ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵ ଶୌଚାଳୟ ଦିବସ ପାଳନ ଅବସରରେ ତିନି ପଞ୍ଚାୟତ ପୁରସ୍କୃତ 

ବିଶ୍ଵ ଶୌଚାଳୟ ଦିବସ ପାଳନ ଅବସରରେ ତିନି ପଞ୍ଚାୟତ ପୁରସ୍କୃତ 

ନବରଙ୍ଗପୁର:(୧୦/୧୨/୨୪)ବିଶ୍ଵ ଶୌଚାଳୟ ଦିବସ ପାଳନ ଉଦଯାପନୀ ଦିବସ ରେ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ କୃତିତ୍ୱ ପାଇଁ ଧରାକୋଟ ବ୍ଲକର ଢ଼ଉଗାଁ,ଧରାକୋଟ ଓ ମଛାକୋଟ ପଞ୍ଚାୟତ ପୁରସ୍କୃତ ହୋଇଛନ୍ତି। ଏହି ଅବସରରେ ଏ ବି ଡି ଓ ସୁଶିଲ ପଟ୍ଟନାୟକ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବି ଡି ଓ ଡେ ନିସ ବେହେରା ,ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ,ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଯନ୍ତ୍ରୀ ଚିନ୍ମୟୀ ରାଉତ ମିଳିତ ଭାବରେ ଢ଼ଉଗାଁ ପଞ୍ଚାୟତ ପାଇଁ ସରପଞ୍ଚ ମନୁ ପାତ୍ର ଓ ନିର୍ବାହୀ ଅଧିକାରୀ କାଳୁ ଚରଣ ସ୍ୱାଇଁ,ଧରାକୋଟ ପଞ୍ଚାୟତ ପାଇଁ ସରପଞ୍ଚ ପୁନିଆ ଦାସ ଓ ନିର୍ବାହୀ ଅଧିକାରୀ ଅଶୋକ ସେଠୀ , ଏ ଡି ଇ ଓ ଦୁର୍ଗା ପ୍ରସାଦ ପଟ୍ଟନାୟକଏବଂ ମଛାକୋଟ ପଞ୍ଚାୟତ ପାଇଁ ସରପଞ୍ଚ ମଙ୍ଗୁଳୁ ପାତ୍ର ଓ ନିର୍ବାହୀ ଅଧିକାରୀ ଇସାକ ପ୍ରଧାନ ଙ୍କୁ ପୁରସ୍କୃତ କରିଥିଲେ । ସେହିପରି ସ୍ବଚ୍ଛତା କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ପାଇଁ ଗୋଷ୍ଠୀ ସମ୍ବଳ ସଂଯୋଜକ ସୁଶାନ୍ତ କୁମାର ବେହେରାଙ୍କୁ ପୁରସ୍କୃତ କରାଯାଇଥିଲା।ପ୍ରକାଶ ଯୋଗ୍ୟ ବିଶ୍ଵ ଶୌଚାଳୟ ଦିବସ ପାଇଁ ମନ୍ଦିର ସଫେଇ,ଜଳଉଛ ସଫେଇ, ଗାଁ ଆବର୍ଜନା ସଫେଇ,ପର୍ଯ୍ୟଟନ,ବିଦ୍ୟାଳୟ,ଦର୍ଶନୀୟ ସ୍ଥାନ ଓ ସରକାରୀ କାର୍ଯ୍ୟଳୟ ସଫେଇ ରେ ଶ୍ରେଷ୍ଠ କୃତିତ୍ୱ ପାଇଁ ଏହି ତିନୋଟି ପଞ୍ଚାୟତ ମନୋନୀତ ହୋଇଥିଲେ। ଏହି ଅବସରରେ ବ୍ଲକ ସ୍ତରରେ ସ୍ଵଚ୍ଛତାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସଫେଇ ମିତ୍ର ମାନଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ କୁ ବିଭାଗୀୟ ଯନ୍ତ୍ରୀ ଚିନ୍ମୟୀ ରାଉତ ପରିଚାଳନା କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମହୁମାଛି ଆକ୍ରମଣ ରେ ପକ୍ଷାଘାତ ରୋଗୀ ଗୁରୁତର

Sunil Chandra Nayak

କାମାକ୍ଷାନଗର ସହରରେ ହନୁ ମାଙ୍କଡ ଆତଙ୍କ

masiha

ରାଇରଙ୍ଗପୁର ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଉପଖଣ୍ଡ ସ୍ତରୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ ଶିକ୍ଷୟତ୍ରୀଙ୍କୁ ନେଇ ସମୀକ୍ଷା ବୈଠକ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରଷ୍କାରପ୍ରାପ୍ତଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!