିବା ତ୍ରିଦିବସୀୟ ଏମଜିଏମ ଫେଷ୍ଟ ଉଦଯାପନୀ ଉତ୍ସବକୁ ବାତିଲ କରାଯାଇଛି। ସ୍କୁଲର ଅଧ୍ୟକ୍ଷ ଫାଦର ରେଭ ଡ଼ଃ ଜର୍ଜ ସି ଭର୍ଗିଜ ହୃଦଘାତରେ ପରଲୋକ ଘଟିବାରୁ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ଘଟଣାରୁ ପ୍ରକାଶ ଯେ ଏହି ତ୍ରିଦିବସୀୟ ଫେଷ୍ଟ ର ଉଦଯାପନୀ ଉତ୍ସବରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ ଅତିଥି ଭାବେ ଯୋଗଦେଇଥିଲେ। ଫାଦର ଭର୍ଗିଜ ତାଙ୍କୁ ସ୍ବାଗତ କରି ମଞ୍ଚ ନିକଟକୁ ପାଛୋଟି ଆଣୁଥିବା ବେଳେ ହଠାତ୍ ପଡ଼ିଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ସିଡବ୍ଲୁଏସ ହସ୍ପିଟାଲ କୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଫଳରେ ସ୍ଥାନୀୟ ଅଞ୍ଚଳ ଓ ସ୍କୁଲରେ ଶୋକର ଛାୟା ଖେଳିଯିବା ସହ ଉଦଯାପନୀ ଉତ୍ସବକୁ ବାତିଲ କରାଯାଇଥିଲା। 

  ସୂଚନାଯୋଗ୍ୟ ଯେ ଓଡିଶା, ମଧ୍ୟ ପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ, ଆସାମ, ନାଗାଲାଣ୍ଡ ପ୍ରମୁଖ ରାଜ୍ୟର ପ୍ରାୟ ୧୯ ଟି ଏମଜିଏମ ସ୍କୁଲର ୮୬୦ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସେହିପରି ଅଫ୍ ଲାଇନ୍ ଓ ଅନ୍ ଲାଇନ୍ ରେ ୩୩ଟି ସ୍କୁଲର ୧୭୫୩ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ୯ ଓ ୧୦ ତାରିଖ ଦିନ ବିଭିନ୍ନ ପ୍ରତିଯୋଗିତା ଯଥା କ୍ରୀଡା, ସାଂସ୍କୃତିକ, ସାହିତ୍ୟ ଆଦି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଫାଦର ରେଜିସ ଭର୍ଗିଜ, ଫାଦର ଗୁଡୱନ ଡାରୱନ୍,ଫାଦର କୋରିୟାନ,ଫାଦର ବିଜୟ,ଫାଦର ରବିନ୍ ଆଲେକ୍ସ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏହି ଫେଷ୍ଟ ସମ୍ପର୍କରେ ଅଧ୍ୟକ୍ଷ ଫାଦର ଭର୍ଗିଜ ତାଙ୍କ ବକ୍ତବ୍ୟରେ କହିଲେ ଯେ ଏହା ମାଧ୍ୟମରେ ପରସ୍ପର ମଧ୍ୟରେ ଭାବ ବିନିମୟ , ଭାଇଚାରା, ସାଂସ୍କୃତିକ ପରମ୍ପରା ବିନିମୟ ସହ ମାନସିକ ବିକାଶ ବୃଦ୍ଧି ହୋଇପାରିବ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଷଷ୍ଠ ଦିନରେ ପହଞ୍ଚିଲା ଧାରଣା , ସମର୍ଥନ ଦେଇ ଧାରଣାରେ ବସିଲେ ମାରୱାଡି ଯୁବାମଞ୍ଚ ଓ ସିନିୟର ସିଟିଜେନ ଫୋରମ

masiha

ଭୁବନ ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

masiha

“ଆମ ପ୍ରତିଭା ଆମ ଆଦର୍ଶ” ତରଫରୁ ହିନ୍ଦୋଳ ବ୍ଲକର କୃତୀ ଛାତ୍ରଛାତ୍ରୀ ହେଲେ ସମ୍ବର୍ଦ୍ଧିତ

masiha

Leave a Comment

error: Content is protected !!