ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵ ଶୌଚାଳୟ ଦିବସ ପାଳନ ଅବସରରେ ତିନି ପଞ୍ଚାୟତ ପୁରସ୍କୃତ 

ବିଶ୍ଵ ଶୌଚାଳୟ ଦିବସ ପାଳନ ଅବସରରେ ତିନି ପଞ୍ଚାୟତ ପୁରସ୍କୃତ 

ନବରଙ୍ଗପୁର:(୧୦/୧୨/୨୪)ବିଶ୍ଵ ଶୌଚାଳୟ ଦିବସ ପାଳନ ଉଦଯାପନୀ ଦିବସ ରେ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ କୃତିତ୍ୱ ପାଇଁ ଧରାକୋଟ ବ୍ଲକର ଢ଼ଉଗାଁ,ଧରାକୋଟ ଓ ମଛାକୋଟ ପଞ୍ଚାୟତ ପୁରସ୍କୃତ ହୋଇଛନ୍ତି। ଏହି ଅବସରରେ ଏ ବି ଡି ଓ ସୁଶିଲ ପଟ୍ଟନାୟକ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବି ଡି ଓ ଡେ ନିସ ବେହେରା ,ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ,ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଯନ୍ତ୍ରୀ ଚିନ୍ମୟୀ ରାଉତ ମିଳିତ ଭାବରେ ଢ଼ଉଗାଁ ପଞ୍ଚାୟତ ପାଇଁ ସରପଞ୍ଚ ମନୁ ପାତ୍ର ଓ ନିର୍ବାହୀ ଅଧିକାରୀ କାଳୁ ଚରଣ ସ୍ୱାଇଁ,ଧରାକୋଟ ପଞ୍ଚାୟତ ପାଇଁ ସରପଞ୍ଚ ପୁନିଆ ଦାସ ଓ ନିର୍ବାହୀ ଅଧିକାରୀ ଅଶୋକ ସେଠୀ , ଏ ଡି ଇ ଓ ଦୁର୍ଗା ପ୍ରସାଦ ପଟ୍ଟନାୟକଏବଂ ମଛାକୋଟ ପଞ୍ଚାୟତ ପାଇଁ ସରପଞ୍ଚ ମଙ୍ଗୁଳୁ ପାତ୍ର ଓ ନିର୍ବାହୀ ଅଧିକାରୀ ଇସାକ ପ୍ରଧାନ ଙ୍କୁ ପୁରସ୍କୃତ କରିଥିଲେ । ସେହିପରି ସ୍ବଚ୍ଛତା କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ପାଇଁ ଗୋଷ୍ଠୀ ସମ୍ବଳ ସଂଯୋଜକ ସୁଶାନ୍ତ କୁମାର ବେହେରାଙ୍କୁ ପୁରସ୍କୃତ କରାଯାଇଥିଲା।ପ୍ରକାଶ ଯୋଗ୍ୟ ବିଶ୍ଵ ଶୌଚାଳୟ ଦିବସ ପାଇଁ ମନ୍ଦିର ସଫେଇ,ଜଳଉଛ ସଫେଇ, ଗାଁ ଆବର୍ଜନା ସଫେଇ,ପର୍ଯ୍ୟଟନ,ବିଦ୍ୟାଳୟ,ଦର୍ଶନୀୟ ସ୍ଥାନ ଓ ସରକାରୀ କାର୍ଯ୍ୟଳୟ ସଫେଇ ରେ ଶ୍ରେଷ୍ଠ କୃତିତ୍ୱ ପାଇଁ ଏହି ତିନୋଟି ପଞ୍ଚାୟତ ମନୋନୀତ ହୋଇଥିଲେ। ଏହି ଅବସରରେ ବ୍ଲକ ସ୍ତରରେ ସ୍ଵଚ୍ଛତାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସଫେଇ ମିତ୍ର ମାନଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ କୁ ବିଭାଗୀୟ ଯନ୍ତ୍ରୀ ଚିନ୍ମୟୀ ରାଉତ ପରିଚାଳନା କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସବଡେଗା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

ରାଜ୍ୟ ପୋଲିସ ମୁଖ୍ୟାଳୟ –  ସାଇବର ଅପରାଧର ତଦନ୍ତ ଏବଂ ସାଇବର ବୁଦ୍ଧିମତ୍ତା” ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଟିତ 

masiha

ରାଉରକେଲା ଓଡ଼ିଆ ଅଧ୍ୟାପକ-ଅଧ୍ଯାପିକା ସମ୍ମିଳନୀର ୩ୟ ଅଧିବେଶନ ଅନୁଷ୍ଠିତ

masiha

Leave a Comment

error: Content is protected !!