ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା ହିନ୍ଦୁ ସମାଜ ପକ୍ଷରୁ ବଙ୍ଗଳାଦେଶ ବିରୋଧରେ ବିଶାଳ ପ୍ରତିବାଦ ସଭା ସହ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଦାବି ପତ୍ର ପ୍ରଦାନ 

ରାୟଗଡା ହିନ୍ଦୁ ସମାଜ ପକ୍ଷରୁ ବଙ୍ଗଳାଦେଶ ବିରୋଧରେ ବିଶାଳ ପ୍ରତିବାଦ ସଭା ସହ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଦାବି ପତ୍ର ପ୍ରଦାନ 

ରାୟଗଡା : ତା : ୧୦/୧୨/୨୪ // ସମଗ୍ର (ସନାତନ) ହିନ୍ଦୁ ସମାଜ ରାୟଗଡା ନେତୃତ୍ୱରେ ରାୟଗଡା ନଗରରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହେଇଯାଇଛି | ହିନ୍ଦୁ ସମାଜ ରାୟଗଡାର କହିବା ଅନୁସାରେ,ପଡୋଶୀ ବଙ୍ଗଳାଦେଶରେ ସତ୍ତା ପରିବର୍ତ୍ତନର ଆଳରେ ସେଠାକାର ଅଳ୍ପ ସଂଖ୍ୟକ ହିନ୍ଦୁ ସମାଜ ଉପରେ ନାନାଦି ଅକଥନୀୟ ନିର୍ଯ୍ୟାତନା, ପ୍ରତାରଣା ଓ ଉତ୍ପୀଡ଼ନ କରାଯାଉଛି । ବିଶେଷ ଭାବରେ ମହିଳାଙ୍କ ଉପରେ ଅମାନବୀୟ ଅତ୍ୟାଚାର ଓ ଗଣଦୁଷ୍କର୍ମର ଖବର ବାରମ୍ବାର ଆସୁଅଛି । ହିନ୍ଦୁ ମନ୍ଦିର ଭାଙ୍ଗିବା ଓ ଲୁଟ କରିବା ସହ ହିନ୍ଦୁଙ୍କ ବ୍ୟବସାୟ ବନ୍ଦ କରାଯାଉଛି, ସରକାରୀ ଚାକିରୀ ପଦପଦବୀରୁ ଛାଡିବାକୁ ବାଧ୍ଯ କରାଯାଉଛି ଓ ତାଙ୍କ ସମ୍ପତ୍ତି ଉପରେ କବଜା କରାଯାଉଛି । ଭାରତୀୟ ନିବେଶକ ଉଦ୍ୟୋଗୀମାନଙ୍କୁ ବାଧ୍ୟହୋଇ ବଙ୍ଗଳାଦେଶରୁ ପ୍ରତ୍ୟାବର୍ତ୍ତନ କରିବାକୁ ପଡୁଛି । ସେଠାରେ ସରକାର ଓ ସରକାରୀ ତନ୍ତ୍ର ପ୍ରତୀୟମାନ ହେଉନାହିଁ । ଏପରି ଭୀଷଣ ବିପରୀତ ପରିସ୍ଥିତିରେ ନିଜର ଆତ୍ମରକ୍ଷା ପାଇଁ ସେଠାକାର ଅଳ୍ପସଂଖ୍ୟକ ହିନ୍ଦୁ ସମାଜ ନିଜକୁ ଏକତ୍ରିତ କରିବାର ପ୍ରୟାସ କରି ଗଣତାନ୍ତ୍ରିକ ଓ ସାମ୍ବିଧାନିକ ବ୍ୟବସ୍ଥାରେ ନିଜର ପ୍ରତିବାଦ ଜଣାଇଛି ଓ ପ୍ରତିକାର ଦାବି କରିଛି ସମାଜ । ଏପରି ସ୍ଥିତିରେ ବଙ୍ଗଳାଦେଶ ସରକାର ହିନ୍ଦୁ ସମାଜକୁ ସୁରକ୍ଷା ଦେବା ବଦଳରେ ତାଙ୍କର ଉତ୍ପୀଡ଼ନ, ପ୍ରତାରଣା ଓ ଅତ୍ୟାଚାରର ପ୍ରତିବାଦର ସ୍ବର ସାଜିଥିବା ଇସ୍କନ ମନ୍ଦିରର ମୁଖ୍ୟ ପୂଜକ ଚିନ୍ମୟକୃଷ୍ଣ ଦାସ ପ୍ରଭୁଜୀଙ୍କୁ ଜେଲରେ ଦେଶଦ୍ରୋହ ଅପରାଧରେ ରଖିବା, ଏକ ଅତ୍ୟନ୍ତ ନିନ୍ଦନୀୟ ଓ ଅନ୍ୟାୟ ପଦକ୍ଷେପ ଅଟେ ଯାହା ହିନ୍ଦୁ ସମାଜ ଆଜି କହିଛନ୍ତି । ସମାଜ ପକ୍ଷରୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାୟଗଡା ଜ଼ିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ଦିଆଯାଇଛି | ଦାବିପତ୍ର ଉଲେକ୍ଷ କରାଯାଇଛି ଯେ ସେଠାକାର ଏଭଳି ପରିସ୍ଥିତିର ଦୁଷ୍ପ୍ରଭାବ ଆମ ଦେଶର ସୀମାବର୍ତ୍ତୀ ରାଜ୍ୟ ଯଥା – ପଶ୍ଚିମବଙ୍ଗ, ଆସାମ, ତ୍ରିପୁରା, ମେଘାଳୟ, ନାଗାଲାଣ୍ଡ, ମଣିପୁର ଉପରେ ମଧ୍ଯ ପଡୁଛି ଓ ଆମ ଦେଶର ଆନ୍ତରିକ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଅଛି । ବଙ୍ଗଳାଦେଶରେ ଏତେ ହିନ୍ଦୁସମାଜ ପ୍ରତି ଘଟୁଥ‌ିବା ଉତ୍ପୀଡ଼ନ, ନିର୍ଯ୍ୟାତନା ଓ ନାନାଦି ଅତ୍ୟାଚାରକୁ ବିରୋଧ କରି ଓ ତାର ତତକ୍ଷଣାତ ବନ୍ଦ କରିବାକୁ ଭାରତ ସରକାର ସମେତ ସମଗ୍ର ବିଶ୍ବ ଦୃଢତାର ସହ ସ୍ବର ଉତ୍ତୋଳନ କରିବା ଅନିର୍ବାର୍ଯ୍ୟ । ମାନବ ଅଧିକାର ନିମିତ୍ତ ବିଶ୍ବରେ କାମ କରୁଥିବା ସଂସ୍ଥା, ସଂଯୁକ୍ତ ରାଷ୍ଟ୍ର ମାନବ ଅଧିକାର ଆୟୋଗ ଏଥିରେ ତୁରନ୍ତ ହସ୍ତକ୍ଷେପ କରି ବଙ୍ଗଳାଦେଶରେ ହିନ୍ଦୁଙ୍କ ଉତ୍ପୀଡ଼ନ ଓ ଅତ୍ୟାଚାର ବନ୍ଦ କରିବାକୁ ଆହ୍ୱାନ ଦେବା ଜରୁରୀ ଅଟେ । ଏଭଳି ବିଷମ ପରିସ୍ଥିତିରେ ଭାରତ ସରକାର ନିଜ ତରଫରୁ ତଥା ବିଶ୍ବ ସମୁଦାୟକୁ ସାଙ୍ଗରେ ନେଇ ବଙ୍ଗଳାଦେଶରେ ହିନ୍ଦୁ ତଥା ଅନ୍ୟ ଅଳ୍ପସଂଖ୍ୟକ ସମୁଦାୟ ପ୍ରତି ହେଉଥିବା ଉପୀଡନ, ଅତ୍ୟାଚାର ତୁରନ୍ତ ବନ୍ଦ ହେଉ ତାର ପଦକ୍ଷେପ ସହିତ, ବନ୍ଦୀଥିବା ଚିନ୍ମୟକୃଷ୍ଣ ଦାସ ପ୍ରଭୁଜୀଙ୍କୁ ମୁକ୍ତ କରିବାକୁ ଓ ବର୍ତମାନ ସମୟରେ ତଥା ଭବିଷ୍ୟତ ହିନ୍ଦୁ ଉପରେ ଅତ୍ୟାଚାର ଉତ୍ପୀଡ଼ନ ନହେଉ ତାହା ସୁନିଶ୍ଚିତ କରିବା ଆବଶ୍ୟକ ବୋଲି ପତ୍ରରେ ଦାବି କରାଯାଇଛି । ହିନ୍ଦୁ ସମାଜ ରାୟଗଡାର ସଂଯୋଜକ ସୁଧୀର ମିଶ୍ରଙ୍କ ନେତୃତ୍ୱରେ ଶ୍ରୀ ଯୋଗିଶ୍ରୀ ଚୈତ୍ୟନ୍ୟ ରାମଜୀ ସ୍ୱାମୀଙ୍କ ମାର୍ଗଦର୍ଶନରେ ଏହି ପଦଯାତ୍ରା ଅନୁଷ୍ଠିତ ହେଇସାରିଛି | ସଂଯୋଜକ ସୁଧୀର ମିଶ୍ରଙ୍କ ସହ, ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ର ବରିଷ୍ଟ ପ୍ରଚାରକ ଦୀପକ ରାଉତ,ପ୍ରଚାରକ ଚକ୍ରଧର ରାଓ, ଶଙ୍କର ପ୍ରଧାନ,ବରିଷ୍ଠ ସାମ୍ବାଦିକ ଡକ୍ଟର ବାଦଲ ତା,ସମାଜସେବୀ ବିଜୟ ମିଶ୍ର,ବରିଷ୍ଠ ଓକିଲ ବ୍ରଜ ନାୟକ, ମାରୱାରି ସମାଜର ମାନକ ଜୈନ, ଓ୍ଵାକର୍ସ କ୍ଲବର ଅଞ୍ଜଳି ପଣ୍ଡା,ଦୀପକ ପୃଷ୍ଟି, କଣ୍ଡ୍ର| ସମାଜର ଲୋକନାଥ ବେହେରା,କଳିଙ୍ଗ ବୈଶ୍ୟ ସଙ୍ଘର କିନ୍ତାଲି ଅମର ନାଥ, ଗାୟତ୍ରୀ ପରିବାରର ନାରାୟଣ କଣ୍ଡାଗିରି, ଦଧି ବାମନ ମନ୍ଦିର କମିଟି ସଭାପତି ଜଗଦୀଶ ପଣ୍ଡା, କାମ୍ପୁ ସମାଜର କାଶୀ ନାଇଡ଼ୁ, ମଙ୍ଗଳା ମନ୍ଦିର କମିଟି ସଭାପତି ରାଜୁ ସାହୁ, ତେଲେଗା ସମାଜର ଡି ଲକ୍ସମନ ରାଓଙ୍କ ସମେତ ଜ଼ିଲ୍ଲାର ଅନେକ ଜାତି ସମାଜ, ହିନ୍ଦୁ ସଂଗଠନ, ସାମାଜିକ ସଂଗଠନର ପ୍ରମୁଖ କମିଟି ସଦସ୍ୟ ଓ ପ୍ରମୋଦ ମହାନ୍ତି, ଯୋଗେଶ୍ୱର ଦାଶ,ରାମଚନ୍ଦ୍ର ସାହୁ,ପଦ୍ମନାଭ ଦାଶ, ୟାଲା କଣ୍ଡାବାବୁ, ବସନ୍ତ ଉଲ୍ଲାକା , ଏ ଅମରନାଥ , ପ୍ରମୁଖ ଉପସ୍ଥିତ ଥିଲେ | କାର୍ଯ୍ୟକ୍ରମକୁ ପରିଚାଳନା ହିନ୍ଦୁ ସମାଜର ସଦସ୍ୟ ପ୍ରଭାକର ଦୋରା ଓ ଶ୍ୟାମ କୁମାର ଦାଶ କରିଥିଲେ | ଏହି କାର୍ଯ୍ୟକ୍ରମରେ ୩୫୦୦ ରୁ ଉର୍ଦ୍ଧ ଲୋକ ଯୋଗଦେଇଥିଲେ | ରାୟଗଡା ରେଳ ଷ୍ଟେସନରୁ ପଦଯାତ୍ରା ଆରମ୍ଭ ହେଇ ବ୍ଲକ ଅଫିସ ଛକ ଦେଇ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି | ସମାଜ ପକ୍ଷରୁ ରାୟଗଡ଼ା ଅତିରିକ୍ତ ଜ଼ିଲ୍ଲାପାଳ ଭାସ୍କର ରଇତଙ୍କୁ ପ୍ରଦାନ କରିଥିଲେ | ସହଯୋଗୀ ଭାବେ ଏମ ବିଦ୍ୟା ସାଗର, ଟି ନାଗରାଜୂ, ଅଜୟ ଚୂଲେଟ, ଅଶ୍ୱିନୀ ନାୟକ, ଚିଣ୍ଟୁ ଚୌଧୁରୀ, ଗଣେଶ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ |

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିଶିଷ୍ଟ ସମାଜସେବୀ ସୁନୀଲ ସିଂ ଙ୍କ ଅକାଳ ବିୟୋଗ- ଜିଲ୍ଲା ପାଇଁ ଅପୂରଣୀୟ କ୍ଷତି 

masiha

ଏକତା ପାଇଁ ଦୌଡ଼(Run for unity)ଆୟୋଜନ ନିମନ୍ତ :-ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ ଓ ପ୍ରସ୍ତୁତି ସମୀକ୍ଷା

Sunil Chandra Nayak

ଅବହେଳିତ ସମାଜ ଏବଂ ଓଡ଼ିଆ ସାହିତ୍ୟ ଶୀର୍ଷକ ଆଲୋଚନା ଚକ୍ର

masiha

Leave a Comment

error: Content is protected !!