ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଟାରୀ କ୍ଳବ୍ ଅଫ୍ ରାଇରଙ୍ଗପୁର ରୟାଲ ଆନୁକୁଲ୍ୟରେ ଗୋଲେଇ ଛକରେ ଶାନ୍ତି ସ୍ତୁପ ଏବଂ ଭରଣ୍ଡିଆ ୟୂପି ସ୍କୁଲର ଵିଶୁଦ୍ଧ ଜଳ ବ୍ୟବସ୍ଥା ସ୍ଥାପନା ଓ ସମ୍ବର୍ଦ୍ଧନା ଉତ୍ସବ 

ରୋଟାରୀ କ୍ଳବ୍ ଅଫ୍ ରାଇରଙ୍ଗପୁର ରୟାଲ ଆନୁକୁଲ୍ୟରେ ଗୋଲେଇ ଛକରେ ଶାନ୍ତି ସ୍ତୁପ ଏବଂ ଭରଣ୍ଡିଆ ୟୂପି ସ୍କୁଲର ଵିଶୁଦ୍ଧ ଜଳ ବ୍ୟବସ୍ଥା ସ୍ଥାପନା ଓ ସମ୍ବର୍ଦ୍ଧନା ଉତ୍ସବ 

 ମୟୂରଭଞ୍ଜ – ୧୨/୧୨ ( ମସିହା)ସାରା ବିଶ୍ଵରେ ସମାଜ ସେବା କ୍ଷେତ୍ରରେ ରୋଟାରୀ କ୍ଲବ୍ ଭୂମିକା ଅନନ୍ୟ ଓ ଅବର୍ଣ୍ଣନୀୟ ।ବାତ୍ୟା,ମରୁଡି, ଦୁର୍ଘଟଣା, ସ୍ଵାସ୍ଥ୍ୟ ସେବା,ଅସହାୟ ଙ୍କୁ ସହାୟତା, ଚକ୍ଷୁ ,ଦାନ୍ତ ଚିକିତ୍ସା ,ସାକ୍ଷରତା,ବୃକ୍ଷ ରୋପଣ, ରକ୍ତଦାନ,ପାନୀୟ ଜଳ ବ୍ୟବସ୍ଥା,କମ୍ବଳ ବଣ୍ଟନ ପୁସ୍ତକ ବଣ୍ଟନ ଭଳି ବହୁବିଧ ସେବା କ୍ଷେତ୍ରରେ ହାତ ବଢ଼ାଇଛି ରୋଟାରୀ କ୍ଳବ୍ ।ଆଜି ରୋଟାରୀ କ୍ଲବ ରାଇରଙ୍ଗପୁର ରୟାଲ ଆନୁକୁଲ୍ୟରେ ଆଜି ସ୍ଥାନୀୟ ଗୋଲେଇ ଛକରେ ଶାନ୍ତି ସ୍ତୁପ ସ୍ଥାପନା କରା ଯାଇଥିବାବେଳେ ଆଦିବାସୀ ଅଧ୍ୟୁଷିତ ଭରଣ୍ଡିଆ ଅଂଚଳର ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟରେ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କରା ଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୋଟାରୀ କ୍ଲବ୍ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଯଜ୍ଞଶୀଷ ମହାପାତ୍ର, ସମ୍ମାନିତ ଅତିଥି ରାଇରଙ୍ଗପୁର ଏସଡିପିଓ ଶ୍ରୀ ଗୋକୁଳାନନ୍ଦ ସାହୁ, ଅନ୍ୟତମ ଅତିଥି ରାଇରଙ୍ଗପୁର ପୌରାଧିକାରୀ ପିତାମ୍ବର ନାଏକ,ରୋଟାରୀ କ୍ଳବ୍ ରାଇରଙ୍ଗପୁର ସଭାପତି ବାସୁଦେବ ପାଲ, ସଂପାଦକ ପ୍ରତ୍ୟୁଷ ପରିଡ଼ା, ପ୍ରାକ୍ତନ ରୋଟାରୀ କ୍ଳବ୍ ସଭାପତି ନିରଜ ପଣ୍ଡା , ପ୍ରାକ୍ତନ ସଂପାଦକ ଵିଷ୍ନୁପ୍ରସାଦ ଯେନା,ପ୍ରାକ୍ତନ ସଭାପତି ବିକାଶ ଭୁତ,ପ୍ରାକ୍ତନ ରୋଟାରୀ କ୍ଳବ୍ ସଭାପତି କାଳୀ ପ୍ରସନ୍ନ ମହାନ୍ତି ,ପ୍ରାକ୍ତନ ରୋଟାରୀ କ୍ଲବ ସଭାପତି ଅରବିନ୍ଦ ବାଗାଡିଆ, ବିଷ୍ଣୁ ପ୍ରସାଦ ମେଳା, ବିଘ୍ନେଶ୍ୱର ବେହେରା,ରାମଅବତାର ପାଢିଆ ,ରୋଟାରୀ କ୍ଳବ୍ ବରିଷ୍ଠ ସଦସ୍ୟ ଅନ୍ତର୍ଯ୍ୟାମୀ ମହାକୁଡ଼, ସମେତ ବହୁ ସଦସ୍ୟ ଉପସ୍ଥିତ ରହି ରାଇରଙ୍ଗପୁର ଗୋଲେଇ ମୁଖ୍ୟ ଛକରେ ଶାନ୍ତି ସ୍ତୁପ ପ୍ରତିଷ୍ଠା କରିଥିଲେ ।ସେହିଭଳି ଭରଣ୍ଡିଆ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ , ଶିକ୍ଷକ, ଶିକ୍ଷୟତ୍ରୀ,ଅଭିଭାବକ ମାନଙ୍କୁ ବିଶୁଦ୍ଧ ପାଣି ଯୋଗାଇବା ପାଇଁ ପ୍ଯୁରିଫାୟାର ସ୍ଥାପନ କରିଥିଲେ ।ପରେ ସ୍ଥାନୀୟ ହିନ୍ଦୁସ୍ଥାନ ଇନନ ସମ୍ମିଳନୀ କକ୍ଷରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ସେଥିରେ ଅତିଥିଗଣ ମଣିଷ ସମାଜ ପାଇଁ ଶାନ୍ତି ଅପରିହାର୍ଯ୍ୟ କହିଥିଲେ ।ନିଜେ ଶାନ୍ତିରେ ରହିବା ସହ ସମାଜ,ପଡୋଶୀ ଦେଶକୁ ଶାନ୍ତି ରଖିବା ସମସ୍ତଙ୍କ ଦାୟିତ୍ଵ । ସମସ୍ତଙ୍କ ପାଖରେ ଅର୍ଥ ଅଛି ହେଲେ ଶାନ୍ତି ନାହିଁ ।ସାରା ବିଶ୍ବରେ ଅଶାନ୍ତିର ଝଡ଼ ବହୁଛି । ତେଣୁ ଏହି ଶାନ୍ତି ସ୍ତୁପ ସ୍ଥାପନାରେ ଉଦେଶ୍ୟ ଏହାକୁ ଦେଖି ସମାଜର ଲୋକେ ଶାନ୍ତି ପାଇଁ ସମସ୍ତେ ସଚେତନତା ଜାଗୃତ କରିବା ଏକମାତ୍ର ଉଦ୍ଦେଶ୍ୟ । ପରେ ଅତିଥିଗଣ ଓ ନବାଗତ ସଦସ୍ୟଙ୍କୁ ପୁଷ୍ପଗୁଚ୍ଛ ଓ ଫଳକ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଆଗାମୀ ଦିନରେ ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯିବ ବୋଲି ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଯଜ୍ଞାଶିଷ ମହାପାତ୍ର ସୂଚନା ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଗୋତମୁଣ୍ଡା ଡାହିମାଲ ରାସ୍ତା ନିର୍ମାଣ ରେ ମନ୍ଥରତା, ନବରଙ୍ଗପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ର ଠିକାଦାର ପ୍ରୀତି ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି ଦୁଇ ଜିଲ୍ଲା ର ଅଞ୍ଚଳବାସୀ

Sunil Chandra Nayak

ଧରାକୋଟ ବ୍ଲକର ଦୁଇ ଶିକ୍ଷକ ପାଇଲେ ମୁଖ୍ୟମନ୍ତ୍ରୀ ପୁରସ୍କାର

Sunil Chandra Nayak

ବ୍ରହ୍ମପୁରରେ ଚାଲିଥିବା ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ

Sunil Chandra Nayak

Leave a Comment

error: Content is protected !!