ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକଙ୍କ ପ୍ରଚେଷ୍ଟାରେ ଆସିକାରେ ଦୁଇ ଦିନ ଉପଜିଲ୍ଲାପାଳଙ୍କ କ୍ୟାମ୍ପ କୋର୍ଟ ବିଧାୟକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ 

ବିଧାୟକଙ୍କ ପ୍ରଚେଷ୍ଟାରେ ଆସିକାରେ ଦୁଇ ଦିନ ଉପଜିଲ୍ଲାପାଳଙ୍କ କ୍ୟାମ୍ପ କୋର୍ଟ ବିଧାୟକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ 

ନବରଙ୍ଗପୁର:(୧୦/୧୨/୨୪)ଆସିକା ର ଲଢ଼ୁଆ ନେତା ମାନ୍ୟବର ବିଧାୟକ ସରୋଜ କୁମାର ପାଢ଼ୀ ଙ୍କ ଆପ୍ରାଣ ଚେଷ୍ଟା ଯୋଗୁଁ ସପ୍ତାହ ମଧ୍ୟରେ ଦୁଇ ଦିନ ଉପଜିଲ୍ଲାପାଳଙ୍କ କ୍ୟାମ୍ପ କୋର୍ଟ ଆସିକା ତହସିଲରେ କରିବାକୁ ନିର୍ଦ୍ଦେଶ । ଓଡ଼ିଆ ସରକାରଙ୍କ ରାଜ୍ୟ ଏବଂ ପ୍ରଶମନ ପରିଚାଳନା ବିଭାଗର ପତ୍ର ସଂଖ୍ୟା ୪୩୩୦୫ ତାରିଖ ୦୭/୧୨/୨୪ ପ୍ରକାରରେ ଅତିରିକ୍ତ ସଚିବ ସୁରଜନ ପ୍ରଧାନ ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ଚିଠି କରିଛନ୍ତି l ସେଥ‌ିରେ ଦୁଇ ଦିନ କ୍ୟାମ୍ପ କୋର୍ଟ ପାଇଁ ଆବଶ୍ୟକ କର୍ମଚାରୀ ଏବଂ ଅନୁସଙ୍ଗିକ ବ୍ୟବସ୍ଥାଗତ କାର୍ଯ୍ୟ ସମ୍ବନ୍ଧୀୟ ଜିନିଷ ପତ୍ର ଯୋଗାଇବାକୁ କୁହାଯାଇଛି lଏଥ୍ ପୂର୍ବରୁ ଆସିକାରେ କେବଳ ଗୋଟିଏ ଦିନ ଅର୍ଥାତ ବୁଧବାର କ୍ୟାମ୍ପ କୋର୍ଟ ହେଉଥିଲା । ବର୍ତମାନ ବୁଧବାର ସହ ଶୁକ୍ରବାର ମଧ୍ଯ କ୍ୟାମ୍ପ କୋର୍ଟ ହେବାକୁ ଯାଉଛି । ଏଥର ଦୁଇ ଦିନ ଆସି ଲୋକ ମାନଙ୍କ ସେବା କରିବେ। ରାଜ୍ୟ ସରକାର ଚାହୁଁଛନ୍ତି ଲୋକ ମାନଙ୍କୁ ଦ୍ୱାର ଦେଶ ରେ ସେବା ଯୋଗାଇବା ପାଇଁ ଅଧୂକାରୀ ମାନେ ନିଜ ଅଞ୍ଚଳ କୁ ଯାଇ ଅଧିକ ନିକଟତର ହୁଅନ୍ତୁ ।ଆସିକା ବିଧାନସଭାର ଆସିକା ବ୍ଲକ, ଏନ ଏ ସି ସମେତ ଧରାକୋଟ ବ୍ଲକ, ଶେରଗଡ଼ ବ୍ଲକ ର ବହୁ ଲୋକେ ଏହି କୋର୍ଟ ରେ ଉପକୃତ ହେବେ । ଆଉ ଖରା ବର୍ଷା ଏବଂ ଶୀତ ରେ ସାଧାରଣ ଲୋକମାନେ ଭଞ୍ଜନଗର ଯିବା ଆସିବାର ହଇରାଣ ହରକତ ହେବେ ନାହିଁ । ବିଧାୟକଙ୍କ ଏଭଳି ଆସିକା ପ୍ରତି ବଳିଷ୍ଠ ଅବଦାନକୁ ଆସିକାବାସୀ ଅତ୍ୟନ୍ତ ଖୁସି ଅନୁଭବ କରିଛନ୍ତି l ଏଥି ପାଇଁ ବିଧାୟକଙ୍କୁ ଆସିକା ସାମ୍ବାଦିକ ସଙ୍ଘ ପକ୍ଷରୁ ମନୋଜ ମୁନି,ଯୋଗେନ୍ଦ୍ର ନାଥ ପ୍ରଧାନ,, ହୃଦୟାନନ୍ଦ ଜେନା, ହରିହର ପାଢ଼ୀ, ସନ୍ତୋଷ ମିଶ୍ର,ଆତ୍ମା ର ଅଧକ୍ଷ ବିଜୟ ସ୍ୱାଇଁ,, ଶୁଭେଚ୍ଛା ଜଣାଇ ଥୁବା ବେଳେ ଓକିଲ ସଙ୍ଘ ର ପୂର୍ବତନ ସମ୍ପାଦକ ନାରାୟଣ ମୁନି , ବରିଷ୍ଠ ଆଇନଜୀବୀ ଚନ୍ଦ୍ର ଶେଖର ପାତ୍ର, ଶରତ ଚନ୍ଦ୍ର ପାଢ଼ୀ, ଶିବରାମ ପ୍ରଧାନ, ସିମିତି ସଭ୍ୟ ସନ୍ତୋଷ ପ୍ରଧାନ, ରାଜୀବ ପାତ୍ର, ବରିଷ୍ଠ ବିଜେପି ନେତା ଶିବ ନାୟକ, ସମେତ ଅନେକ ଜନ ପ୍ରତିନିଧୂ ଏବଂ ସହରବାସୀ ଧନ୍ୟବାଦ ଜଣାଇଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଟେକନୋ ଗୁରୁକୂଳ ପ୍ରାଇଭେଟ୍ ସ୍କୁଲ ଜିଲ୍ଲାରେ ପ୍ରଥମ ଏନ ସି ସି ମାନ୍ୟତା ହାସଲ

masiha

ଡ.ସୁରେଶ ବରାଡ଼ଙ୍କ “ଗୁରୁ” କବିତା ପୁସ୍ତକ ରାଜ୍ୟପାଳଙ୍କ ଦ୍ଵାରା ଲୋକାର୍ପିତ 

masiha

ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୩

Sunil Chandra Nayak

Leave a Comment

error: Content is protected !!