ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିନା ଟେଣ୍ଡର ଓ ନୋଟିସରେ ଚନ୍ଦ୍ରପୁରୁ ବ୍ଲକରେ ସ୍କୁଲକୁ ବିତରଣ ପୋଷାକରେ ମହା ଘୋଟାଲା

ବିନା ଟେଣ୍ଡର ଓ ନୋଟିସରେ ଚନ୍ଦ୍ରପୁରୁ ବ୍ଲକରେ ସ୍କୁଲକୁ ବିତରଣ ପୋଷାକରେ ମହା ଘୋଟାଲା

ମୁନିଗୁଡା/ ଚନ୍ଦ୍ରପୁର-11.12.024 ସମଗ୍ର ଶିକ୍ଷା ଅଭିଯାନ ତରଫରୁ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଗୋଟିଏ ଶିକ୍ଷା ବର୍ଷରେ ତିନିହଳ ପୋଷାକ ଓ ଅନ୍ୟ ସାମଗ୍ରୀ ଯୋଗାଇ ଦେଵାକୁ ସରକାର ନିୟମ କରିଛନ୍ତି।ତାହା ପୁଣି ଟେଣ୍ଡର କିମ୍ବା ମହିଳା ସ୍ବୟଂସହାୟକ ଗୋଷ୍ଠିଙ୍କ ଜରୀଆରେ ଯୋଗାଇଦେବାକୁ ନିର୍ଦେଶ ରହିଛି।ମାତ୍ର ରାୟଗଡା ଜିଲ୍ଲା ଚନ୍ଦ୍ରପୁରୁ ବ୍ଲକରେ ତାର ବ୍ୟତୀକ୍ରମ ଦେଖା ଦେଇଛି। ଏଠାରେ ଜଣେ ଠିକାଦାର ବିଇଓ ଓ ଡିଇଓଙ୍କ ସଲାସୁତରାରେ ପୋଷାକ ବିତରଣ ପାଇଁ କମିଟିରେ ଥିବା ସିଡିପିଓ ନିରଵ ଦ୍ରଷ୍ଟା ସାଜି ସୁପାରିସ କରିଛନ୍ତି।ମାତ୍ର ସେହି ଠିକାଦାର ତାର ପିସି ରଖି ଅନ୍ୟଜଣେ ସବ୍ ଠିକାଦାରକୁ ପୋଷାକ ଯୋଗାଇବାକୁ ଦାୟିତ୍ବ ଦେଇ ନିମ୍ନମାନର ପୋଷାକ ଯୋଗାଣ ହୋିଇଥିବା ନେଇ ବ୍ଲକର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତି କବିତା ସାହୁକାର ଙ୍କ ସମେତ ସ୍ବୟଂ ସହାୟକ ଗୋଷ୍ଠି ଅଭିଯୋଗ କରିଛନ୍ତି।ସରକାର ପ୍ରାଥମିକ ଶିକ୍ଷାକୁ ସାର୍ଵଜନୀନ ଭାବେ ମୁକ୍ତ ଏବଂ ବାଧ୍ୟତାମୁଳକ କରିବା ପାଇଁ ଶିକ୍ଷା ଅଧିକାର ଆଇନ ତଥା ନୂତନ ଶିକ୍ଷା ନିତିରେ ଉଭୟେ ସରକାରଙ୍କ ଭାଗୀଦାରିତା ରହିଛି।ଏହାର ସମଗ୍ର ପ୍ରକ୍ରିୟା କୁ ଯେତିକି ଜଟିଳ କରାଯାଇଛି ,ତାହା ସ୍କୁଲକୁ ଯୋଗାଣ ହେଉଥିବା କପଡା ଓ ଅନ୍ୟାନ୍ୟ ସାମଗ୍ରୀର ମାନ ଏବଂ ଆଥିର୍କ ସ୍ୱଚ୍ଛତା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିବା ସ୍ୱାଭାବିକ ହୋଇପଡିଛି ! ପ୍ରଥମ ରୁ ଅଷ୍ଟମ , ନବମ ଓ ଦଶମ ଶ୍ରେଣୀର ପିଲାଙ୍କ ପାଇଁ କେନ୍ଦ୍ରୀୟ ଅନୁଦାନ ଓ ରାଜ୍ୟ ସରକାରଙ୍କର ଗଙ୍ଗାଧର ମେହେର ଯୋଜନା ରେ ଦୁଇହଳ ସ୍କୁଲ ୟୁନିଫାର୍ମ ଏକହଳ ହାଉସ କିଟ ହଳେ ଜୋତା କ୍ୟାପ୍ ଏବଂ ପରିଚୟ ପତ୍ର ବାବଦକୁ ପିଲାଙ୍କ ପ୍ରତି ସମୁଦାୟ ଏକ ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ କରାଯିବାକୁ ସରକାରୀ ଅନୁଦାନ ମିଳିଛି। ତେବେ ଏଥିପାଇଁ ଜିଏସଟି ପୁଞ୍ଜି କୃତ ମହିଳା ସ୍ୱୟଂସହାୟକ ଗୋଷ୍ଟି କିମ୍ବା ବ୍ୟବସାୟ ପ୍ରତିଷ୍ଠାନ ସହ ବିଦ୍ୟାଳୟ ପରିଚାଳନା କମିଟି ତଥା ଉନ୍ନୟନ କମିଟି ଚୁକ୍ତିପତ୍ର କରି ସାମଗ୍ରୀ ଯୋଗାଣ ପାଇଁ ନିର୍ଦ୍ଦଶ ଅଛି।ମାତ୍ର ନିୟମ ଥିଲା ବେଳେ ଏହି ବ୍ଲକରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ଶ୍ରେଣୀ ର ପ୍ରାୟ ଛଅ ହଜାର ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଙ୍କ ପାଇଁ ସବୁ ନିୟମକୁ ଜଳାଞ୍ଜଳି ଦିଆଯାଇ ରାୟଗଡା ର ଜନୈକ ବ୍ୟବସାୟି ଙ୍କୁ ସମ୍ପୁର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ଏ ସମ୍ପର୍କରେ ପ୍ରଶାସନିକ ସ୍ତରରେ ତଦନ୍ତ କରାଗଲେ ବାସ୍ତବ କଥା ଜଣାପଡିବା ସହ ଅଭିଯୋଗ କାରିଣୀ ସ୍ୱୟଂସହାୟକ ଦଳମାନଙ୍କୁ ଏଥି ପାଇଁ ଉତ୍ସାହିତ କରି ଜି ଏସଟି ମୁକ୍ତ କରାଯିବାକୁ ଦାବି ରଖିଛନ୍ତି। ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଗଣେଶ ଶବରଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ ବିଭାଗୀୟ ନିର୍ଦ୍ଦେଶନାମା ଅନୁସାରେ ସବୁକିଛି ଚାଲୁଥିବା ପ୍ରକାଶ କରିବା ସହ ସମଗ୍ର ପ୍ରକ୍ରିୟାକୁ ସରଳ କରାଯିବା ଆବଶ୍ୟକତା ଥିବା ମତ ଦେଇଛନ୍ତି।ତେଣୁ ପ୍ରଶାସନ ଏହାକୁ ଗୁରୁତର ସହ ବିଚାରକୁ ନେଇ ତଦନ୍ତ କରି ଛାତ୍ରଛାତ୍ରୀ ମାନଙ୍କୁ ଯୋଗାଇ ଦେଇଥିବା ନିମ୍ନମାନର ପୋଷାକ ଵଦଳରେ ଉଚ୍ଚମାନର ପୋଷାକ ଯୋଗାଇ ଦେଵାକୁ ଦାବି ହେଉଛି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବାଲିପଡା ଦୁର୍ଗାପୂଜାର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ସାରଙ୍ଗଧର ଷ୍ଟାଡିୟମ୍ ରେ ରାଜ୍ୟ ବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ୨୦୨୨_୨୩ ଅନୁଷ୍ଠିତ

Sunil Chandra Nayak

କଳାହାଣ୍ଡି ଜିଲ୍ଲାରୁ ସୋମନାଥ ଦର୍ଶନ ଯାତ୍ରା 

Sunil Chandra Nayak

Leave a Comment

error: Content is protected !!